ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାୟଗଡ଼ା ଠାରେ ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ନୂତନ ମନ୍ଦିରକୁ ସ୍ଥାନାନ୍ତର ହେଲେ ବିଗ୍ରହ

ଚାରିଦିନ ଧରି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳିତ

ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥଶର୍ମାଙ୍କ ଦ୍ବାରା ପୂଜା ଅର୍ଚ୍ଚନା ଅନୁଷ୍ଠିତ 

ରାୟଗଡ଼ା ତା:୩.୩.୨୦୨୩ //  ଶ୍ରୀ ଶ୍ରୀ ଦଧିବାମନ ଜୀଉଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ମହା ସମାରୋହରେ ରାୟଗଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି । ରାୟଗଡ଼ା କସ୍ତୁରୀ ନଗର ସ୍ଥିତ ଦଶମ ଗଳି ଶ୍ରୀ ଦଧିବାମନ ନଗର ଠାରେ ଏହି ନୂତନ ମନ୍ଦିର ପ୍ରତିଷ୍ଠା ଶେଷ ହୋଇଛି । ଗତ ୨୮.୨.୨୦୨୩ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ଉତ୍ସବ ୩.୩.୨୦୨୩ ରେ ଶେଷ ହୋଇଛି । ପବିତ୍ର ପାବନ ଶ୍ରୀକ୍ଷେତ୍ର ପୁରୀସ୍ଥିତ ଜଗନ୍ନାଥ ସଂସ୍କୃତିର ପ୍ରଚାରକ ତଥା ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଶର୍ମା ଏବଂ ସହଯୋଗୀ ପୂଜା ପଣ୍ଡିତ ବୃନ୍ଦ ଏଥି ନିମନ୍ତେ ଚାରିଦିନ ବ୍ୟାପି ହୋମ, ଯଜ୍ଞ, ପୂଜା ଓ ଅର୍ଚ୍ଚନା ମାଧ୍ୟମରେ ନୂତନ ମନ୍ଦିର ପ୍ରତିଷ୍ଠା କରି ପୁରାତନ ଅସ୍ଥାୟୀ ମନ୍ଦିରରୁ ଶ୍ରୀ ଶ୍ରୀ ଦଧିବାମନଙ୍କୁ ସ୍ଥାନାନ୍ତର କରାଯାଇଥିଲା । ମନ୍ଦିର ପରିସରରେ ଶ୍ରୀ ଗଣେଶ, ପତିତପାବନ, ହନୁମାନ ଙ୍କ ସହ ପାର୍ଶ୍ଵଦେବତାଙ୍କୁ ବିଗ୍ରହ ମାନ ପ୍ରତିଷ୍ଠା କରାଯାଇଥିଲା । ଦୀର୍ଘ ବର୍ଷ ଧରି ଶ୍ରୀ ଦଧିବାମନ ଅସ୍ଥାୟୀ ମନ୍ଦିରରେ ପୂଜା ପାଉଥିଲେ । ଭକ୍ତ, ଶ୍ରଦ୍ଧାଳୁ ଓ ଅଗଣିତ ବଦାନ୍ୟ ବ୍ୟକ୍ତିଙ୍କ ଅକୁଣ୍ଠ ସାହାଯ୍ୟ ଓ ସହଯୋଗରେ ନୂତନ ମନ୍ଦିର ନିର୍ମାଣ ସମ୍ଭବ ହୋଇପାରିଥିବାରୁ ଶ୍ରୀ ଦଧିବାମନ ମନ୍ଦିର ଟ୍ରଷ୍ଟ ତଥା ପରିଚାଳନା କମିଟି କୃତଜ୍ଞତା ଜ୍ଞାପନ କରିଛନ୍ତି । ଚାରିଦିନ ବ୍ୟାପି ମନ୍ଦିରରେ ଅସଂଖ୍ୟ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଦିନ ବେଳା ହୋମ ଓ ଯଜ୍ଞ ସାଙ୍ଗକୁ ସନ୍ଧ୍ୟାରେ ପଣ୍ଡିତ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ଶର୍ମାଙ୍କ ମୁଖାରବିନ୍ଦରୁ ପ୍ରବଚନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଭକ୍ତଙ୍କୁ ବାନ୍ଧିରଖିଥିଲା । ପ୍ରତିଦିନ ଭକ୍ତବୃନ୍ଦ ହୋମ, ପୂଜା, ଅର୍ଚ୍ଚନାରେ ଅଂଶ ଗ୍ରହଣ କରିବା ସହ ପ୍ରସାଦ ସେବନ କରୁଥିଲେ । ଶେଷ ଦିନ ସର୍ବସାଧାରଣଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା । ରାୟଗଡ଼ା ଠାରେ ଶ୍ରୀ ଦଧିବାମନଙ୍କ ମନ୍ଦିର ଓ ଏଠାରେ ସକ୍ରିୟ ଥିବା ଭାଗବତ ଟୁଙ୍ଗିଲୋକଙ୍କ ମନରେ ଧର୍ମୀୟ ଭାବନା ସୃଷ୍ଟି କରିବା ସହ ଲୋକଙ୍କୁ ଭଗବତ ଦର୍ଶନ ଓ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରୁ ବୋଲି ପଣ୍ଡିତ ଶ୍ରୀ ରଥଶର୍ମା ପ୍ରେସ ବିବୃତିରେ ପ୍ରକାଶ କରିଛନ୍ତି । ଉପଦେଷ୍ଟା ଡ: ଆନନ୍ଦ କୁମାର ପାଢ଼ୀ କର୍ତ୍ତା ରୂପେ ଓ ସଭାପତି ଜଗଦୀଶ ଚନ୍ଦ୍ର ପଣ୍ଡା, ସମ୍ପାଦକ ଅଶୋକ କୁମାର ପାଢ଼ୀ, ମଙ୍ଗୁଳୁଚରଣ ତ୍ରୀପାଠୀ, ଅମୂଲ୍ୟ ଆଚାର୍ଯ୍ୟ, ସୁବ୍ରତ ପତି, ତ୍ରିପତି ପଣ୍ଡା, ଦେବୀ ମିଶ୍ର, ଗଙ୍ଗାଧର ରଥ, ନୀଳାଚଳ ମିଶ୍ର, ଲୁଲୁ ପାଢ଼ୀ ସମେତ ସମସ୍ତ ମନ୍ଦିର ଟ୍ରଷ୍ଟ ସଭ୍ୟ ଓ ଜନସାଧାରଣଙ୍କ ଉଦ୍ୟମରେ ଏହା ପରିଚାଳିତ ହୋଇଥିଲା ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବାଣପୁର ଗୁପ୍ତେଶ୍ୱର ଦେବଙ୍କ ପୀଠରେ ବିଶ୍ଵଶାନ୍ତି ମହାଯଜ୍ଞ ଓ ତେଇଶ ଦେବା ଦେବୀଙ୍କ ମେଳନ ମହୋତ୍ସବ ସମାପନ

Sunil Chandra Nayak

ନିଆଁରା ବାହୁଡାଯାତ୍ରା, ଦେବାଦେବୀଙ୍କ ଲାଠି ଯାତ୍ରା ସହ ମନ୍ଦିରକୁ ବାହୁଡ଼ିଲେ ତିନି ଠାକୁର       

masiha

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

Sunil Chandra Nayak

Leave a Comment

error: Content is protected !!