ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନର୍ଲା କ୍ରିକେଟ କ୍ଳବ ତରଫରୁ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ରେ ଟିଟିଲାଗଡ଼ ଟିମ ଫାଇନାଲ୍ ରେ ପ୍ରବେଶ

ନର୍ଲା: ତା ୧୦/୦୨/୨୦୨୩ ରିଖ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସ୍ଥାନୀୟ ହାଇ ସ୍କୁଲ ପଡିଆ ରେ ନର୍ଲା କ୍ରିକେଟ କ୍ଳବ ତରଫରୁ ଅନୁଷ୍ଟିତ ରାଜ୍ୟ ସ୍ତରୀୟ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ୍ ହୋଇଯାଇଛି।

ନର୍ଲା ବନାମ୍ ଟିଟିଲାଗଡ ମଧ୍ୟରେ ସେମି ଫାଇନାଲ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ନର୍ଲା ଟିମ ବ୍ୟାଟିଙ୍ଗ କରି ନିଧାରିତ ୧୫ ଓଭର ୧୦ ଉଇକେଟ ହରାଇ ୧୧୫ ରନ ସଂଗ୍ରହ କରିଥିବା ବେଳେ ଟିଟିଲାଗଡ ୧୫ ଓଭର ରେ ୯ ଉଇକେଟ ହରାଇ ୧୧୬ ରନ ସଂଗ୍ରହ କରି ଫାଇନାଲ୍ ରେ ପ୍ରବେଶ କରିଛନ୍ତି। ଏହି ମ୍ୟାଚ ରେ ବିବେକସେନା ର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଖେଳାଳୀ ଓ କ୍ଳବ ର ସମସ୍ତ ସଦଶ୍ୟ ଙ୍କୁ ଉତ୍ସାହିତ କରିବା ସହ ଖେଳ ଦେହ ଓ ମନ କୁ ଶୁଦ୍ଧ ଓ ନିରୋଗୀ ରଖେ ବୋଲି ନିଜ ବ୍ୟକ୍ତବ୍ୟରେ କହିଥିଲେ। ଉକ୍ତ ରୋମଞ୍ଚକର ଖେଳ ଦେଖିବା ପାଇଁ ଶତାଧିକ ଦର୍ଶକଙ୍କ ଭିଡ ଦେଖିବାକୁ ମିଳିଥିଲା।

ମସିହା ନିଉଜ ସର୍ଭିସ୍ 

Related posts

ନବରଙ୍ଗପୁର ପୋଲିସ ପ୍ରିମିୟର କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ

Sunil Chandra Nayak

କ୍ରିକେଟ୍ ବ୍ୟାଟ ବୁଲାଇ ନର୍ଲା ବିଧାୟକ ପଡ଼ିଆରେ ପଡ଼ିଗଲେ

masiha

ବାନେର ଠାରେ ଅରୁଣୀ ମେମୋରିଆଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ

Sunil Chandra Nayak

Leave a Comment

error: Content is protected !!