କାମାକ୍ଷା ନଗର – (ମନିସ )୧୧/୦୨_ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖଟଖୁରା ସ୍ଥିତ ଖେମକା ରିଫ୍ରାକ୍ଟୋରିଜ ପକ୍ଷରୁ ବିଶାଳ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଭୁବନେଶ୍ବର ର ଅଭିଜ୍ଞ ଡାକ୍ତର ଓ ଟେକନିସିଆନ ଟେକ୍ନିକାଲ ଙ୍କ ଦ୍ୱାରା ଆଖ ପାଖ ଅଞ୍ଚଳ ର ରୋଗୀ ମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ମାଗଣାରେ ଔଷଧ ପ୍ରଦାନ କରାଯାଇଥିଲା । ପରିଚାଳନା ନିର୍ଦ୍ଦେଶକ ଶଙ୍କରଲାଲ ଖେମକା ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ନାନିତ ଅତିଥି ରୂପେ କାମାକ୍ଷାନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ପରମାନନ୍ଦ ସାହୁ , ସ୍ଥାନୀୟ ସରପଞ୍ଚ, ସମାଜସେବୀ ମଙ୍ଗତଲାଲ କଟାରୁକା ଶୁଭସ୍ମିତା ବେହେରା ଡେପୁଟି ମ୍ୟାନେଜର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ତାଳଚେର ଶାଖା, ସତ୍ୟନାରାୟଣ ଆଚାର୍ଯ୍ୟ ଶ୍ରମ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଦୀପକ ଖେମକା, ରାଜ ଖେମକା , ଆଲୋକ ଖେମକା ଙ୍କ ସହ ଖେମକା ରିଫ୍ରାକ୍ଟୋରିଜର ସମସ୍ତ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।ଏହି ପରି ଏକ ଗ୍ରାମାଞ୍ଚଳରେ ମାଗଣା ସ୍ୱାସ୍ଥ୍ୟ ମେଳା ଆୟୋଜନ କରିଥିବାରୁ ସ୍ଥାନୀୟ ଅଧିବାସୀଙ୍କ ତରଫରୁ ଖେମକା ରିଫ୍ରାକ୍ଟୋରିଜ ର ପରିଚାଳନା ନିର୍ଦ୍ଦେଶକ ଶଙ୍କରଲାଲ ଖେମକା ଙ୍କୁ ଧନ୍ୟବାଦ୍ ଦେଇଛନ୍ତି।
କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ