ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସାଧୁ ଅଧିକାରୀ ସହ ମଧୁଚନ୍ଦ୍ରକାରେ ଏମ୍ ସି ଏଲ୍ ଜାଗାରେ ଗଢି ଉଠୁଛି ଦୋକାନ, ଗୋଦାମ ଓ ଭଡା ଘର 

ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ବିଭିନ୍ନ ଖଣି ଅଞ୍ଚଳରେ ଥିବା ଏମ୍. ସି. ଏଲ୍ ଦ୍ୱାରା ପ୍ରଦତ୍ତ ମାର୍କେଟ୍ କମ୍ପ୍ଲେକ୍ସ କୁ ବାଦ ଦେଲେ ଅନେକ ଏମ୍. ସି. ଏଲ୍ ର କାର୍ଯ୍ୟରତ କର୍ମଚାରି ଓ କିଛି ଅସାଧୁ ଅଧିକାରୀ ଏମ୍. ସି. ଏଲ୍ ଜାଗାରେ ଅନୈତିକ ଉପାୟରେ ଦୋକାନ ଘର ତିଆରି କରି ମୋଟା ରକମର ଭଡା ଆଦାୟ କରୁଛନ୍ତି l ଶୁଣିବାକୁ ମିଳୁଛି ଯେ ଏହି ଆଦାୟ ଟଙ୍କା ତଳୁ ଏମ୍. ସି. ଏଲ୍ ହେଡ଼ କ୍ଵାଟର ପର୍ଯ୍ୟନ୍ତ ଯାଉଅଛି l ଏହି ସବୁ ଦୋକାନ ରେ ବ୍ୟବହୃତ ହେଉଥିବା ବିଜୁଳୀ ପାଣି ଆଦି ଚୋରା ବ୍ୟବସ୍ଥା ରେ ଉପଯୋଗ ହେଉଛି l ଅନେକ ଏହାକୁ ଶୀତତାପ ନିୟନ୍ତ୍ରୀତ ଗୋଦାମ, ହୋଟେଲ, ତେଜରାଟୀ ଆଦି ଦୋକାନ ଏବଂ ବାହାର ପ୍ରାନ୍ତରୁ ଆସୁଥିବା ବ୍ୟକ୍ତିଙ୍କୁ ଭଡା ଦେଇ ବ୍ୟବହାର କରୁଛନ୍ତି l ବଡ଼ ବଡ଼ ଫ୍ରିଜର୍ ଓ ଏ.ସି. ର ବ୍ୟବହାର ଯୋଗୁଁ ଅନେକ ସମୟରେ ଟ୍ରିପ୍ ନେଇ ବିଜୁଳୀ ଚାଲି ଯାଉଥିବାରୁ କଲୋନୀରେ ବସବାସ କରୁଥିବା ଚାକିରୀଆ ଗ୍ରୀଷ୍ମ କାଳ ରେ ହଇରାଣ ହେବା ନିତି ଦିନର ଘଟଣା ସାଜୁଛି l ସିଭିଲ୍ ଡିପାର୍ଟମେଣ୍ଟ ଓ ବିଜୁଳୀ ବିଭାଗ କିଛି କର୍ମଚାରୀ, ଟ୍ରେଡ ୟୁନିୟନ୍ ନେତା ଏବଂ ଅସାଧୁ ସେକ୍ୟୁରିଟି କର୍ମଚାରୀ ଏଭଳି ଅନୈତିକ ଭାବେ ଏହି ସୁବିଧା ଯୋଗେଇ ମୋଟା ରୋଜଗାର କରୁଥିବା ଶୁଣିବାକୁ ମିଳୁଛି ତାଛଡା ଏହା ଦ୍ୱାରା ବିଭିନ୍ନ ନିଶାଦ୍ରବ୍ୟ କରବାର ଏ ସବୁ ସ୍ଥାନରେ ଅବାଧ ରେ ହେଉଥିବାରୁ ଖଣି ଅଞ୍ଚଳ ର ନିରାପତ୍ତା ଉପରେ ବିପଦ ସୃଷ୍ଟି ହେଉଛି l ଏଣୁ ଏଠାରେ ବସବାସ କରୁଥିବା କଲୋନୀ ବାସିଙ୍କ କହିବା ଅନୁଯାଇ ଯଦି ଏମ୍. ସି. ଏଲ୍. ଏହି ସବୁ ଅନୈତିକ ଉପାୟରେ ନିର୍ମିତ ଦୋକାନ, ଗୋଦାମ ଓ ଭଡା ଘର ଗୁଡିକ ତିଆରି ଉପରେ ପ୍ରତିବନ୍ଧକ ଲଗାନ୍ତା ତାହେଲେ ଅନେକାଂଶରେ ଏହି ଅଞ୍ଚଳ ରେ ନିଶାଦ୍ରବ୍ୟ, ଚୋରା କରବାର ଯେଭଳି ବଢ଼ି ଚାଲିଛି ତା’ ଉପରେ ଲଗାମ ଲାଗନ୍ତା l

Related posts

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ଦ୍ଵି ଦିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ -୨୦୨୬ ଉଦ୍ ଘାଟିତ

Sunil Chandra Nayak

ରାମପୁର ଏସସି ପରିବାର ଉପରେ ଆକ୍ରମଣ ଘଟଣା ରେ ଅଭିଯୁକ୍ତ ମାନଙ୍କ ଗିରଫ ଦାବି କଲା ଅଲ ଓଡ଼ିଶା ସିଡୁଲ୍ଡକାଷ୍ଟ ଫେଡରେସନ

Sunil Chandra Nayak

ବିଶାଖାପାଟଣା ଟ୍ରେନ ମ୍ପ୍ରସାରଣ ପାଇଁ ଜି ଏମ ଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!