ତାଳଚେର ( ଆର୍ତ୍ତତ୍ରାଣ ପାଣି ) : ବିଭିନ୍ନ ଖଣି ଅଞ୍ଚଳରେ ଥିବା ଏମ୍. ସି. ଏଲ୍ ଦ୍ୱାରା ପ୍ରଦତ୍ତ ମାର୍କେଟ୍ କମ୍ପ୍ଲେକ୍ସ କୁ ବାଦ ଦେଲେ ଅନେକ ଏମ୍. ସି. ଏଲ୍ ର କାର୍ଯ୍ୟରତ କର୍ମଚାରି ଓ କିଛି ଅସାଧୁ ଅଧିକାରୀ ଏମ୍. ସି. ଏଲ୍ ଜାଗାରେ ଅନୈତିକ ଉପାୟରେ ଦୋକାନ ଘର ତିଆରି କରି ମୋଟା ରକମର ଭଡା ଆଦାୟ କରୁଛନ୍ତି l ଶୁଣିବାକୁ ମିଳୁଛି ଯେ ଏହି ଆଦାୟ ଟଙ୍କା ତଳୁ ଏମ୍. ସି. ଏଲ୍ ହେଡ଼ କ୍ଵାଟର ପର୍ଯ୍ୟନ୍ତ ଯାଉଅଛି l ଏହି ସବୁ ଦୋକାନ ରେ ବ୍ୟବହୃତ ହେଉଥିବା ବିଜୁଳୀ ପାଣି ଆଦି ଚୋରା ବ୍ୟବସ୍ଥା ରେ ଉପଯୋଗ ହେଉଛି l ଅନେକ ଏହାକୁ ଶୀତତାପ ନିୟନ୍ତ୍ରୀତ ଗୋଦାମ, ହୋଟେଲ, ତେଜରାଟୀ ଆଦି ଦୋକାନ ଏବଂ ବାହାର ପ୍ରାନ୍ତରୁ ଆସୁଥିବା ବ୍ୟକ୍ତିଙ୍କୁ ଭଡା ଦେଇ ବ୍ୟବହାର କରୁଛନ୍ତି l ବଡ଼ ବଡ଼ ଫ୍ରିଜର୍ ଓ ଏ.ସି. ର ବ୍ୟବହାର ଯୋଗୁଁ ଅନେକ ସମୟରେ ଟ୍ରିପ୍ ନେଇ ବିଜୁଳୀ ଚାଲି ଯାଉଥିବାରୁ କଲୋନୀରେ ବସବାସ କରୁଥିବା ଚାକିରୀଆ ଗ୍ରୀଷ୍ମ କାଳ ରେ ହଇରାଣ ହେବା ନିତି ଦିନର ଘଟଣା ସାଜୁଛି l ସିଭିଲ୍ ଡିପାର୍ଟମେଣ୍ଟ ଓ ବିଜୁଳୀ ବିଭାଗ କିଛି କର୍ମଚାରୀ, ଟ୍ରେଡ ୟୁନିୟନ୍ ନେତା ଏବଂ ଅସାଧୁ ସେକ୍ୟୁରିଟି କର୍ମଚାରୀ ଏଭଳି ଅନୈତିକ ଭାବେ ଏହି ସୁବିଧା ଯୋଗେଇ ମୋଟା ରୋଜଗାର କରୁଥିବା ଶୁଣିବାକୁ ମିଳୁଛି ତାଛଡା ଏହା ଦ୍ୱାରା ବିଭିନ୍ନ ନିଶାଦ୍ରବ୍ୟ କରବାର ଏ ସବୁ ସ୍ଥାନରେ ଅବାଧ ରେ ହେଉଥିବାରୁ ଖଣି ଅଞ୍ଚଳ ର ନିରାପତ୍ତା ଉପରେ ବିପଦ ସୃଷ୍ଟି ହେଉଛି l ଏଣୁ ଏଠାରେ ବସବାସ କରୁଥିବା କଲୋନୀ ବାସିଙ୍କ କହିବା ଅନୁଯାଇ ଯଦି ଏମ୍. ସି. ଏଲ୍. ଏହି ସବୁ ଅନୈତିକ ଉପାୟରେ ନିର୍ମିତ ଦୋକାନ, ଗୋଦାମ ଓ ଭଡା ଘର ଗୁଡିକ ତିଆରି ଉପରେ ପ୍ରତିବନ୍ଧକ ଲଗାନ୍ତା ତାହେଲେ ଅନେକାଂଶରେ ଏହି ଅଞ୍ଚଳ ରେ ନିଶାଦ୍ରବ୍ୟ, ଚୋରା କରବାର ଯେଭଳି ବଢ଼ି ଚାଲିଛି ତା’ ଉପରେ ଲଗାମ ଲାଗନ୍ତା l