ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁବ ଜ୍ୟୋତି କ୍ଲବ ର ବାର୍ଷିକ ବୈଠକ ତଥା କର୍ମକର୍ତା ନିର୍ବାଚନ

ଉତ୍କେଲା,୧୨/୨/ସମିସ:କେସିଙ୍ଗା ଷ୍ଟେସନ ପଡା ସ୍ଥିତ ଯୁବ ଜ୍ୟୋତି କ୍ଲବ ର ବାର୍ସିକ ବୈଠକ ତଥା କର୍ମକର୍ତା ନିର୍ବାଚନ ସ୍ଥାନୀୟ ତହସିର ଯୋଜନା ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । କ୍ଲବ ର ସଭାପତି କୃଷ୍ଣ ଚନ୍ଦ୍ର ସାହୁ ଙ୍କ ସଭାପତିତ୍ଵ ରେ ଅନୁସ୍ଠିତ ଉକ୍ତ ବୈଠକ ରେ କ୍ଲବର୍ ସାଧାରଣ ସମ୍ପାଦକ ଯଯାତିକେଶରୀ ଦେଓ ବାର୍ଷିକ ବିବରଣୀ ପାଠ କରିଥିଲେ । ଏହି ବୈଠକରେ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରାଯିବା ସହ ସାମାଜିକ କାର୍ଯ୍ୟକ୍ରମ ଉପରେ ଆଲୋଚନା କରାଯାଇଥିଲା । ପରେ ନୂତନ କର୍ମକର୍ତ୍ତା ଚୟନ୍ କରାଯାଇଥିଲା । ସର୍ବସନ୍ମତି କର୍ମେ ସୁର୍ଜ୍ୟକାନ୍ତ ଦାସ ସଭାପତି ଭାବେ ମନୋନୀତ ହୋଇଥିଲେ । ସାଧାରଣ ସମ୍ପାଦକ ଭାବରେ ପୁଣିଥରେ ଯଯାତିକେଶରୀ ଦେଓ ଙ୍କୁ ମନୋନୀତ କାରାଯାଇଛି । କାର୍ଯ୍ୟକାରୀ ସଭାପତି ଭାବେ ସତ୍ୟବ୍ରତ ଦାସ,ଉପ ସଭାପତି ଭାବେ ବସନ୍ତ ନାଏକ ଓ ସଞ୍ଜୟ ଅଗ୍ରୱାଲ,ସମ୍ପାଦକ ଭାବେ ଚନ୍ଦନ ବାରିକ ଓ ହିତେଶ ସାହୁ,କୋଷାଧ୍ୟକ୍ଷ ଭାବରେ ରୋହିତ ସାହୁ ଙ୍କୁ ମନୋନୀତ କରାଯାଇଛି । ନିର୍ବାଚନ ଅଧିକାରୀ ଭାବେ ଶେଷଦେବ ଦାସ ଓ ନନ୍ଦ କିଶୋରେ ଗୁପ୍ତା ଦାୟିତ୍ୱ ତୁଲାଇଥିଲେ ।

ଉତ୍କେଲା ରୁ ଅର୍ଜୁନ ପୋଡ଼ ଙ୍କ ରିପୋର୍ଟ 

Related posts

ଆଇଜିଆଇଟି ରେ ବାର୍ଷିକ ଉତ୍ସବ ଆରୋହଣ ୨୦୨୩ ବେଶ ଧୁମଧାମ ରେ ପାଳିତ

Sunil Chandra Nayak

ବ୍ରହ୍ମପୁରରେ ଟିପିଏସ୍ଓଡିଏଲର ସିଏସ୍ଆର୍ ଉତ୍କର୍ଷତା ପୁରସ୍କାର କାର୍ଯ୍ୟକ୍ରମ 

Sunil Chandra Nayak

ପ୍ରଶିକ୍ଷଣ ୱାର୍ଡ ସଭ୍ୟ ମାନଙ୍କ ପ୍ରାରମ୍ଭିକ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!