ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା କରେଇଶୁଣିଙ୍କ ପୀଠରେ ଭଏସ୍ ଅଫ୍ ମିଡିଆ, ଗୋପବନ୍ଧୁ ପ୍ରେସକ୍ଳବର ଆଲୋଚନା ବୈଠକ

ମା କରେଇଶୁଣିଙ୍କ ପୀଠରେ ଭଏସ୍ ଅଫ୍ ମିଡିଆ, ଗୋପବନ୍ଧୁ ପ୍ରେସକ୍ଳବର ଆଲୋଚନା ବୈଠକ

ହିଞ୍ଜିଳିକାଟୁ, ୦୪/୦୮ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହିଞ୍ଜିଳି ଓ ଶେରଗଡ଼ ଅଞ୍ଚଳର ମିଡିଆ ପ୍ରତିନିଧିମାନଙ୍କୁ ନେଇ ରାଜ୍ୟ ଭଏସ୍ ଅଫ୍ ମିଡିଆ ଦ୍ଵାରା ଅନୁବନ୍ଧିତ ଗୋପବନ୍ଧୁ ପ୍ରେସ କ୍ଲବର ସଦସ୍ୟ ମାନଙ୍କ ମିଳିତ ଆଲୋଚନା ବୈଠକ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ଖରିଡ଼ା ଗ୍ରାମ ନିକଟରେ ପ୍ରତିଷ୍ଠିତ ମା କରେଇ ଶୁଣିଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଗଞ୍ଜାମ ଜିଲ୍ଲା ବେଗୁନିଆ ପଡ଼ା, ପୁରୁଷୋତ୍ତମପୁର, ବୁଗୁଡ଼ା, ବେଲଗୁଣ୍ଠା , ଭଞ୍ଜନଗର, ଚିକିଟି ବ୍ଲକ ପ୍ରତିନିଧି ଯୋଗ ଦେଇ ଥିଲେ। ପ୍ରେସ କ୍ଲବର ସଭାପତି ରଞ୍ଜିତ କୁମାର ପୋଲାଇଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ରାଜ୍ୟ କାର୍ଯ୍ୟ ନିର୍ବାହୀ ଅରୁଣ କୁମାର ଗୌଡ,ଜିଲ୍ଲା ଉପ ସଭାପତି ପ୍ରିୟବ୍ରତ ପଣ୍ଡା, ଜିଲ୍ଲା ସମ୍ପାଦକ ରଘୁନାଥ ଆଚାର୍ଯ୍ୟ, ହିଞ୍ଜିଳି ବିଧାନ ସଭା ନିର୍ବାଚନ ମଣ୍ଡଳୀ ଉପ ସଭାପତି ରାମକୃଷ୍ଣ ପାଣି ,ସହ ସମ୍ପାଦକ କୃଷ୍ଣ ଚନ୍ଦ୍ର ସାମନ୍ତରା, କୋଷାଧକ୍ଷ ଗୌରହରି ସାବତ, ଉପଦେଷ୍ଟା ଦିଲୀପ କୁମାର ତ୍ରିପାଠୀ, କାର୍ଯ୍ୟ କାରୀ ସଭ୍ୟ ସାରଥୀ ପାଢ଼ୀ, ବାପୁନି ସେଠୀ, ସଭ୍ୟ ଅବନୀ କାନ୍ତ ପଟ୍ଟନାୟକ ସମେତ ବହୁ ସଦସ୍ୟ ଯୋଗ ଦେଇଥିଲେ । ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ ଯୋଜନା ବିଶେଷ କରି ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ହରିଶ ଚନ୍ଦ୍ର ଯୋଜନା , ବିକଳାଙ୍ଗ , ବାର୍ଦ୍ଧକ୍ୟ, ବିଧବା ଭତ୍ତା, ଓ ସରକାରଙ୍କ ସମସ୍ତ ଯୋଜନା ପାଇଁ ପ୍ରତି ପଞ୍ଚାୟତରେ ଦର୍ଶା ଯାଇଥିବା ତାଲିକାକୁ ଅନୁଧ୍ୟାନ କରି ଯୋଗ୍ୟ ହିତାଧିକାରୀ ପାଇବାରେ ଉଚିତ ପଦକ୍ଷେପ ଗ୍ରହଣ କରିବାପାଇଁ ରାଜ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ଗୌଡ ମତ ପ୍ରକାଶ କରି ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ପଦକ୍ଷେପକୁ ସମସ୍ତ ପ୍ରତିନିଧି ସଠିକ୍ ଭାବେ କାର୍ଯ୍ୟ କରିବା ପାଇଁ ସଭାରେ ଅନୁରୋଧ କରାଗଲା। ସାଂଗଠନିକ ସୁଦୃଢ଼ ନିମନ୍ତେ ନୂତନ ସଦସ୍ୟ ଯୋଡ଼ିବା ପାଇଁ ପ୍ରତ୍ୟେକ ବ୍ଲକ ଅଞ୍ଚଳର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସଭାରେ ଅନୁରୋଧ କରାଗଲା।

Related posts

ଧାମନପୁର ଠାରୁ ଦଶପୁର ରାସ୍ତା ପାଲଟିଛି ମରଣ ଯନ୍ତା

Sunil Chandra Nayak

ସରକାରୀ ଅର୍ଥ ହଡପ ଘଟଣାରେ ତତ୍କାଳୀନ କିରାଣିକୁ ଗିରଫ କଲା ଭିଜିଲାନ୍ସ

Sunil Chandra Nayak

ସିଆରିଆ ଗ୍ରାମରେ ଜଙ୍ଗଲ ଜମି ସଂରକ୍ଷଣ ସଂଘର ବୈଠକ 

Sunil Chandra Nayak

Leave a Comment

error: Content is protected !!