ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ବିଶ୍ଵ ହକି କପ ଆୟୋଜନ ଉପଲକ୍ଷେ ଖଡ଼ିଆଳ ବ୍ଲକରେ ପଞ୍ଚାୟତ ସ୍ତରୀୟ କବାଡି, ଭଳିବଲ ପ୍ରତିଯୋଗିତା ଅନୁଷ୍ଠିତ

ନୂଆପଡା//, ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ପ୍ରଶାସନ ପକ୍ଷରୁ ବିଶ୍ଵ ହକି କପ ଉପଲକ୍ଷେ ପଞ୍ଚାୟତ ସ୍ତରୀୟ କବାଡି ଏବଂ ଭଳି ବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଅଛି। ଖଡ଼ିଆଳ ରାଜା ଆର୍ତ୍ତତ୍ରାଣ ହାଇସ୍କୁଲ ଖେଳ ପଡ଼ିଆ ଠାରେ ଖଡ଼ିଆଲ ବ୍ଲକର ୨୬ ଗୋଟି ପଂଚାୟତ ର ଦଳ ଯୋଗ ଦେଇ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି କ୍ରୀଡାକୁ ସରକାର ପକ୍ଷରୁ ଉତ୍ସାହିତ କରିବାରୁ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି। ଆଜି ପଞ୍ଚାୟତ ସ୍ତରୀୟ କ୍ରୀଡା ଉତ୍ସଵ ରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବ୍ଲକ ଅଧକ୍ଷା ପୁଷ୍ପାଞ୍ଜଳୀ ନନ୍ଦ ଯୋଗ ଦେଇ ଖେଳ ଏବଂ କ୍ରୀଡ଼ା କୁ ସରକାର ପ୍ରୋତ୍ସାହିତ କାରିବା ଦ୍ବାରା ଯୁବକ ମଧ୍ୟରେ ଉତ୍ସାହ ଜାଗ୍ରତ ହେଉଥିବା ମତଵ୍ୟକ୍ତ କରିଥିଲେ। ଖଡ଼ିଆଳ ବିଡ଼ିଓ ନାରାୟଣ ସାହୁ ଅଧ୍ୟକ୍ଷତାରେ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ବେହେରା , ମାଲ୍ୟବନ୍ତ ସୁନା , ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡି, ଜିତୁ କୁମାର , କୁନୁ ବେହେରା ,ବୃନ୍ଦାବନ ବାଗ , ତୁକା ରାମ ହିଆଲ , ଆଲ୍ଲାଦିନି ବେହେରା , ଉମେଶ କୈବର୍ତ , ମୟୂରୀ ମଞ୍ଜରୀ ପ୍ରମୁଖ ସରପଞ୍ଚ ମାନେ ଯୋଗ ଦେଇଥିଲେ। ଉଭୟ ମହିଳା ଏବଂ ପୁରୁଷ ଖେଳ ଅନୁଷ୍ଠିତ ହେବ।ମହିଳା ବର୍ଗ ରେ ଖୁଦପେଜ ଏବଂ ମଣ୍ଡୋସିଲ ମଧ୍ୟରେ ଅନୁଷ୍ଠିତ ହୋଇଅଛି।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

 

Related posts

ପୁରୁଷ ହକି ବିଶ୍ଵ ଉପଲକ୍ଷେ ବ୍ଲକ ସ୍ତରୀୟ ଫୁଟବଲ ପ୍ରତିଯୋଗୀତା

Sunil Chandra Nayak

ନବରଙ୍ଗପୁର କଲେଜ ଦ୍ୱାରା ମାସିକିଆ ଫୁଟବଲ ପ୍ରଶିକ୍ଷଣ ଶିବିର ଆରମ୍ଭ

ଡାଲଗୁମା ଠାରେ ଲଟିଆ ମାଝୀ ସ୍ମାରକୀ  ଫୁଟବଲ ପ୍ରତିଯୋଗିତା ଉଦଯାପିତ

Sunil Chandra Nayak

Leave a Comment

error: Content is protected !!