ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

ଫିରିଙ୍ଗିଆ,୧୯/୧୨(ମସିହା) କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି ଫିରିଙ୍ଗିଆ ଗ୍ରାମର ଉଦୀୟମାନ ଫୁଟବଲ ଖେଳାଳି ହରିଶଙ୍କର ନାୟକ । ସାରା କନ୍ଧମାଳ ଜିଲ୍ଲା ରେ ରାଜା ନାମରେ ପରିଚିତ ଏହି ଖେଳାଳି ଫୁଟବଲ ଆସୋସିଏସନ ଅଫ ଓଡିଶା ପକ୍ଷରୁ ସନ୍ତୋଷ ଟ୍ରଫି ଜାତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ଘୋଷିତ ଓଡ଼ିଶା ରାଜ୍ୟ ଦଳରେ ସେ ସ୍ଥାନ ପାଇଛନ୍ତି ।ଆସନ୍ତା ୨୨ ତାରିଖରୁ ଛତିଶଗଡ଼ର ନାରାୟଣପୁର ଠାରେ ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବାକୁ ଯାଉଛି । ଏଥିରେ ଓଡ଼ିଶା ଦଳ ମଧ୍ୟପ୍ରଦେଶ, ତେଲେଙ୍ଗାନା ଓ ଆୟୋଜକ ଛତିଶଗଡ଼ ବିରୁଦ୍ଧରେ ମୈଦାନକୁ ଓହ୍ଲାଇବ । ତେବେ ହରିଶଙ୍କର ବିଗତ ଚାରି ବର୍ଷ ଧରି କନ୍ଧମାଳ ଜିଲ୍ଲା ସିନିଅର ଫୁଟରବଲ ଦଳର ଅଧିନାୟକ ଦାୟିତ୍ୱ ତୁଲାଇ ଆସୁଛନ୍ତି । ତାଙ୍କରି ନେତୃତ୍ୱରେ ୨୦୨୩ ମସିହା ସାହାଣୀ କପ୍ ଆନ୍ତଃଜିଲ୍ଲା ଫୁଟବଲ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ଦଳ ରନର୍ସ-ଅପ୍ ଆଖ୍ୟା ଅର୍ଜନ କରିଥିଲା । ଏହା ବ୍ୟତୀତ ସେ ୨୦୨୩ରେ ଓଡ଼ିଶା ଏଫସି ତରଫରୁ ସର୍ବଭାରତୀୟ ଡୁରାଣ୍ଡ କପ୍‌ରେ ମଧ୍ୟ ପ୍ରତିନିଧିତ୍ୱ କରିଥିଲେ । ଚଳିତ ୨୦୨୫ ସାହାଣୀ କପ୍‌ରେ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ରାଜ୍ୟ ଚୟନକର୍ତ୍ତାଙ୍କୁ ବେଶ୍ ପ୍ରଭାବିତ କରିଥିଲା, ଯାହା ଫଳରେ ତାଙ୍କୁ ସନ୍ତୋଷ ଟ୍ରଫି ପାଇଁ ରାଜ୍ୟ ଦଳରେ ସ୍ଥାନ ମିଳିଛି ।

ତାଙ୍କର ଏହି ସଫଳତା ପାଇଁ କନ୍ଧମାଳ ଜିଲ୍ଲା କ୍ରୀଡା ସଂଘ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ସମସ୍ତ କର୍ମକର୍ତ୍ତା, ପୂର୍ବତନ ଖେଳାଳି ସରୋଜ ମୁନି, ଅଶୋକ ପଟ୍ଟନାୟକ, ଦେବେନ୍ଦ୍ର କଁହର ଏବଂ କ୍ରୀଡା ସଂଗଠକ ହୃଦୟ ରଞ୍ଜନ ବେହେରା, ଫିରିଙ୍ଗିଆ ର ବରିଷ୍ଠ ଫୁଟବଲ ଖେଳାଳି ତଥା ପ୍ରେସ କ୍ଳବ ସଭାପତି ଉତ୍ତମ ଖମାରି ଓ ଜଳନ୍ଧର ବେହେରା ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ହରିଶଙ୍କରଙ୍କ ଏହି ସଫଳତା ଜିଲ୍ଲାର ଅନ୍ୟ ଫୁଟବଲ ଖେଳାଳିମାନଙ୍କ ପାଇଁ ଏକ ନୂତନ ଦିଗଦର୍ଶନ ସାଜିବ ବୋଲି କ୍ରୀଡାପ୍ରେମୀମାନେ ଆଶା ବ୍ୟକ୍ତ କରିଛନ୍ତି । ଅନ୍ୟପଟେ ଏହି ଖବର ପ୍ରଚାର ହେବା ପରେ ଫିରିଙ୍ଗିଆ ଅଂଚଳର ଖେଳାଳି ମାନଙ୍କ ମଧ୍ୟରେ ବେସ ଉତ୍ସାହ ଦେଖୁବାକୁ ମିଳିଥିବା ବେଳେ ହରିଶଙ୍କର ଙ୍କ ପାଖକୁ ଶୁଭେଚ୍ଛା ର ସୁଅ ଛୁଟିବାରେ ଲାଗିଛି I 

ଅକ୍ଷୟ କୁମାର କର୍ଣ୍ଣ (ଫିରିଙ୍ଗିଆ 

Related posts

ସର୍ବଭାରତୀୟ ଅନ୍ତଃବିଶ୍ବବିଦ୍ୟାଳୟ କିକ୍ ବକ୍ସିଙ୍ଗ ମହିଳା ପ୍ରତିଯୋଗିତା ରେ ସଫଳତା

Sunil Chandra Nayak

Victory of St.Xavier high school Kandarpur in All India karate championship.

masiha

ମା ଠାକୁରାଣୀ ନକ ଆଉଟ ଟୁର୍ଣ୍ଣ।ମେଣ୍ଟ ମେରିଆବନ୍ଦଲି ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!