ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫିରିଙ୍ଗିଆ ରେ ବଡ଼ ଦିନ ପାଇଁ ଶାନ୍ତି କମିଟି ବୈଠକ

ଫିରିଙ୍ଗିଆ ରେ ବଡ଼ ଦିନ ପାଇଁ ଶାନ୍ତି କମିଟି ବୈଠକ 

କନ୍ଧମାଳ ଫିରିଙ୍ଗିଆ, ୨୨/୧୨( ମସିହା )ଆସୁଛି ବଡ଼ ଦିନ ଏହି ଅବସରରେ ପୂର୍ବ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶାନ୍ତି ଶୃଙ୍ଖଳା ରକ୍ଷା କରି ବଡ଼ ଦିନ ପାଳନ କରିବାକୁ ବ୍ଲକ ପ୍ରଶାସନ ତରଫରୁ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟ ସଭା ଗୃହ ରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଛି l ଫିରିଙ୍ଗିଆ ତହସିଲଦାର ଜ୍ୟୋତି ପ୍ରକାଶ ସେଠି ଙ୍କ ଅଧକ୍ଷତରେ ଅନୁଷ୍ଠିତ ଏହି ଶାନ୍ତି କମିଟି ବୈଠକ ରେ ଅତିରିକ୍ତ ତହସିଲଦାର ପୃଥ୍ୱୀରାଜ ମହାନନ୍ଦିଆ, ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ,ବି ଏସ ଏସ ଓ ଜ୍ଞାନ ରଞ୍ଜନ ସେଠି ଯୋଗ ଦେଇଥିଲେ l ବିଭିନ୍ନ ଚର୍ଚ୍ଚ ର ସଭାପତି ଙ୍କ ସହ ଖ୍ରୀଷ୍ଟ ଧର୍ମାବଲମ୍ବୀ , ପାଣ କୂଳ ସମାଜ ସଭାପତି ଚନ୍ଦ୍ର ମୋହନ, ନାୟକ ବରିଷ୍ଠ କୁଇ ସମାଜ କର୍ମକର୍ତ୍ତା ଙ୍କ ସହ ଅଞ୍ଚଳ ର ଜନସାଧାରଣ ଯୋଗ ଦେଇଥିଲେ l ତହସିଲଦାର ଜ୍ୟୋତି ପ୍ରକାଶ ସେଠି ଶାନ୍ତି ବଜାୟ ରଖିବା ସହ ସମସ୍ତେ ଭାଇଚାରାରେ ବଡ଼ ଦିନ ପାଳନ କରିବାକୁ ବକ୍ତବ୍ୟ ରଖିଥିଲେ l ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ ଉପସ୍ଥିତ ସମସ୍ତ ଙ୍କୁ ଶାନ୍ତି ଶୃଙ୍ଖଳା ସହ ବଡ଼ ଦିନ ପାଳନ କରିବାକୁ ନିବେଦନ କରିଥିଲେ ଓ ଆସନ୍ତା ଡିସେମ୍ବର ୨୫ ପୂର୍ବରୁ ସୁରକ୍ଷା ଓ ଶାନ୍ତି ବଜାୟ ରଖିବାକୁ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ l ଉପସ୍ଥିତ ଜନସାଧାରଣ ଦୀର୍ଘ ଦିନରୁ ଘଟିଥିବା ଘଟଣା କୁ ଭୁଲି ଶାନ୍ତିର ସହ ବଡ଼ ଦିନ ପାଳନ କରାଯିବ ବୋଲି କହିଥିଲେ l

କନ୍ଧମାଳ ଅକ୍ଷୟ କୁମାର କର୍ଣ୍ଣ

Related posts

ଜିଲ୍ଲାସ୍ତରୀୟ କୃଷି ମହୋତ୍ସବ ଓ କୃଷି ଯନ୍ତ୍ରପାତି ମେଳା ୨୦୨୪-୨୫ ଉଦଘାଟନ 

masiha

କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ମନମୁଖି କାର୍ଯ୍ୟ: ଅସନ୍ତୁଷ୍ଟ ଛାତ୍ର ଛାତ୍ରୀ ଓ ଅଭିଭାବକ

Sunil Chandra Nayak

ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Leave a Comment

error: Content is protected !!