ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶତମ ବାର୍ଷିକୋତ୍ସବ 

ଜୁନାଗଡ଼:ତା ୧୯/୧୨, ଶ୍ରୀ ଅରବିନ୍ଦଙ୍କର ଦେହାଶ ପ୍ରତିଷ୍ଠାର ଏକବିଂଶହତମ ବାର୍ଷିକୋତ୍ସବ, ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ଅତିଥିମାନଙ୍କ ଦ୍ଵାରା ଶ୍ରୀ ଅରବିନ୍ଦ ଓ ଶ୍ରୀମାଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ ଓ ପ୍ରଦୀପ ପ୍ରଜ୍ଜ୍ବୋଳନ ପୂର୍ବକ ଉତ୍ସବଟି ଉଦ୍ଘାଟିତ ହୋଇଥିଲା। ମୂଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ସୁଧୀର ରଞ୍ଜନ ପାଟ୍ଟଯୋଶୀ , ସମ୍ମାନିତ ଅତିଥି ଭାବେ ଜୁନାଗଡ଼ ଏନ୍ ଏ ସି ର ପୂର୍ବତନ ଅଧ୍ୟକ୍ଷ ମୁକେଶ କୁମାର ଅଗ୍ରୱାଲ ଶ୍ରୀଅରବିନ୍ଦୃ ଓ ଶ୍ରୀମାଙ୍କୁ ଭକ୍ତିଅର୍ଘ ଅର୍ପଣ ପୂର୍ବକ ସ୍ବସ୍ବ ଵକ୍ତବ୍ୟ ପ୍ରଦାନ କରିଥିଲେ। ମୂଖ୍ୟ ବକ୍ତା ଭାବେ ପ୍ରଫେସର୍ ରାଧାକାନ୍ତ ମିଶ୍ର ଓ ସମ୍ମାନିତ ବକ୍ତା ଭାବେ ବ୍ରଜମୋହନ ବେହେରା (ଶିକ୍ଷା ସଂଯୋଜକ) ଶ୍ରୀ ଅରବିନ୍ଦଙ୍କ ସାମୂହିକ ଯୋଗ ଓ ଦର୍ଶନକୁ ଆଧାର କରି ବକ୍ତବ୍ୟ ପ୍ରଦାନ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବରିଷ୍ଠ ସାଧକ ଗୋପିଚାନ୍ଦ ବାଗ । ପ୍ରାରମ୍ଭରେ ପ୍ରଦୀପ କୁମାର ଦାସ ଦୁର୍ଗା ସ୍ତ୍ରୋତ୍ର,ବିଜୟ କୁମାର ମଲ୍ଲିକ ମାତୃ ବହି ପାଠ କରିବା ସହ ଅତିଥି ପରିଚୟ ପ୍ରଦାନ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ରଂଜିତ ମେହେର। ବିଭିନ୍ନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ପଦ୍ମାବତୀ ସାହୁ, ପ୍ରିୟଙ୍କା ନନ୍ଦ, ଖୁସି ଧଙ୍ଗଡା ମାଝୀ, କୁନୀ ପ୍ରଧାନୀ, ହେମାଙ୍ଗୀନୀ ନାଏକ। ଜିଲ୍ଲା ସଂଯୋଜକ ଗଣେଶ ପ୍ରସାଦ ଙ୍କ ଦ୍ବାରା ପ୍ରତିଯୋଗିତାର ବିଚାରପତିମାନଙ୍କୁ ସମ୍ବର୍ଦ୍ଦିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ସଂଯୋଜିତ କରିଥିଲେ ମେନେଜି ଟ୍ରଷ୍ଟି ଜୟନ୍ତ କୁମାର ସାହୁ । ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ ଅଜୟ କୁମାର ଦାସ। ଜୁନାଗଡ଼ ତଥା କଳାହାଣ୍ଡିର ସହସ୍ରାଧିକ ପ୍ରାଜ୍ଞ ମାତୃ ପ୍ରେମୀ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଆଧ୍ୟାତ୍ମିକ ଆନନ୍ଦ ପ୍ରାପ୍ତ ହୋଇଥିଲେ।

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସ୍ତରୀୟ ବିକାଶ ମେଳା  ୨୦୩୬ ମସିହା ବେଳକୁ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟରେ ପରିଣତ ହେବ_ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ 

masiha

ବଂଶୀଧର ଓ ଇଲା ପଣ୍ଡା ଫାଉଣ୍ଡେସନ ଦ୍ୱାରା ସିଲେଇ ତାଲିମ କେନ୍ଦ୍ରର ପୁନଃ ପ୍ରାରମ୍ଭ ସମାରୋହ

masiha

ନବ ନିଯୁକ୍ତ ଯୋଜନା କମିଟିର ଅଧ୍ୟକ୍ଷଙ୍କୁ ନାଗରିକ ସମ୍ବର୍ଦ୍ଧନା।ଯୋଜନା ଗୁଡିକର ସଫଳ ରୂପାୟନ ଓ ଗତିଶୀଳ କରିବା ପାଇଁ ପ୍ରୟାସ କରାଯିବ

Sunil Chandra Nayak

Leave a Comment

error: Content is protected !!