ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

ଗୃହ ମନ୍ତ୍ରୀ ଅମିତ ସାହା ଙ୍କ ମନ୍ତବ୍ୟ କୁ ନେଇ ଜୟନ୍ତପୂର ଠାରେପ୍ରତିବାଦ ଓ ଗାଁ ପରିକ୍ରମା 

 ରାଜ୍ୟ ସଭା ରେ ଗୃହ ମନ୍ତ୍ରୀ ଅମିତ ସାହା ଭାରତ ରତ୍ନ ସମ୍ବିଧାନ ପ୍ରଣେତା ଡ଼. ବି. ଆର ଆମ୍ବେଦକର ଙ୍କୁ ନେଇ ଯେଉଁ ଅରୁଚିକର ମନ୍ତବ୍ୟ ଦେଇଛନ୍ତି ତାର ପ୍ରତିବାଦ ରେ ଗୁରୁବାର ଜୟନ୍ତପୁର ଠାରେ ଏକ ପ୍ରତିବାଦ କରିଥିଲେ l ଶ୍ରୀଯୁକ୍ତ ସାହା ତାଙ୍କ ମନ୍ତବ୍ୟରେ ଆମ୍ବେଦକର ଆମ୍ବେଦକର କହିବା ଆଜି ଏକ ଫେସନ ପାଲଟି ଗଲାଣି,ସେମାନେ ଯେତେଥର ଏ ନାମ ଜପୁଛନ୍ତି, ତା ବଦଳରେ ଭଗବାନ ଙ୍କ ନାମ ଜପିଥିଲେ ସେମାନଙ୍କ ସାତ ପୁରୁଷା ସ୍ଵର୍ଗରେ ଉପଭୋଗ କରିଥାନ୍ତେ ବୋଲି କହିଥିଲେ l ଏହି ଟିପ୍ପଣୀ ଦେଶର ଜନସାଧାରଣଙ୍କୁ ଆଘାତ ଦେଇଛି ତେଣୁ ଅମିତ ସାହା ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ପ୍ରତିବାଦ କରିଛନ୍ତି । ଜୟନ୍ତପୂର ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ରେଲି ମାଧ୍ୟମରେ ଗାଁ ପରିକ୍ରମା କରାଯାଇଥିଲା । ଏହି ରାଲିରେ ଆମ୍ବେଦକରବାଦୀ ନୋଜ଼ଲ କୁମାର ବାଗ, ଚିତ ରଞ୍ଜନ ଦୁରିଆ, ଧଵଲେ ଦୁରିଆ, ଟହକାନ୍ତ ବାଗ, ଉମେଶ ଦୁର୍ଗା, ପୁରୁଷୋତ୍ତମ ନାଏକ, ସଞ୍ଜୟ ବାଗ, ଲକ୍ଷ୍ମଣ ଝାଙ୍କର, ସୁନୀଲ ଦୁରିଆ,ଲକ୍ଷ୍ମଣ ନାଏକ, ଗୋଲାପ ମାଝୀ, ନବୀନ ଧରୁଆ ଧବଳେଶ୍ୱର ମାଝୀ ପ୍ରମୁଖ ଉପସ୍ଥିତ ରହି ପ୍ରତିବାଦ କରିଥିଲେ। ଏବଂ ଯିଏ ବି ଆମ୍ବେଦକର କିମ୍ବା ତାଙ୍କ ଦ୍ୱାରା ଲିଖିତ ସମ୍ବିଧାନ ପ୍ରତି ନଜର ଉଠାଇବ ତାର ଉଚିତ ଜବାବ ଦିଆଯିବ ବୋଲି ନୋଜ଼ଳ ବାଗ ପ୍ରକାଶ କରିଥିଲେ ।

ଢଗ ନାଏକ ଙ୍କ ରିପୋର୍ଟ୍ 

 

Related posts

୨ ବର୍ଷ ପାଠ ଛାଡ଼ିଥିବା ଝିଅ ପୁନଃ ବିଦ୍ୟାଳୟ ଫେରିଲା; ସିଆରସିସି ଙ୍କ ପ୍ରୟାସ-ଶିକ୍ଷା ଆଶା ସାଜିଲା ଓ ଶିକ୍ଷା- ଅଧିକାର ସୁରକ୍ଷିତ 

Sunil Chandra Nayak

ମା ଠାକୁରାଣୀ କ୍ରିକେଟ ଟୁର୍ଣାମେଣ୍ଟ ଉଦଯାପିତ 

masiha

ରାଇରଙ୍ଗପୁର ଵ୍ଳକ ପରିସରରେ ୧୨ ତମ ବିଶ୍ବ ଯୋଗ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!