ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପାଳିତ 

ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଏନ୍ ଏସ୍ ଏସ୍ ଦ୍ୱାରା ବିଶ୍ୱ ଏଡ୍‌ସ୍ ଦିବସ ପାଳିତ 

ଭବାନୀପାଟଣା : ସ୍ଥାନୀୟ ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ଏନ୍ ଏସ୍ ଏସ୍ ୟୁନିଟି ଦ୍ୱାରା 37ତମ ବିଶ୍ୱ ଏଡ୍‌ସ୍‌ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ବିଶ୍ୱବିଦ୍ୟାଳୟ ପରସରରୁ ଏକ ସଚେତନତା ଶୋଭାଯାତ୍ରା ଡ. ଚିତ୍ତରଞ୍ଜନ ଖୁଣ୍ଟିଆ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ଶୋଭାଯାତ୍ରାରେ ଛାତ୍ରଛାତ୍ରୀମାନେ ସହର ମଧ୍ୟରେ ବିଭିନ୍ନ ଛକ ମାନଙ୍କରେ ପରିକ୍ରମା କରିବା ସହିତ ସଚେତନତା ମୂଳକ ବାର୍ତ୍ତା ପ୍ରଦାନ କରିଥିଲେ । ଏହି ଶୋଭାଯାତ୍ରାକୁ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀ ଜୟନ୍ତ ଦନସନା, ଡ. ପ୍ରିୟରଂଜନ ବେହେରା, ମିସ୍‌ ରୋଜ୍‌ ମେରୀ ଏକ୍କା ପ୍ରମୁଖ ପରିଚାଳନା କରିଥିଲେ । ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦୀପକ ବେହେରା, ଶ୍ୱାସ୍ୱତ ଦାନୀ, ଅଭିଷେକ, ନୀଳମଣି, ରୋହିତ, ଅମିତ୍ ଓ କ୍ଷିତିସ୍ ପ୍ରମୁଖ ଭୂମିକା ଲିଭାଇଥିଲେ । 

( ମ ନି ସ ) 

Related posts

ଡାବୁଗାଁ ବ୍ଲକରେ +୨ ପରୀକ୍ଷାରେ ଛାତ୍ରୀ ଛାତ୍ର ମାନଙ୍କ ସଫଳତା 

masiha

ରାଇରଙ୍ଗପୁର ଲାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ବାରା ଶୁଭ ଉଦଘାଟିତ ଓ ଧାନକିଣା ଶୁଭାରମ୍ଭ 

masiha

ନୂଆପଡ଼ାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ: ଶିଶୁ ଓ ମାତୃ ମୃତ୍ୟୁ ହାରକୁ ରାଜ୍ୟରେ ସର୍ବନିମ୍ନ ସ୍ତରକୁ ଆଣିବା ଲକ୍ଷ୍ୟ  

Sunil Chandra Nayak

Leave a Comment

error: Content is protected !!