ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

ଘରୋଇ ହିଂସା ମୁକାବିଲା ସମ୍ବନ୍ଧୀୟ ସଚେତନତା କର୍ମଶାଳା

ଭବାନୀପାଟଣା: ତା 01/12 ଭବାନୀ ପାଟଣା ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟରେ ଘରୋଇ ହିଂଶା ମୁକାବିଲା ସମ୍ବନ୍ଧୀୟ ସଚେତନତା କାର୍ମଶାଳା ଅନୁଷ୍ଠିତ ହୋଇଥିଲା | ଜିଲ୍ଲା ସମାଜ କଲ୍ୟାଣ କାର୍ଜ୍ୟାଳୟ, କଳାହାଣ୍ଡି ଆନୁକୂଲ୍ୟରେ ଆୟୋଜିତ ଏହି କର୍ମଶାଳାରେ ମହିଳାଙ୍କ ସହ ହେଉଥିବା ଘରୋଇ ହିଂଶା, ମାନସିକ ତଥା ଶାରୀରିକ ଅତ୍ୟାଚାର ବିରୋଧରେ ସଚେତନତା ସୃଷ୍ଟି କରିବା ,ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରାକରଣ, ଡାହାଣୀ ପ୍ରଥା ପ୍ରତି ସଚେତନତା ଇତ୍ୟାଦି ମୁଖ୍ୟ ବିଷୟ ବସ୍ତୁ ଗୁଡିକୁ ଆଲୋଚନା କରାଯାଇଥିଲା। | ଉକ୍ତ କାର୍ମଶାଳାରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ଶ୍ରୀମତୀ ମୁଜିବୁନ ନିଶା, ମହିଳା ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ତ୍ରିଲୋଚନ ଜେନା , ଜିଲ୍ଲା ଶିଶୁ ସୁରକ୍ଷ୍ୟା ଅଧିକାରୀ ଶ୍ରୀଯୁକ୍ତ ଶୈଳେନ୍ଦୁ ଶେଖର ମହାପାତ୍ର, ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଶ୍ରୀଯୁକ୍ତ ରୁପେଶ ହୋତା, କିଶୋର ନ୍ୟାୟ ବୋର୍ଡ଼ ମେମ୍ବର ସ୍ଵର୍ନଲତା ମହାନ୍ତି , ପ୍ରୋଟେକଶନ ଅଫିସର ଶ୍ରୀମତୀ ନାମିତା ପଲ୍, ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଶ୍ରୀମତୀ ନିୟତିବାଳା ସୋରେନ ଉପସ୍ଥିତ ରହି ଅଂଶଗ୍ରହନକାରୀ ମାନଙ୍କୁ ସମଯରେ ଦେଖାଯାଉଥିବା ଘରୋଇ ହିଂଶା, ମାନସିକ ତଥା ଶାରୀରିକ ଅତ୍ୟାଚାର ଏବଂ ବାଲ୍ୟ ବିବାହ, ଶିଶୁ ଶ୍ରମିକ ନିରାକରଣ, ଡାହାଣୀ ପ୍ରଥା ଗୁଡିକ ଉପରେ ସଚେତନତା ସୃଷ୍ଟି କରିଥିଲେ ଏବଂ ଏସବୁ ପାଇଁ ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ | ଶକ୍ତି ଅନୁଷ୍ଠାନର କୋଡିନେଟର ସୁଜିତ ଶେନ ବାଲ୍ୟ ବିବାହାକୁ ରୋକିବା ପାଇଁ ଶପଥ ପାଠ କରାଇଥିଲେ | ଏହି କାର୍ଯ୍ୟକ୍ରମ ରେ ପାଞ୍ଚଶହ ବାଳିକା ଯୋଗଦାନ କରିଥିଲେ | ଏହି କାରଜୟକ୍ରମରେ ଜିଲ୍ଲା ସଂଯୋଜକ ଦିବ୍ୟ ରଞ୍ଜନ ଯୋଷି ସଭା କାର୍ଯ୍ୟ ପରିଚାଳନା କରିଥିଲେ ଏବଂ ୱାନ ସ୍ଟପ ସେଣ୍ଟରର ଶଖୀ ପରିଚାଲିକା ବିନୀତ ଦାସ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ |

( ମ ନି ସ)

Related posts

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ (ଖାରବେଳନଗର ଶାଖା)ରାୟଗଡା ର ନିର୍ବାଚନୀ ବୈଠକ ଅନୁଷ୍ଠିତ

masiha

Guru Pankaj Utsav and Mahari Samman Inaugural Evening Dance Artist Adyasha Mishra captivated the audience through Odissi dance.

masiha

ସରକାରୀ ବିମାନ ଚାଳନା ପ୍ରଶିକ୍ଷଣ ପ୍ରତିଷ୍ଠାନ ଭାଙ୍ଗିଲେ ହାତୀପଲ

Sunil Chandra Nayak

Leave a Comment

error: Content is protected !!