ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

ଯୋଡ଼ା- ଓଡିଶା ରାଜ୍ୟର କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣି ମଣ୍ଡଳରେ ଖଣି ବ୍ୟବସାୟ ଗତ କିଛି ବର୍ଷ ଧରି କରି ଆସୁଥିବା ଜେଏସଡବ୍ଲୁ କମ୍ପାନୀର କେଇ ଅଫିସର ଏବଂ କର୍ମଚାରୀଙ୍କ ଦୁର୍ନୀତି ଦିନକୁ ଦିନ ବୃଦ୍ଧି ପାଉଥିବା କାର୍ଯ୍ୟକଳା ଖୋଦ କମ୍ପାନୀ ଏବଂ ଖଣି ଜିଲ୍ଲା କେନ୍ଦୁଝର ବ୍ୟତୀତ ରାଜ୍ୟ ସାରା ବଦନାମ ହେବାକୁ ବସିଲାଣି ଏହି ବିଷୟରେ ଜାଣିବାକୁ ମିଳିଛି। ଏହି ସଂକ୍ରାନ୍ତରେ ଖବର ପ୍ରକାଶନ ହୋଇବାରୁ କମ୍ପାନୀର ତିନି କର୍ମଚାରୀ ତାତିଥିଲେ ଏଥିରୁ ଜଣେ କର୍ମଚାରୀ ଏକ ଧମକପୂର୍ଣ୍ଣ କଡା ଚେତାବନୀ ଦେବା ବ୍ୟତୀତ ଅସଭ୍ୟ ଭାଷାରେ ଗାଳି ଦେଇ ସାମ୍ବାଦିକଙ୍କୁ ଅପମାନ କରିବା ସହିତ ସଭ୍ୟ ସମାଜରେ ଅସଭ୍ୟ ଭାଷାରେ ମନ୍ତ୍ୟବ୍ୟ ଦେଇ ସେହି କହିଛନ୍ତି ଯେ ଯୋଡ଼ା ଖଣି ବିଭାଗ ଦ୍ବୟଙ୍କ(ଡିଡିଏମ ଏବଂ ଡିଡିସିଏ)ନାମରେ ଖବର ପ୍ରସାର କର – ଆମର ନୋ ପ୍ରୋବ୍ଲେମ, ତୁମେ ସାମ୍ବାଦିକ ଯୋଡ଼ା ଖଣି ବିଭାଗ ପରି ଆମ କୁ ଭାବିବନି। ସେପୁଣି କହିଛନ୍ତି ଯେ ସାମ୍ବାଦିକ ଦେବୀଦାସ ସାହୁ ତୁମକୁ ୱାରନିଙ୍ଗ ସମୟ ଆସିଲେ ଜାଣିବ ତୁମେ ଯେଉଁ ଗାତରେ ଥାଅନା କାହିଁକି ତମେ ଯେଉଁଠି ଥାଅ ଆମ୍ଭେ ତମକୁ ଉଠାଇ ନେବୁ। ତେବେ ଏଠାରେ ସୂଚନା ଯୋଗ୍ୟ ଯେ ଯୋଡ଼ା ସ୍ଥିତ ରାଜ୍ୟର ସରକାରୀ ଖଣି ବିଭାଗକୁ କମ୍ପାନୀର ନୀତିଦିନ ଆସୁଥିବା ଜେଏସଡବ୍ଲୁର କେଇ ପ୍ରମୁଖ କର୍ମଚାରୀ ଜଣକଙ୍କର ଏହିପରି ଏକ ମନ୍ତ୍ୟବ୍ୟ ଆସିବା ଘଠଣାକୁ ଖାସ କରି ଖଣି ଅଞ୍ଚଳବାସୀ ଜାଣିବା ପରେ ଅନେକଙ୍କ ମଧ୍ୟରେ ତୀବ୍ର ଆନ୍ଦୋଳିତ ହେବା ଘଟଣା ଜଣାପଡିଛି।ତେବେ ଏଠାରେ ସଭିଏ ଜାଣି ରଖିବା ଆବଶ୍ୟକ ଯେ କୌଣସି ବିନା ଆଧାର ନଥିବା ବିଷୟ କିମ୍ବା ତଥ୍ୟ ବିହୀନରେ କୌଣସି ସମ୍ବାଦ ପ୍ରକାଶନ ହୋଇ ପାରେନାହିଁ। ଏହି ବିଷୟକୁ ଖାସ କରି ଭାରତ ବର୍ଷର ପ୍ରତିଷ୍ଠିତ ତଥା ଜଣାଶୁଣା ଖଣି କମ୍ପାନୀ ଜେଏସଡବ୍ଲୁର ଜନୈକ କର୍ମଚାରୀ କାନ ଖୋଲି ଜାଣି ରଖିବା ଉଚିତ। କମ୍ପାନୀରେ ଘଟିଯାଇଥିବା ଏକାଧିକ ଦୁର୍ନୀତି କମ୍ପାନୀର କିଛି ଅଫିସର ଏବଂ କର୍ମଚାରୀ ଖଣି ବିଭାଗର ଅଫିସର ଓ ସାମିଲଦାରଙ୍କ ଦ୍ୱାରା ହୋଇଥିବାକୁ ଦୁର୍ନୀତିକୁ ନେଇ ଗତ କିଛି ମାସ ଧରି ବାରମ୍ବାର ଖବର ପ୍ରସାରଣ କରିଥିଲେ, ମଧ୍ୟ ବିଭାଗୀୟ ମୁଖ୍ୟ ଅଧିକାରୀ କିମ୍ବା ରାଜଧାନୀ ଭୁବନେଶ୍ୱରରେ ଥିବା ଖଣି ଓ ଭୁତତ୍ତ୍ୱ ନିର୍ଦ୍ଧେଶାଳୟର ମୁଖ୍ୟ ଖଣି ନିର୍ଦ୍ଧେଶକ ଜୀ ରାଜେଶ ମଧ୍ୟ କର୍ଣ୍ଣପାତ କରିବା ଦୂର କଥା କମ୍ପାନୀ ଉକ୍ତିକୁ ତାଗିଦ କରିବାକୁ ମଧ୍ୟ ଠିକ୍ ମଣୁନଥିବାରୁ ଆଜି ସଭ୍ୟ ସମାଜରେ ଅସଭ୍ୟ ମନ୍ତ୍ୟବ୍ୟ କମ୍ପାନୀର ଏହି କର୍ମଚାରୀଙ୍କ ଠାରୁ ପ୍ରୟୋଗ ହୋଇଛି ବୋଲି ସାଧାରଣରେ ତୀବ୍ରତା ଦେଖାଦେଇଛି।ଦେଖାଯାଉ ଭାରତ ବର୍ଷର ଗୋଟିଏ ପ୍ରତିଷ୍ଠିତ କମ୍ପାନୀ ଜେଏସଡବ୍ଲୁ ମାନ’ମର୍ଯ୍ୟାଦାକୁ ରକ୍ଷା କରିବା ନିମନ୍ତେ କମ୍ପାନୀର (ବଡ଼ବିଲ) ଅଫିସର ନିଜର ତଳସ୍ଥ ଅଫିସର ଓ କର୍ମଚାରୀକୁ ସଜାଡ଼ିବା ବ୍ୟତୀତ ସମାଜ ଗଠନରେ ଏକ ପ୍ରମୁଖ ମୂଳ ଦାୟୀତ୍ଵ ତୁଲାଉଥିବା ସମ୍ବାଦକଙ୍କ ପ୍ରତି କିପରି ଶାଳୀନତାର ଆଚରଣ ପାଳନ କରିବା ହୁଏ,ଏହା ପ୍ରତି ନିଶ୍ଚୟ ଧ୍ୟାନ ଦେବେ ବୋଲି ସାଧାରଣରରେ ବିଶ୍ୱାସ କରାଯାଇପାରେ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ଆଧ୍ୟାତ୍ମ୍ୟ ବିନା ଜୀବନ ମୂଲ୍ୟହୀନ: ସୁନୀତି ମୁଣ୍ଡ୍‌‌

masiha

ସେକ୍ଟର-୧୬ ଧବଳେଶ୍ଵର ମନ୍ଦିରରେ ୬୨ତମ ଅଷ୍ଟପ୍ରହରୀ ନାମ ଯଜ୍ଞ

Sunil Chandra Nayak

ପଞ୍ଚାୟତ ସ୍ତରୀୟ ସ୍ୱାଧୀନତା ଦିବସ 

Sunil Chandra Nayak

Leave a Comment

error: Content is protected !!