ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

ରାଉରକେଲା:ପାନପୋଷ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ନେତୃତ୍ୱରେ ଏକ ତ୍ରୀରଂଗା ପଦଯାତ୍ରା ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ମାନେ ସାମିଲ ହୋଇ ଦୁଇ କିଲୋମିଟର ଲମ୍ବ ରାସ୍ତାରେ ଜାତୀୟ ତ୍ରିରଙ୍ଗା ପତାକାକୁ ଧରି ପଦଯାତ୍ରା କରି ବନ୍ଦେ ମାତରଂ ଓ ଭାରତ ମାତାକି ଜୟର ସ୍ଲୋଗାନ ଦେଇଥିଲେ । ଉକ୍ତ ପଦଯାତ୍ରାରେ ରଘୁନାଥପଲ୍ଲୀ ବିଧାୟକ ଦୂର୍ଗା ଚରଣ ତନ୍ତୀ, ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ ଏବଂ ରାଜ୍ୟ ବିଜେପି ପ୍ରବକ୍ତା ଧିରେନ ସେନାପତି ଯୋଗ ଦେଇଥିଲେ । ଏହି ପଦଯାତ୍ରାଟି ସେକ୍ଟର ୨ ବିଜୁ ପଟ୍ଟନାୟକ ଛକଠାରୁ ଆରମ୍ଭ ହୋଇ ସେକ୍ଟର ୬ ଟେଲିଫୋନ ଭବନ ପଡ଼ିଆର ପୂର୍ବ ପ୍ରସ୍ତୁତ ମଞ୍ଚ ନିକଟରେ ସମାପ୍ତ ହୋଇଥିଲା। ବିଧାୟକ ଶ୍ରୀ ତନ୍ତୀ, ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ,ରାଜ୍ୟ ପ୍ରବକ୍ତା ଶ୍ରୀ ସେନାପତି,ରାଉରକେଲା ସଚେତନ ନାଗରିକ ମଞ୍ଚ ସଭାପତି ଇଂ ବିମଳ କୁମାର ବିଶି ମଞ୍ଚାସୀନ ହୋଇଥିଲେ। ବିଧାୟକ ଶ୍ରୀ ତନ୍ତୀ ଉପସ୍ଥିତ ବିଜେପି ଯୁବମୋର୍ଚ୍ଚା, ଜିଲ୍ଲା ତଥା ପୂର୍ବ-ପଶ୍ଚିମ ମଣ୍ଡଳର ନେତୃଗଣ ଏବଂ କାର୍ଯ୍ୟକର୍ତ୍ତା ତଥା ବିଭିନ୍ନ ସ୍କୁଲମାନଙ୍କରୁ ଆସିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ଦେଶ ମାତୃକାର ସେବାରେ ନିଜକୁ ନିୟୋଜିତ କରିବା ପାଇଁ ଆହ୍ୱାନ ଦେଇ ଥିଲେ। ଦେଶ ସର୍ବୋପରି, ଦେଶର ଗୌରବ ଓ କୀର୍ତ୍ତିକୁ ଉଚ୍ଚା ରଖିବା ଆମର କର୍ତ୍ତବ୍ୟ ଅଟେ । ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ପଟ୍ଟନାୟକ ମଧ୍ୟ ତାଙ୍କ ଅଭିଭାଷଣରେ ଦେଶ ଏବଂ ତ୍ରୀରଂଗାର ମହତ୍ତ୍ଵ ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କ ଦ୍ଵାରା ଦେଶାତ୍ମବୋଧକ ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା ବୋଲି ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ଏକ ପ୍ରେସ ବିବୃତିରେ ଜଣାଇ ଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଭାରତୀୟ ଜନତା ପାର୍ଟିର ଜିଲ୍ଲା କାର୍ଯ୍ଯକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

ବିଜେଡିର ନୂଆ କାର୍ଯ୍ୟାଳୟ ଶଙ୍ଖ ଭବନ ମୂଖ୍ୟମନ୍ତ୍ରୀ ଙ୍କ କର କମଳରେ ଉଦଘାଟିତ

Sunil Chandra Nayak

ବିଚ୍ଛିନ୍ନାଞ୍ଚଳ ରେ ଦୁଇ ବୁଥ ସ୍ଥିତି ତଦାରଖ କଲେ ଅଧିକାରୀ

masiha

Leave a Comment

error: Content is protected !!