ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାଜପା ର ମିଶ୍ରଣ ପର୍ବ

ଭାଜପା ର ମିଶ୍ରଣ ପର୍ବ

ଚନ୍ଦାହାଣ୍ଡି -(ଦିଲୀପ ଦାସ ) ନବରଙ୍ଗପୁର ସର୍କିଟ ହାଉସ ପରିସରରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ ଓ ପୂର୍ବତନ ଏମପି ବଳଭଦ୍ର ମାଝୀ ଙ୍କ ଉପସ୍ଥିତି ରେ ତଥା ଝରୀଗାଁ ନିର୍ବାଚନ ମଣ୍ଡଳୀ ବିଧାୟକ ଆଶାୟୀ ପ୍ରାର୍ଥୀ ଶ୍ୟାମ ସୁନ୍ଦର ମାଝୀ ଙ୍କ ନେତୃତ୍ୱ ରେ ଚନ୍ଦାହାଣ୍ଡି ବ୍ଲକ ର ବରିଷ୍ଠ ବିଜେଡି ନେତା ମାନେ ଦଳ ତ୍ୟାଗ କରି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ ଭାଜପା ରେ ସାମିଲ ହୋଇଛନ୍ତି l ସେମାନଙ୍କୁ ଦଳ ର ଉତ୍ତରୀୟ ଦେଇ ମନ୍ତ୍ରୀ ଦଳ କୁ ସ୍ୱାଗତ କରିଛନ୍ତି l କୋଇଲିମୁଣ୍ଡା ପଂଚାୟତ ସମିତି ସଭ୍ୟ ତିଲକ ସିଂ ପୋଡ଼, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୋତିଲାଲ ହଂସ,ଦଳବେଡା ପଂଚାୟତ ପୂର୍ବତନ ସରପଞ୍ଚ ଭଗବାନ ମାଝୀ, କୁହୁଡି ପଂଚାୟତ ପୂର୍ବତନ ସରପଞ୍ଚ ବଂଶୀ ବଞ୍ଜରା,ବରିଷ୍ଠ ବିଜେଡି ନେତା ଉମା ଶଙ୍କର ଦଳେଇ,ଶ୍ରୀରାମ ଜଗତ, ପ୍ରେମଲାଲ ପଟେଲ, ବିଷ୍ଣୁ ପ୍ରସାଦ ପାଣ୍ଡେ,ଶ୍ୟାମ ସୁନ୍ଦର ମାଝୀ, କୁମ ମାଝୀ,ହରିରାମ ଖରସେଲ, ଯୁଧିଷ୍ଠିର ଗହୀର,ଆଶାରାମ ଗୌଡ଼,ଅଭି ସୋରି ପ୍ରମୁଖ ଦଳ ରେ ସାମିଲ ହୋଇଛନ୍ତି l କାର୍ଯ୍ୟକ୍ରମ ରେ ବରିଷ୍ଠ ଭାଜପା ନେତା ତଥା ଜିଲ୍ଲା କାର୍ଯକାରିଣୀ ସଭ୍ୟ ଅକାଳୁ ଜାଲି, ମୋହନ ନାୟକ, ଡମ୍ବରୁ ନାୟକ, ଯୁବମୋର୍ଚା ସଭାପତି ଭୋଦେବ ବାଘ, ଭରତ ବାଘ, ପ୍ରମୁଖ ଉପସ୍ଥିତ ଥିଲେ l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ୍ 

Related posts

କଣ୍ଟାବାଞ୍ଜିରେ ବିଜେଡିର ବୁଥ୍ ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

Sunil Chandra Nayak

ବିଜେପି ଯୁବ ମୋର୍ଚ୍ଚାର ତ୍ରିରଙ୍ଗା ପଦ ଯାତ୍ରା

masiha

କନ୍ଧମାଳରେ ୧୭ ଜଣ କଂଗ୍ରେସ କର୍ମୀଙ୍କ ନିଲମ୍ବନ ଆଦେଶ ପ୍ରତ୍ୟାହାର ପାଇଁ ଚିଠି ଲେଖିଲେ ରାଜ୍ୟ ସଭାପତି

Leave a Comment

error: Content is protected !!