ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା କାର୍ଯ୍ୟକ୍ରମ

ତାଲୁକ ଆଇନ ସେବା ସମିତି, ଧର୍ମଗଡ ତରଫରୁ କାର୍ଯ୍ୟରତ ମହିଳା ମାନଙ୍କ ଉପରେ ହେଉଥିବା ଶାରୀରିକ ତଥା ମାନସିକ ଅତ୍ୟାଚାର, ଅଭିଯୋଗ ବ୍ୟବସ୍ଥା ତଥା ଏହାର ନିରାକରଣ ଉପରେ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି I ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତଥା ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ଶ୍ରୀ ରାଜେଶ କୁମାର ଦାସ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଅରୂପାନନ୍ଦ ଭୋଇ, ବରିଷ୍ଠ ଆଇନଜିବୀ ଶ୍ରୀ ଚିନ୍ତାମଣି ପାତ୍ର, ସରକାରୀ ଓକିଲ ଶ୍ରୀ ରାଜେନ୍ଦ୍ର ମୁନି ଓ ଶ୍ରୀମତୀ ରଶ୍ମିତା ମହାନନ୍ଦ, ରିଟେନର ଶ୍ରୀ ହରିଶ ଚନ୍ଦ୍ର ବାଗ ପ୍ରମୁଖ ଉପସ୍ଥିତ ରହି ପୋସ୍ ଆଇନ ଉପରେ ବିସ୍ତୃତ ଆଲୋଚନା କରିଥିଲେ। କାର୍ଯ୍ୟକ୍ଷେତ୍ର ରେ ନିଜ ସହକର୍ମୀ, ଅଧିକାରୀ କିମ୍ବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ଦ୍ୱାରା ଅତ୍ୟାଚାର ର ସମୁଖୀନ ହେଉଥିଲେ ନିଜକୁ ଦୁର୍ବଳା ଅବଳା ନ ମଣି ପ୍ରତିବାଦର ସ୍ଵର ଉତ୍ତୋଳନ କରିବା ପାଇଁ ଅଧ୍ୟକ୍ଷ ଶ୍ରୀ ପ୍ରଧାନ ଏହି ଅବସରରେ ଉପସ୍ଥିତ କର୍ମଜିବୀ ମହିଳା ଓ ଶିକ୍ଷୟିତ୍ରୀ ମାନଙ୍କୁ ଆହ୍ଵାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶାଖା ମାର୍ଗଦର୍ଶିକା ର ଆଇନଗତ ପରିସର ଓ କାର୍ଯ୍ୟକାରୀତା ଉପରେ ସବିଶେଷ ଆଲୋଚନା କରାଯାଇଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଶଶିକାନ୍ତ ନାଏକ ସଭା ପରିଚାଳନା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ଅଗ୍ନିଶମ ବିଭାଗର ମକଡ୍ରିଲ 

Sunil Chandra Nayak

ଯୋଗାଣ ବିଭାଗର ସରକାରୀ ସୁଲଭ ମୂଲ୍ୟରେ ଆଳୁ ବିକ୍ରୟ ଆରମ୍ଭ 

masiha

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟ ତରଫରୁ ଗୁରୁଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!