କୁଜଙ୍ଗ :- ଆଜିର ସମାଜରେ ଯୁବ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ ମଧ୍ୟରୁ ଅନ୍ୟତମ ହେଉଛି ” ଧଳା ଜହର ” ଅର୍ଥାତ ବ୍ରାଉନ ସୁଗାର ! ଏହାର ନିରାକରଣ ପାଇଁ ସରକାରୀ ସ୍ତରରେ ସେପରି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବା ସ୍ଥଳେ ଜନ ସଚେତନତା ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି ସ୍ଵେଛାସେବୀ ଟ୍ରଷ୍ଟ ! ଖବର ଅନୁସାରେ ଜଗତସିଂହପୁରପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନ , ବାଘୁଆଠେଙ୍ଗ ଗ୍ରାମର ବାବା ବିଶ୍ୱନାଥ ମହାଦେବ ଙ୍କ ପୀଠସ୍ଥଳୀ ରୁ “ବାଣୀଧାରା “ଟ୍ରଷ୍ଟ ତରଫରୁ ଗତ ଗୁରୁବାର ଶ୍ରୀରାମନବମୀ ଦିନ “ଡ୍ରଗ୍ସ ମୁକ୍ତି” ଅଭିଯାନ ର ଶୁଭାରମ୍ଭ ହୋଇଅଛି ! ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ବାର ଆସୋସିଏସନ ର ସଭାପତି ଆଇନଜୀଵି ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ , ବୈଦେଶିକ ଶତ୍ରୁରାଷ୍ଟ୍ର ର ଷଡଯନ୍ତ୍ର ରେ ଆମ ଦେଶରେ ବ୍ୟାପକ ଭାବେ ମାଡି ଚାଲିଥିବା ଚୋରା ଧଳାଜହର କାରବାର ଯୋଗୁଁ ଆମର ଯୁବସମାଜ ଓ ଛାତ୍ରସମାଜ ବିପଥଗାମୀ ହେବା ସହିତ ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି ! ଏହାର ନିରାକରଣ ଓ ବିଲୁପ୍ତ ପାଇଁ ବାଣୀଧାରା ଟ୍ରଷ୍ଟ ତରଫରୁ ଯେଉଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ବାସ୍ତବିକ ଏହା ଶତତ ପ୍ରଂଶସନୀୟ ଓ ସର୍ବତ୍ର ଅଭିନନ୍ଦନନୀୟ ବୋଲି ଆୟୋଜିତ ସଭାରେ ମତ ପ୍ରକାଶ କରିଥିଲେ ! ଆଇନୀଜୀଵି ଗତିକୃଷ୍ଣ ଶତପଥୀ ଙ୍କ ସଭାପତିତ୍ବ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଆଇନଜୀଵି ଦେବାଶିଷ କଣ୍ଠ , ଶ୍ରୀବଲ୍ଲଭ କର , ମାନସ ରଞ୍ଜନ କର , ଡ଼ଃ ଶରତ ଚନ୍ଦ୍ର ମହାପାତ୍ର , ସମାଜସେବୀ ସମ୍ପଦ ସ୍ବାଇଁ , ଶିବ ଚରଣ ରାଉତରାୟ, ବ୍ରହ୍ମାନନ୍ଦ ବେଉରା , ଅଜୟ କୁମାର ସାମନ୍ତରାୟ , ଅକ୍ଷୟ କୁମାର ପରିଡା , ଗାୟତ୍ରୀ ଷଡ଼ଙ୍ଗୀ , ପ୍ରତିମା ଷଡ଼ଙ୍ଗୀ , ସରପଞ୍ଚ ବିପିନବିହାରୀ ବିଶ୍ୱାଳ , ଚେୟାରମ୍ୟାନ କିଶୋର ଚନ୍ଦ୍ର ସ୍ବାଇଁ , ଙ୍କ ସମେତ ବାଣୀଧାରା ର ସହଯୋଗୀ ଓ କୋଷାଧ୍ୟକ୍ଷ କରୁଣାକର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଏହି ଜହରମୁକ୍ତ ସଚେତନତା ଅଭିଯାନ କୁ ଜିଲ୍ଲା ରାଜ୍ୟ ଓ ସମଗ୍ର ଦେଶ ରେ ପରିବ୍ୟାପ୍ତ କରିବାକୁ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ !ବିଶେଷକରି ସମାଜର ସବୁବର୍ଗ ର ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଥିବାର ଦେଖିବାକୁ ମିଳିଥିଲା !
previous post