ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଣୀଧାରା ଟ୍ରଷ୍ଟ ଆରମ୍ଭ କଲେ ଜହରମୁକ୍ତ ଜିଲ୍ଲାର ଅଭିଯାନ 

କୁଜଙ୍ଗ :- ଆଜିର ସମାଜରେ ଯୁବ ସମାଜକୁ ବିଶେଷ ଭାବେ ପ୍ରଭାବିତ କରୁଥିବା ନିଶାଦ୍ରବ୍ୟ ମଧ୍ୟରୁ ଅନ୍ୟତମ ହେଉଛି ” ଧଳା ଜହର ” ଅର୍ଥାତ ବ୍ରାଉନ ସୁଗାର ! ଏହାର ନିରାକରଣ ପାଇଁ ସରକାରୀ ସ୍ତରରେ ସେପରି କୌଣସି ଆଖି ଦୃଷ୍ଟିଆ ପଦକ୍ଷେପ ନିଆଯାଇ ନଥିବା ସ୍ଥଳେ ଜନ ସଚେତନତା ସୃଷ୍ଟି ପାଇଁ ଆଗେଇ ଆସିଛନ୍ତି ସ୍ଵେଛାସେବୀ ଟ୍ରଷ୍ଟ ! ଖବର ଅନୁସାରେ ଜଗତସିଂହପୁରପୁର ଜିଲ୍ଲାର କୁଜଙ୍ଗ ବ୍ଲକ ଅଧିନ , ବାଘୁଆଠେଙ୍ଗ ଗ୍ରାମର ବାବା ବିଶ୍ୱନାଥ ମହାଦେବ ଙ୍କ ପୀଠସ୍ଥଳୀ ରୁ “ବାଣୀଧାରା “ଟ୍ରଷ୍ଟ ତରଫରୁ ଗତ ଗୁରୁବାର ଶ୍ରୀରାମନବମୀ ଦିନ “ଡ୍ରଗ୍ସ ମୁକ୍ତି” ଅଭିଯାନ ର ଶୁଭାରମ୍ଭ ହୋଇଅଛି ! ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମ ରେ ପାରାଦ୍ୱୀପ ବାର ଆସୋସିଏସନ ର ସଭାପତି ଆଇନଜୀଵି ହେମନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ , ବୈଦେଶିକ ଶତ୍ରୁରାଷ୍ଟ୍ର ର ଷଡଯନ୍ତ୍ର ରେ ଆମ ଦେଶରେ ବ୍ୟାପକ ଭାବେ ମାଡି ଚାଲିଥିବା ଚୋରା ଧଳାଜହର କାରବାର ଯୋଗୁଁ ଆମର ଯୁବସମାଜ ଓ ଛାତ୍ରସମାଜ ବିପଥଗାମୀ ହେବା ସହିତ ସେମାନଙ୍କର ଭବିଷ୍ୟତ ଅନ୍ଧକାରମୟ ହୋଇଯାଉଛି ! ଏହାର ନିରାକରଣ ଓ ବିଲୁପ୍ତ ପାଇଁ ବାଣୀଧାରା ଟ୍ରଷ୍ଟ ତରଫରୁ ଯେଉଁ ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି, ବାସ୍ତବିକ ଏହା ଶତତ ପ୍ରଂଶସନୀୟ ଓ ସର୍ବତ୍ର ଅଭିନନ୍ଦନନୀୟ ବୋଲି ଆୟୋଜିତ ସଭାରେ ମତ ପ୍ରକାଶ କରିଥିଲେ ! ଆଇନୀଜୀଵି ଗତିକୃଷ୍ଣ ଶତପଥୀ ଙ୍କ ସଭାପତିତ୍ବ ଓ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ସଭାରେ ବରିଷ୍ଠ ଆଇନଜୀଵି ଦେବାଶିଷ କଣ୍ଠ , ଶ୍ରୀବଲ୍ଲଭ କର , ମାନସ ରଞ୍ଜନ କର , ଡ଼ଃ ଶରତ ଚନ୍ଦ୍ର ମହାପାତ୍ର , ସମାଜସେବୀ ସମ୍ପଦ ସ୍ବାଇଁ , ଶିବ ଚରଣ ରାଉତରାୟ, ବ୍ରହ୍ମାନନ୍ଦ ବେଉରା , ଅଜୟ କୁମାର ସାମନ୍ତରାୟ , ଅକ୍ଷୟ କୁମାର ପରିଡା , ଗାୟତ୍ରୀ ଷଡ଼ଙ୍ଗୀ , ପ୍ରତିମା ଷଡ଼ଙ୍ଗୀ , ସରପଞ୍ଚ ବିପିନବିହାରୀ ବିଶ୍ୱାଳ , ଚେୟାରମ୍ୟାନ କିଶୋର ଚନ୍ଦ୍ର ସ୍ବାଇଁ , ଙ୍କ ସମେତ ବାଣୀଧାରା ର ସହଯୋଗୀ ଓ କୋଷାଧ୍ୟକ୍ଷ କରୁଣାକର ସାହୁ ପ୍ରମୁଖ ନିଜ ନିଜର ବକ୍ତବ୍ୟ ରେ ଏହି ଜହରମୁକ୍ତ ସଚେତନତା ଅଭିଯାନ କୁ ଜିଲ୍ଲା ରାଜ୍ୟ ଓ ସମଗ୍ର ଦେଶ ରେ ପରିବ୍ୟାପ୍ତ କରିବାକୁ ଆବେଗପୂର୍ଣ୍ଣ ଆହ୍ୱାନ ଦେଇଥିଲେ !ବିଶେଷକରି ସମାଜର ସବୁବର୍ଗ ର ଲୋକଙ୍କୁ ଏଥିରେ ସାମିଲ କରାଯିବ ବୋଲି ଆୟୋଜକ ମାନଙ୍କ ତରଫରୁ ସୂଚନା ଦିଆଯାଇଥିବାର ଦେଖିବାକୁ ମିଳିଥିଲା !

କୁଜଙ୍ଗରୁ ଭାଗବତ ପ୍ରସାଦଙ୍କ ମସୀହା ନ୍ୟୁଜ ଓଡିଶା !

Related posts

ପୂର୍ବଶତ୍ରୁତା କୁ କେନ୍ଦ୍ର କରି ଫସଲ ନଷ୍ଟ କୁ ନେଇ ଥାନାରେ ଏତଲା

masiha

ଯୁକ୍ତ ଦୁଇ ବାଣିଜ୍ୟ ପରୀକ୍ଷାରେ ଛାତ୍ରୀଙ୍କ କୃତିତ୍ୱ

ଧୋଡ଼ିପାଣି ଏସଏସଡି ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଉପଲକ୍ଷେ ଖେଳର ଆୟୋଜନ ସହ ଉଦଯାପନୀ ଉତ୍ସବ 

Sunil Chandra Nayak

Leave a Comment

error: Content is protected !!