ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

କର୍ଲାମୁଣ୍ଡା: କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମର ନରସିଂହପୁର ମଣ୍ଡପ ଠାରେ ଆର୍ଥିକ ସାକ୍ଷରତା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି l ଉତ୍କଳ ଗ୍ରାମୀଣ ବ୍ୟାଙ୍କ ତେରେସିଂହା ଶାଖା ପକ୍ଷରୁ ଆୟୋଜିତ ଏହି ଶିବିରରେ ଶାଖା ପରିଚାଳକ ଦିନମଣି ନାଏକ ଉପସ୍ଥିତ ରହି ବ୍ୟାଙ୍କର ବିଭିନ୍ନ ଯୋଜନା ଯଥା- ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନସନ ଇତ୍ୟାଦି ଯୋଜନା ସମ୍ପର୍କରେ ଉପସ୍ଥିତ ସଦସ୍ୟାମାନଙ୍କୁ ଅବଗତ କରାଇଥିଲେ l ଏଥିରେ ନରସିଂହପୁର ସିଆରପି ରୀନା ରଣା, ୱାଡ ସଭ୍ୟା ଜାନକୀ ରଣାଙ୍କ ସମେତ ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟା ମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ l ଏଥିରେ ବ୍ୟାଙ୍କ କ୍ୟାସିୟର ରବିନ୍ଦ୍ର ବାର୍ଲା, ସୁଶାନ୍ତ ରଣା ପ୍ରମୁଖ ବିଭିନ୍ନ କାର୍ଯ୍ୟରେ ସହଯୋଗ କରିଥିଲେ l

  କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିପଦ ସଂକୁଳ ରାସ୍ତାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

Sunil Chandra Nayak

ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

masiha

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

Leave a Comment

error: Content is protected !!