ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିପଦ ସଂକୁଳ ରାସ୍ତାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର

କାମାକ୍ଷାନଗର (ମ ନି ସ)୧୧/୦୩_କାମାକ୍ଷା ନଗର ଉପଖଣ୍ଡ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ସବୁ ବ୍ୟବସ୍ଥା ଥାଇ ମଧ୍ୟ ପରିଚାଳନା ତ୍ରୁଟି ଯୋଗୁ ସୁବିଧାରେ ବଂଚିତ ରୋଗୀ l ସେହିପରି ଗୋଷ୍ଠୀକେନ୍ଦ୍ର ର ଆଉଟ ଡୋର ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ଏକ ବର୍ଷ ପୂର୍ବେ ତିଆରି ହୋଇଥିବା ଡ୍ରେନ , ନିମ୍ନ ମାନର କାର୍ଯ୍ୟ ପାଇଁ ସ୍ଲାପ ଆପେ ଆପେ ଗଳି ପଡୁଛି l ଅନେକ ସମୟରେ ରୋଗୀ ଙ୍କ ସମ୍ପର୍କୀୟ ଦୁର୍ଘଟଣା ରେ ପଡିଛନ୍ତି l ବିଭାଗୀୟ ଯନ୍ତ୍ରୀଙ୍କୁ ଯୋଗାଯୋଗ କଲେ ଫୋନ ରିସିଭ କରୁଣାନାହାନ୍ତି l ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର କତୃପକ୍ଷ ମଧ୍ୟ ସବୁ ଜାଣି ଚୁପ ରହୁଛନ୍ତି l ଚଳିତ କିଛି ଦିନ ପୂର୍ବେ ଛୋଟ ପିଲାଙ୍କ ପାର୍କ କୁ ଲାଗି ଏକ ଡ୍ରେନ ନିର୍ମାଣ ହୋଇଛି, ତାହା ମଧ୍ୟ ମୁକୁଳା ପଡିଛି l ଏସବୁ ମନମୁଖୀ କାର୍ଯ୍ୟ କାମାକ୍ଷା ନଗର ପ୍ରଶାସନ କାହିଁକି ନିରବ ????

ସ୍ୱାସ୍ଥ୍ୟ କେନ୍ଦ୍ର ର ଏକ ମାତ୍ର ରାସ୍ତା ଦେଇ ସରକାରୀ ଅଧିକାରୀ ମାନେ ଆସିଥିଲେ ମଧ୍ୟ, କିପରି ଅଣଦେଖା କରୁଛନ୍ତି l ଏଠି ସାଧାରଣ ପ୍ରଶ୍ନ ଯେ ଅଁଳାବେରେଣୀ ସ୍ୱାସ୍ଥ୍ୟ କେନ୍ଦ୍ର ମରଣାଯନ୍ତା ନୁହେଁ ତ???

ସ୍ୱଚ୍ଛତା କହିଲେ କାୟାକଳ୍ପ ପୁରସ୍କାର କୁ ମଧ୍ୟ ଆଖିଠାର l ସରକାର ଙ୍କ କଡା ନିର୍ଦ୍ଧେଶ ସତ୍ୱେ ଗୁଟଖା ଓ ପାନାଛେପ ର ଚିତ୍ର ଦେଖିଲେ ଲାଗେଏହା କାୟା କଳ୍ପ ର ନମୁନା l ନିମ୍ନ ମାନର କାର୍ଯ୍ୟ ପାଇଁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରୁଛନ୍ତି l

କାମାକ୍ଷାନଗର ରୁ ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

Related posts

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ

Sunil Chandra Nayak

ସତ୍ୟସାଇ ସେବା ଗୃଫ ପକ୍ଷରୁ ରକ୍ତଦାନ ଶିବିର 

Sunil Chandra Nayak

ନେଗିଗୁଡାରେ ଅଷ୍ଟ ପ୍ରହର ନାମଯଜ୍ଞ 

masiha

Leave a Comment

error: Content is protected !!