ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

କୋରାପୁଟ ସ୍ଥିତ ଜିଲ୍ଲା SLNMCH ରେ 114 ଜଣଙ୍କ, ରାଷ୍ଟ୍ରୀୟ ବାଳ ସ୍ୱାସ୍ଥ୍ୟ କା ଏଠର୍ଯ୍ୟକ୍ରମ (ଅରବିଏସକେ) ଯୋଜନା ମାଧ୍ୟମରେ ଜନ୍ମରୁ ଅଠର ବର୍ଷ ଶିଶୁଙ୍କ ପାଇଁ ମାଗଣା ହୃଦରୋଗ ଚିକତ୍ସା ଶିବିର ) ଅନୁଷ୍ଠିତ ହୋଇଯାଇଛି ଓ ଏହି ଶିବିରରେ ରେ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରୁ ମୋଟ 114 ପିଲା ଚିକିତ୍ସା ପାଇଁ ଆସିଥିଲେ ଓ ଆରବିଏସକେ କାର୍ଯ୍ୟକ୍ରମ ଦ୍ଵାରା ଅନୁବନ୍ଧିତ ନାରାୟଣ ହୃଦାଳୟ ମୁମ୍ବାଇର ଅଭିଜ୍ଞ ହୃଦରୋଗ ବିଶେଷଜ୍ଞ ଡ. ସୁପ୍ରତିମ ସେନ ଓ ତାଙ୍କ ଟିମ ର ସହଯୋଗରେ ଏହି ସ୍ଵାସ୍ଥ୍ୟ ଶିବିରଟି ଆୟୋଜିତ ହୋଇଥିଲା ଓ ଆରବିଏସକେ କୋରାପୁଟଜିଲ୍ଲାରେ ପ୍ରତିବର୍ଷ ଏପରି ଶିବିରର ଆୟୋଜନ କରି ଶିଶୁଙ୍କୁ ସଫଳ ପୂର୍ବକ ଚିକିତ୍ସା ଯୋଗାଇ ଦେଇପାରିଛି ଓ ଜନ୍ମଗତ ହୃଦ୍ ରୋଗ ହେଉଛି ଏକ ଅବସ୍ଥା ଯାହା ହୃଦୟର ଗଠନ ଏବଂ କାର୍ଯ୍ୟକୁ ପ୍ରଭାବିତ କରିଥାଏ ଏବଂ ଜନ୍ମ ସମୟରୁ ମଧ୍ୟ ହାଇପାରେ । ଏହା ସାମାନ୍ୟରୁ ଗମ୍ଭୀର ପର୍ଯ୍ୟନ୍ତ ହୋଇପାରେ, ଏବଂ ଯଦି ଏହାର ଚିକିତ୍ସା କରା ନ ଯାଏ ତେବେ ଏହା ସ୍ଵାସ୍ଥ୍ୟଗତ ଜଟିଳତା ସୃଷ୍ଟି କରିଥାଏ ଏବଂ ମୃତ୍ୟୁ ମଧ୍ୟ ହୋଇପାରେ । ତଥାପି, ଶୀଘ୍ର ଚିହ୍ନଟ ଏବଂ ଠିକ୍ ସମୟରେ ଚିକିତ୍ସା ଦ୍ଵାରା, ଜନ୍ମର ନ୍ମଗତ ହୃଦ୍ ରୋଗରେ ପୀଡିତ ଅନେକ ପିଲା ସାଧାରଣ ଓ ସୁସୁ ଜୀବନଯାପନ କରିପାରନ୍ତି । ଅନୁଷ୍ଠିତ କ୍ୟାମ୍ପରେ ପଂଜିକୃତ 97 ନୂଆ ଏବଂ 17 ପୁରୁଣା ଜଣ ଶିଶୁଙ୍କ ମଧ୍ୟରୁ 49ଗୁରୁତର ରୋଗୀ ମାନଙ୍କୁ ଚିହ୍ନଟ କରାଯାଇ ଅଧୂକ ଚିକିତ୍ସା ବା ଅସ୍ତ୍ରୋପଚାର ପାଇଁ ମୁମ୍ବାଇ ସ୍ଥିତ ଏସଆରସିସି ଚିଲଡ୍ରେନ ହସ୍ପିଟାଲକୁ ପଠାଯିବାର ସୁବିଧା ରହିଛି ଓ ଏପରିକି ରୋଗୀ ଏବଂ ସେମାନଙ୍କ ସେବାୟତଙ୍କ ପରିବହନ ଠାରୁ ଆରମ୍ଭ କରି ସମସ୍ତ ଚିକିତ୍ସା ଖର୍ଚ୍ଚ ଆରବିଏସକେ ବହନ କରେ। ଦକ୍ଷିଣ ଓଡ଼ିଶାରେ ହୃଦରୋଗ ବିଶେଷଜ୍ଞଙ୍କ ଅଭାବରୁ ଅନେକ ଶିଶୁ ହୃଦରୋଗୀ ଚିହ୍ନଟ ହୋଇ ପାରୁନଥିଲେ କିନ୍ତୁ ଅରବିଏସକେ ମାଧ୍ୟମରେ ହେଉଥିବା ସ୍ବାସ୍ଥ୍ୟ ଶିବିର ଏହି ଅଭାବକୁ ଦୂରୀଭୂତ କରି ଉତ୍ତମ ଚିକିତ୍ସା ଦେବାରେ ସହାୟକ ହୋଇପାରିଛି ।

କାର୍ଯ୍ୟକ୍ରମ ଶ୍ରୀ ପ୍ରଶାନ୍ତ କୁମାର ଦାସ, state school health consultant, ଶ୍ରୀ ପୃଥିବି ରଜ ବଳିଆରସିଂ ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ଦାସ, APDHO (FW) ଡ଼ଃ ନୀଳ ମାଧବ ଶତପଥୀ, ସହ DPM ଶ୍ରୀ ଶୁଭକାନ୍ତ ଗାନ୍ତୟତ, ଶ୍ରୀ ବିଭୁ ରଞ୍ଜନ ମୁଣ୍ଡ (RBSK) manager କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।

କୋରାପୁଟ ରୁ  ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଥମ ବାର୍ଷିକ ମହୋତ୍ସବ 

masiha

ଓ ଟି ଇ ଟି ପରୀକ୍ଷା ଦେଲେ ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ଙ୍କ ସ୍ତ୍ରୀ ଓ ନବରଙ୍ଗପୁର ବିଧାୟକଙ୍କ ସ୍ତ୍ରୀ 

Sunil Chandra Nayak

ଘୋଟିଆ ବ୍ରିଜ ଠାରେ ଗାଈ ଜଗୁଆଳି ଓ ବାଇକ ଙ୍କ ମଧ୍ୟରେ ଦୁର୍ଘଟଣା

Sunil Chandra Nayak

Leave a Comment

error: Content is protected !!