ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ

ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ 

ଡାବୁଗାଁ, ୯/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ ପରିସରରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସଂମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ, ଜିଲପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଭାଜପା ଜିଲା ସଭାପତି କୁଞ୍ଜବିହାରୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ | ଏଥିରେ ଦିବ୍ୟାଙ୍ଗ ମାନଙ୍କୁ ଇ-ଟ୍ରାଇସାଇକେଲ-୪ ଟି, ଟ୍ରାଇସାଇକେଲ -୧୫ ଟି, ହ୍ୟୁଇଲ ଚେୟାର-୧୫ ଟି, ସ୍ମାଟ ଫୋନ-୪ ଟି, ଶ୍ରବଣ ଯନ୍ତ୍ର- ୨୨ ଟି, ଆଶା ବାଡି-୧୦ ଟି ଓ ସିପି ଚେୟାର-୨ ଟି ଅତିଥି ମାନଙ୍କ ଦ୍ଵାରା ପ୍ରଦାନ କରଯାଇଥିଲା | ଏଥିରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର, ଜିଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର, ଡାବୁଗାଁ ବିଡ଼ିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ମଙ୍ଗଳ ସଂମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସୋମନାଥ ପୂଜାରୀ, ବରିଷ୍ଠ ଆଇନଜୀବୀ ଜୟନ୍ତ କୁମାର ପାତ୍ର, ମଣ୍ଡଳ ସଭାପତି ମନୋଜ କୁମାର ପାତ୍ର, ବରିଷ୍ଠ ବିଜେପି ନେତା ଜେ. ରାଜଶେଖର ରାଓ, ମନୋରମା ନାୟକ ଙ୍କ ସମେତ ବହୁ ଭାଜପା କର୍ମୀ ଓ ଦିବ୍ୟାଙ୍ଗ ମାନେ ଉପସ୍ଥିତ ଥିଲେ | ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଆଟିଗାଁ ଆମ୍ବେଦକର ନଗର ଠାରେ ୧୩୪ତମ ଡଃ ଆମ୍ବେଦକର ଙ୍କ ବିଶାଳ ଶୋଭାଯାତ୍ରା ଓ ଜୟନ୍ତି ସମାରୋହ

masiha

ଜନସେବା ଦିବସରେ ବୟୋଜ୍ୟେଷ୍ଟ ବ୍ୟକ୍ତି ଓ ଭିନ୍ନକ୍ଷମ ବ୍ୟକ୍ତି ମାନଙ୍କପାଇଁ ବର୍ଦ୍ଧିତ ଭତ୍ତା ଶୁଭାରମ୍ଭ କଲେ ମାନ୍ୟବର ମୁଖ୍ୟମନ୍ତ୍ରୀ 

masiha

ଶ୍ରୀକୃଷ୍ଣ ସାଂସ୍କୃତିକ କଳା ପରିଷଦ ପକ୍ଷରୁ ମୁକ୍ତମଞ୍ଚ ନାଟକ ମହୋତ୍ସବ-୨୦୨୫ ଆସନ୍ତା ୧୫ରୁ.

Sunil Chandra Nayak

Leave a Comment

error: Content is protected !!