ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

ଦମ୍ପତିଙ୍କ ମୃତ୍ୟୁକୁ ନେଇ ଆଳତୁମା ଗାଁ କମିଟି ଉପଜିଲ୍ଲାପାଳଙ୍କୁ ୪ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ 

କାମାକ୍ଷାନଗର (ମନିସ )8/4/25 // କାମାକ୍ଷାନଗର ସହର ନିକଟବର୍ତ୍ତୀ ୫୩ ନମ୍ବର ଜାତୀୟ ରାଜପଥର ଆଳତୁମା ଵଡଵିଲା ସାହି ଛକ ଠାରେ ଗତ ୨୭ ତାରିଖରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ସ୍ଵାମୀ ସ୍ତ୍ରୀ ଗୁରୁତର ହୋଇଥିଲେ । ସ୍ଵାମୀ ବିପ୍ରଵର ପାତ୍ରଙ୍କ ମୃତ୍ୟୁ ହୋଇଥିଵାଵେଳେ ସୋମବାର ସ୍ତ୍ରୀ କୁନ୍ତଳା ପାତ୍ରଙ୍କ କଟକରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି । NHAI କତ୍ତୃପକ୍ଷ ଏଵଂ ଏନ୍.ଏ.ସି କର୍ତ୍ତୃପକ୍ଷଙ୍କ ଅବହେଳା ପାଇଁ ବାରମ୍ବାର ଆଳତୁମା ଗାଁ ନିକଟସ୍ଥ ଜାତୀୟରାଜପଥରେ ଦୁର୍ଘଟଣା ଘଟୁଛି । ଏହାର ସ୍ଥାୟୀ ନିବାରଣ ପାଇଁ ପୂର୍ବରୁ ଅନେକ ଥର କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ବି କୈାଣସି ସୁଫଳ ମିଳିପାରିନାହିଁ। ଉକ୍ତ ଦୁର୍ଘଟଣାକୁ ନେଇ ଏନ୍.ଏ.ସି କର୍ତୃପକ୍ଷ ୭ ଦିନ ଭିତରେ ଦୁର୍ଘଟଣା ଘଟିଥିବା ରାସ୍ତାରେ ଷ୍ଟ୍ରିଟ୍ ଲାଇଟ୍ ଲାଗାଇବାର ପ୍ରତିଶୃତି ଦେଇଥିଲେ କିନ୍ତୁ ଏପର୍ଯ୍ୟନ୍ତ କୈାଣସି ଲାଇଟ୍ ଲାଗିପାରିନାହିଁ ଯାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଉକ୍ତ ଦୁର୍ଘଟଣା ପରୀପ୍ରେକ୍ଷୀରେ ଆଳତୁମା ଗାଁ କମିଟି ତରଫରୁ ଗାଁ ସଭାପତି ବିଭୂତି ଭୂଷଣ ମହାନ୍ତି ଙ୍କ ନେତୃତ୍ୱରେ ଗ୍ରାମ କମିଟିର କର୍ମକର୍ତ୍ତା ସନ୍ତୋଷ କୁମାର ମହାନ୍ତି, ହେମନ୍ତ କୁମାର ଦାସ , ସନ୍ତୋଷ ମହାରଣା ଙ୍କ ସମେତ ସମାଜସେବୀ ରଣଞ୍ଜିତ ସାହୁ , ଓକିଲ ଇତୁରଞ୍ଜନ ଦାସ ଓ ପ୍ରେମାନନ୍ଦ ସାହୁ ପ୍ରମୁଖ ୪ ଦଫା ସମ୍ବଳିତ ଏକ ଦାବିପତ୍ରକୁ ନେଇ ଉପ-ଜିଲ୍ଲାପାଳ ଦିନମଣୀ ନାୟକ ଙ୍କୁ ପ୍ରଦାନ କରିଛନ୍ତି । ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଦମ୍ପତି ଙ୍କ ପରିବାରକୁ ଆର୍ଥିକ ସହାୟତା , ଆଳତୁମା ଵଡିଵିଲା ସାହି ଛକ ଠାରେ ଓଭରଵ୍ରିଜ୍, ଟ୍ରାଫିକ୍ ବ୍ୟବସ୍ଥା , ଷ୍ଟ୍ରିଟଲାଇଟ ଲଗାଇଵା ସହ ସର୍ଭିସ୍ ରୋଡ୍ ର ବ୍ୟବସ୍ଥା କରିଵାକୁ ଦାବିପତ୍ରରେ ଉଲ୍ଲେଖ ରହିଛି । ଉପ-ଜିଲ୍ଲାପାଳ ଦାବିପତ୍ର ପାଇବାପରେ ଏହାକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ପ୍ରତିଶ୍ରୁତି ପ୍ରଦାନ କରିବା ସହିତ ଜିଲ୍ଲାପାଳଙ୍କୁ ମଧ୍ୟ ସବିଶେଷ ଅବଗତ କରାଇଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଅବସରପ୍ରାପ୍ତ ସୈନିକଙ୍କୁ ଗ୍ରାମବାସୀଙ୍କ ବିପୁଳ ସମ୍ବର୍ଦ୍ଧନା

Sunil Chandra Nayak

ପୂର୍ବତନ ବିଧାୟକ ଆୟୁବ୍ ଖାନ୍ ନକ୍ ବିୟୋଗରେ ଶଙ୍ଖ ଭବନରେ ଶୋକ ସଭା

ଜି୨୦ ଅନ୍ତର୍ଗତ ସିଭିଲ ୨୦ର କାର୍ଯ୍ୟକାରୀ ଗୋଷ୍ଠୀରେ ଯୋଗଦେଲେ ମହେନ୍ଦ୍ର

Sunil Chandra Nayak

Leave a Comment

error: Content is protected !!