ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

ନବରଙ୍ଗପୁରଠାରେ ଓଡ଼ିଆ ପକ୍ଷ ପାଳନ ଅବସରରେ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ 

ନବରଙ୍ଗପୁର:( ତା ୮.୪.୨୦୨୫)(ରବି ନାରାୟଣ ମହାନ୍ତି)ଆଜି ନବରଙ୍ଗପୁର ସହର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ “ଓଡିଆ ପକ୍ଷ” ପାଳନ ଉପଲକ୍ଷେ ଏକ ରକ୍ତଦାନ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।।ଏହି ଅଭିଯାନରେ ମୋଟ ୧୮ ଜଣ ସ୍ବେଛାସେବୀ ରକ୍ତଦାତା ୧୮ ୟୁନିଟ ରକ୍ତ ଦାନ କରିଥିଲେ ଏବଂ ସେଭଳି ସେଭଳି ରାଇଘର ପ୍ରାଥମିକ ସ୍ଵାସ୍ଥ୍ୟ କେନ୍ଦ୍ରଠାରେ ଅନୁଷ୍ଠିତ ରକ୍ତଦାନ କାର୍ଯ୍ୟକ୍ରମ ରେ ମୋଟ ୩୧ ଜଣ ସ୍ବେଛାସେବୀ ରକ୍ତ ଦାତା ୩୧ ୟୁନିଟ୍ ରକ୍ତଦାନ କରିଥିଲେ।ସ୍ବେଛାସେବୀ ମାନଙ୍କୁ ଓଡ଼ିଆ ପକ୍ଷ ପାଳନ ଅବସରରେ ସ୍ଵେଚ୍ଛାକୃତ ରକ୍ତଦାନ କରି ଅନ୍ୟକୁ ଜୀବନ ଦାନ କରିବା ଭଳି ଏକ ମହତ ପଦକ୍ଷେପ କୁ ସମସ୍ତେ ଭୂୟସୀ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡ ସନ୍ତୋଷ କୁମାର ପଣ୍ଡା, ଡି ପି ଏଚ ଓ ଡ ନବ କିଶୋର ବେହେରା, ଡି ପି ଏମ ( ଏନ୍ ଏଚ ଏମ) ସୁଶାନ୍ତ କୁମାର ପ୍ରହରାଜ, ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ, ରକ୍ତ ବ୍ୟାଙ୍କ ଲାବ୍ ଟେକ୍ନିଶିଏନ୍ ଅରୁଣ ସ୍ବାଇଁ ଙ୍କ ସମେତ ଚିକିତ୍ସାଳୟ କର୍ମଚାରୀ ଉପସ୍ଥିତ ଥିଲେ। ରକ୍ତଦାତା ମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ ପଣ୍ଡା ସାର୍ଟିଫିକେଟ୍ ପ୍ରଦାନ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଏଥର ଭବାନୀପାଟଣା ଠାରେ ସାଉଥ୍ ଇଣ୍ଡିଆର ଲୋକପ୍ରିୟ ଆଇସକ୍ରିମ “ଅରୁନ୍” !

ଉତ୍କଳ ଯାଦବ ମହାସଭାର ସମ୍ବର୍ଦ୍ଧନା ଉତ୍ସବ ଓ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

masiha

ଗୋଲାମୁଣ୍ଡାଠାରେ ଏସସି ଓ ଏସଟି କଲ୍ୟାଣ ଯୋଜନା ଉପରେ ଜାତି-ଜନଜାତି ସମ୍ବାଦ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!