ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷପାଳନ ସମାରୋହ ଅନୁଷ୍ଠିତ

ମୟୂରଭଞ୍ଜ ୧/୨/୨୩ (ମସିହା) ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁରର ମହୁଲଡିହାସ୍ଥ ଜଳ ସମ୍ପଦ ବିଭାଗ ଡାକବଙ୍ଗଳା ପରିସରରେ ରାଇରଙ୍ଗପୁର ଜଳସେଚନ ବିଭାଜନ ସ୍ତରୀୟ ପାଣିପଞ୍ଚାୟତ ପକ୍ଷ ପାଳନ ସମାରୋହ ବୁଧବାର ଦିନ ପୂର୍ବାହ୍ନରେ ଅନୁଷ୍ଠିତ ହୋଇଯାଇଛି ।ଆଜି ରାଜ୍ୟ ସରକାରଙ୍କ ଜଳସେଚନ ଵିଭାଗ ନିର୍ଦ୍ଦେଶକ୍ରମେ ଫେବୃଆରୀ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ପାଣି ପଞ୍ଚାୟତ ପକ୍ଷ ପାଳନ କରାଯାଉଛି ।ଚାଷୀ ହସିଲେ ଦେଶ ହସିବ ।ସରକାର ଜୟ କିଶାନ,ଜୟ ବିଜ୍ଞାନ,ଜୟ ଯବାନ ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି ।ଚାଷୀଙ୍କ ପାଇଁ ପାଣି ପଞ୍ଚାୟତ ଗଠନ କରିଛନ୍ତି ।ଚାଷୀ ମାନଙ୍କୁ ସଚେତନ କରିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି ।ଆଜିର ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସମ୍ମାନିତ ଅତିଥି ପ୍ରାଣୀ ଚିକିତ୍ସକ ଡ଼ାଃ ସୁବାଷ ମହାନ୍ତି, ଜିଲ୍ଲା କୃଷି ଅଧିକାରୀ କିଶାନ ମୁର୍ମୁ,ବ୍ଳକ କୃଷି ଅଧିକାରୀ ଡ଼ାଃ ପ୍ରଦୀପ ଦାସ, ଯୋଗ ଦେଇଥିବା ବେଳେ ରାଇରଙ୍ଗପୁର ଜଳସେଚନ ବିଭାଗ ଅଧୀକ୍ଷଣ ମନ୍ତ୍ରୀ ଇଞ୍ଜିନିୟର ପ୍ରମୋଦ କୋଦମାସିଂ ସଭାପତିତ୍ବ କରିଥିଲେ । ଅତିଥି ଗଣ ପ୍ରଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ଅତିଥି ଗଣ କହିଥିଲ ପ୍ରଶାସନ ଚାଷୀଙ୍କ ସହିତ ଅଛନ୍ତି ।ଜଳ ହିଁ ଜୀବନ । ଜଳ ସଂରକ୍ଷଣ ଏବଂ ଆବଶ୍ୟକତା ଅନୁଯାୟୀ ଜଳ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦେଇଥିଲେ ।ପାଣି ପଞ୍ଚାୟତ ସଂଗଠନ ଗୁଡ଼ିକ ନିଜ ନିଜ ମଧ୍ୟରେ ସୁ ସଂପର୍କ ରଖିବା ସହ ସହଯୋଗୀତା ଓ ସହଭାଗିତା କାର୍ଯ୍ଯକଲେ ଚାଷୀ ମାନେ ଉପକୃତ ହୋଇପାରିବେ ।ଅର୍ଥର ଅଭାବ ନାହିଁ ।ଯାହା କିଛି ଅସୁବିଧା ଅଛି ତାହା ବିଭାଗୀୟ ଅଧିକାରୀମାନଙ୍କୁ ଜଣାଇଲେ ସେମାନେ ତା ସମାଧାନ କରିବାକୁ ଚେଷ୍ଟା କରିବେ ‌।ତେଣୁ ଜଳସେଚନ ବିଭାଗ ପାଣି ପଞ୍ଚାୟତର କର୍ତ୍ତା ଏବଂ ଚାଷୀ ମାନଙ୍କ ମଧ୍ଯରେ ସୁସଂପର୍କ ରହିଲେ ଚାଷୀମାନେ ସୁଫଳ ପାଇଁ ପାରିବେ । ଚାଷୀମାନେ ମଧ୍ୟ ଚାଷ କ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ଉପରେ କହିଥିଲେ ।ପରେ ପାଣି ପଞ୍ଚାୟତ ପକ୍ଷପାଳନ ପାଇଁ ହୋଇଥିବା ବିଦ୍ୟାଳୟ ସ୍ତରୀୟ ପ୍ରବନ୍ଧ, ବକ୍ତୃତା, ଚିତ୍ରାଙ୍କନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ଅତିଥିଗଣ ପୁରସ୍କୃତ କରିଥିଲେ । ପରେ ଚାଷୀ ସଚେତନତା ଉଦେଶ୍ୟରେ ପାଲ୍ଲାକଳାକାରଙ୍କ ଦ୍ବାରା ପାଲ୍ଲା ପରିବେଷଣ କରାଯାଇଥିଲା ।କାର୍ଯ୍ୟକ୍ରମକୁ ଖଡଖାଇ ସହକାରୀ ଯନ୍ତ୍ରୀ ଇଂ ପଦ୍ମଲୋଚନ ଗୋଛାୟତ,ବାଙ୍କବଳ ନଦୀବନ୍ଧ ନଦୀବନ୍ଧ ଇଂ ଅରୁଣ ଗିରି,ନେଶା ନଦୀଵନ୍ଧ ଇଂ ପ୍ରଶାନ୍ତ ନାଏକ , ବିଭାଗୀୟ ଅଧିକାରୀ ନିରାକାର ସ୍ବାଇଁ,କନିଷ୍ଠ ଯନ୍ତ୍ରୀ ଇଂ ଦିଲେଶ୍ବର କିଶାନ,ଇଂ ପର୍ଶୁରାମ ମାଝୀ,ଇଂ ପୁଷ୍ପଲତା ମିଶ୍ର,ଇଂ ଅରୁଣକେରକେଟା ସପନ ମାଣିକ,ଲକ୍ଷ୍ମୀଧର ସିଂ,ମୁକୁଳା ସିଂ,,ଭାଗବତ ପ୍ରଧାନ ଏବଂ ଅନ୍ୟ କର୍ମଚାରୀମାନେ ପରିଚାଳନାରେ ସହଯୋଗ କରିଥିଲେ ।ବିଶୋଇ,ବିଜାତଳା, ରାଇରଙ୍ଗପୁର,ବହଳଦା ଵ୍ଳକରୁ ବହୁ ଚାଷୀ ଏଥିରେ ଅଂଶ ଗ୍ରହଣ କରିଥିଲେ । ବିଭାଗୀୟ ଅଧିକାରୀଙ୍କ ପାଖରୁ ଅଧିକ ଚାଷ ସମ୍ବନ୍ଧୀୟ ତଥ୍ୟ ପାଇଁ ଚାଷୀମାନେ ସନ୍ତୋଷ ପ୍ରକାଶ କରିଥିଲେ । ଆଜିଠାରୁ ପାଣି ପଞ୍ଚାୟତ ପକ୍ଷପାଳନ ସଚେତନତା ରଥ ମୟୂରଭଞ୍ଜ ଜିଲ୍ଲାର ସମସ୍ତ ଉପଖଣ୍ଡ ପରିକ୍ରମା କରି ଫେବୃଆରୀ ୬ ତାରିଖରେବାରିପଦା ପହଞ୍ଚିବ । ଫେବୃଆରୀ ୭ ରୁ ଫେବୃଆରୀ ୧୦ ତାରିଖ ପର୍ଯ୍ୟନ୍ତ ବାରିପଦାରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହେବ ।ସୃଠାରେ କୃଷି ମେଳାରେ ଅତ୍ୟାଧୁନିକ ଚାଷ ଯନ୍ତ୍ର ବିକ୍ରୟ ମେଳା ହେବ ।ସେଠାରେ ଚାଷ ଉପକରଣ କିଣୁଥିବା ଚାଷୀମାନଙ୍କୁ ସେଠାରେ ସିଧାସଳଖ ସବ୍ସିଡି ଦେଇ ଦିଆଯିବ । ଚାଷୀମାନେ ଏହାର ସୁଫଳ ନେବା ପାଇଁ ସଚେତନତା କରାଯାଇଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଶାଳ ମଞ୍ଜିର ଅଭାବୀ ବିକ୍ରୀରେ କ୍ଷତି ସହୁଛନ୍ତି ତୋଳାଳି : ମାଲା ମାଲ ହେଉଛନ୍ତି ବେପାରୀ

ମଣିପୁର ଘଟଣାକୁ ତୀବ୍ର ନିନ୍ଦା , ମହାଦଳିତ୍ ପରିସଂଘ ପକ୍ଷରୁ ମଣିପୁର ଘଟଣାକୁ ନେଇ ଶାନ୍ତି ପୂର୍ଣ୍ଣ କ୍ୟାଣ୍ଡେଲ୍ ରାଲିର ଆୟୋଜନ

Sunil Chandra Nayak

୧୨ ବାଟାଲିୟନ ସିଆରପିଏଫ ପକ୍ଷରୁ ଆନ୍ତର୍ଜାତୀୟ ତୃତୀୟ ଦିନରେ ଯୋଗ ଦିବସ 

masiha

Leave a Comment

error: Content is protected !!