ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶନପୁର ପଞ୍ଚାୟତରେ ଜନଅଭିଯୋଗ ଶିବିର, ପଦାରେ ପଡିଲା ବ୍ଲକ ଦୁର୍ନୀତି

ତିର୍ତ୍ତୋଲ :-01/02/23 -/ ବହୁ ପ୍ରତୀକ୍ଷା ପରେ କରୋନା ପାଇଁ ବନ୍ଦ ପଡ଼ିଥିବା ଆବାସ ଯୋଜନାର ହିତାଧିକାରୀଙ୍କ ତାଲିକା ପ୍ରକାଶ ପାଇଛି ଏବଂ ବ୍ଲକ ତରଫରୁ ଯୋଗ୍ୟ ଅଯୋଗ୍ୟର ତଦନ୍ତ ଶେଷ ହୋଇଛି ! ମାତ୍ର ତଦନ୍ତ ସମ୍ପୂର୍ଣ୍ଣ ବାଟବଣା ହୋଇଥିବାର ଦାବୀ କରି,ତାର ପ୍ରତିବାଦରେ ବିଭିନ୍ନ ପଞ୍ଚାୟତ ମଧ୍ୟରେ ଚାଲିଛି ସମୀକ୍ଷା ! ବାସ୍ତବ ହିତାଧିକାରୀଙ୍କୁ ବାଦ ଦେଇ ଅବାସ୍ତବ ତାଲିକା ପ୍ରସ୍ତୁତ ହେଲା କିପରି ? ପାଠକ ମାନଙ୍କ ଅବଗତ ପାଇଁ ଆମେ ନେଇଯାଉଛୁ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଅଧୀନ ବିଶନପୁର ପଞ୍ଚାୟତକୁ ! ଯୋଉଠି ଆଜିର ତାରିଖରେ ପଞ୍ଚାୟତର ବିଭିନ୍ନ ଗ୍ରାମବାସୀ ମାନେ ବ୍ଲକର ମନମୁଖୀ ତଦନ୍ତ ବିପକ୍ଷରେ ଏକ ସଭା କରିଥିଲେ !ଏହି ସଭାର ସଭାପତି ଥିଲେ ବିଷ୍ଣୁ ଚରଣ ଦାସ, ଏବଂ ଏହି ସଭାକୁ ଆୟୋଜନ କରିଥିଲେ ବିଶନପୁର ବିକାଶମଞ୍ଚ ର ସଦସ୍ୟ ଦିଲ୍ଲୀପ କୁମାର ମହାନ୍ତି, ସେକ ମନୋହର ଅଲ୍ଲୀ, ଅରୁଣ କୁମାର ଦାଶ,ସେକ ଅବୁକଲାମ, ସେକ ଆୟୁବ ଅଲ୍ଲୀ, ସେକ ମୁସ୍ତାକ , ଟୁକୁନା ବାରିକ, ସେକ ମେହେବୁବ ଅଲ୍ଲୀ, ରଞ୍ଜନ ମଲ୍ଲିକ,ବିଚିତ୍ର ପଟ୍ଟନାୟକ,ସେକ ପପୁ, ସରୋଜ କୁମାର ବେହେରା ! ଷାଠିଏରୁ ଅଧିକ ବ୍ୟକ୍ତି ନିଜନିଜର ମତ ରଖିଥିଲେ ! କାହାର ଆବାସ ଯୋଜନାର ଗୃହ ପାଇଁ ଅଭିଯୋଗ ତ କାହାର ବାର୍ଦ୍ଧକ୍ୟ / ବିଧବା ଭତ୍ତାର ଅଭିଯୋଗ ! କାହାର ଲାଟିନ ହେଇ ପାରୁନି ତ କାହାର ରାସନ କାଟି ଦେଇଛନ୍ତି ! କୋଉଠି ରାସ୍ତା ଘାଟର ଦୁରବସ୍ଥା ତ କୋଉଠି ବର୍ଷା ଜଳ ନିଷ୍କାସନ ପାଇଁ ଡ୍ରେନେଜ ର ସମସ୍ୟା ! କିଛି ବୁଝୁ ନାହାନ୍ତି ସ୍ଥାନୀୟ ସରପଞ୍ଚ ଏବଂ ତିର୍ତ୍ତୋଲ ବିଡିଓ ! ଏହି ପଞ୍ଚାୟତରେ ସ୍ତ୍ରୀ ସରପଞ୍ଚ ସ୍ୱାମୀ ଚଳାଉଛନ୍ତି ଶାସନ ବୋଲି କୁହନ୍ତି ବିକାଶ ମଞ୍ଚର ସଦସ୍ୟ ! ସେଥିପାଇଁ ଦୁର୍ନୀତିର ଚେର ଲମ୍ବି ଯାଇଛି ! ବ୍ଲକ ପ୍ରଶାସନ ବି ଦୃଷ୍ଟି ଦେଉନାହାନ୍ତି ଏହି ପଞ୍ଚାୟତକୁ ! ବିକାଶ ମଞ୍ଚରନିସ୍ଵାର୍ଥପର ଦାବୀକୁ ସରକାର ଓ ପ୍ରଶାସନ ନିରପେକ୍ଷ ତଦନ୍ତ ଭୁକ୍ତ କରୁ ! ପ୍ରତ୍ୟେକ ସାହି, ବା ବସ୍ତି ସହିତ ସ୍କୁଲ, କଲେଜ, ଡାକ୍ତରଖାନା, ବ୍ୟାଙ୍କ, ଥାନାକୁ ଯିବାଆସିବା ପାଇଁ ଘୋର ଅସୁବିଧାକୁ ସାମ୍ନା କରୁଛନ୍ତି ଜନ ସାଧାରଣ ! ଯୋଗ୍ୟ ହିତାଧିକାରୀ ଯେପରି ସରକାରୀ ସହାୟତାରୁ ବଞ୍ଚିତ ନହେଉ! ଦଳମତ ନିର୍ବିଶେଷରେ ସମସ୍ତେ ବାସ୍ତବ କ୍ଷେତ୍ରରେ ସରକାରୀ ଗାଇଡ଼ ଲାଇନ ଅନୁସାରେ ଆବାସ ଯୋଜନାରେ ସାମିଲ ହୁଅନ୍ତୁ ! ଅସହାୟ ପରିବାର ମଧ୍ୟରୁ କାହାରି ରାସନ କାର୍ଡ ରୁ ନାମ ବାଦ ନପଡୁ ! ସମସ୍ତେ ସ୍ଵଚ୍ଚ ଭାରତ ଅଭିଯାନରେ ଲାଟିନ ଟିଏ ପାଆନ୍ତୁ ! ବିଶନପୁର ପଞ୍ଚାୟତରେ ଯେପରି ବାସ୍ତବ ହିତାଧିକାରୀଙ୍କୁ ଉପେକ୍ଷା କରାଯାଇଛି , ତାହା ନିରପେକ୍ଷ ତଦନ୍ତ ଭୁକ୍ତ ହେଉ ବୋଲି ଦାବୀ କରେ ବିକାଶମଞ୍ଚ ! ଆବାସ ଯୋଜନା ଗୃହ ହେଉ ବା ଲାଟିନ, ଏଥିରେ ସାମିଲ ଥିବା ବ୍ୟକ୍ତିଙ୍କ ଠାରୁ ଟଙ୍କା ଆଦାୟ ବନ୍ଦ କରାଯାଉ ! ଏହାଥିଲା ଉପସ୍ଥିତ ଜନଅଭିଯୋଗ ସଭାର ଆଭିମୁଖ୍ୟ !ଏହି ସଭାରେ ଉପସ୍ଥିତଅଭିଯୋଗକାରୀ ମାନ୍ୟବର ଜିଲ୍ଲାପାଳ, ତିର୍ତ୍ତୋଲ ବିଡିଓ,5T ସଚିବଙ୍କୁ ନିବେଦନ କରିଥିବାର ଦେଖିବାକୁ ମିଳିଥିଲା।

ତିର୍ତ୍ତୋଲରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ରାୟଗଡ଼ା ବ୍ଲକ ସ୍ତରୀୟ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଟେବୁଲ୍ ଟପ୍ ଅଭ୍ୟାସ ଅନୁଷ୍ଠିତ

Sunil Chandra Nayak

ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ବୈଠକ

Sunil Chandra Nayak

କେସିଙ୍ଗା ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!