ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରାୟଗଡ଼ ସ୍ଵୟଂଶାସିତ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତାର ଉଦ୍‌ଘାଟନ ଉତ୍ସବ

ଆଜି ଅର୍ଥାତ୍‌ ତା ୦୧/୦୨/୨୦୨୩ ଦିନ ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦ୍‌ଘାଟନ ହୋଇଯାଇଛି। ଏହି ପ୍ରତିଯୋଗିତା ସକାସେ ସକାଳ ୯ ଘଣ୍ଟ। ସମୟ ରେ କ୍ରୀଡ଼ାବିତ୍ ମାନଙ୍କ ଗୋଟିଏ ବିରାଟ ସୋଭାଯାତ୍ରାରେ ମାଁ ମଝିଘରିଆଣୀ ମନ୍ଦିର ରୁ ମସାଲ ଅଣାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡକ୍ଟର କୁମୁଦ ଚନ୍ଦ୍ର ମିଶ୍ର ପ୍ରତିଯୋଗିତାକୁ ଉଦ୍‌ଘାଟନ କରି କ୍ରୀଡାବିତ୍‌ ମାନଙ୍କୁ ସପଥ ପାଠ କରାଇଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର ଉପସଭାପତି ଶ୍ରୀ କେ ଶଶି ସହ ଉପସଭାପତି ଶ୍ରୀ ଗିରୀସ୍‌ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରିଅର୍ସ ଫାଇନାଲକୁ ପ୍ରବେଶ

ବାଲିଗୁଡ଼ାରେ ଏସ ଆଇ ଆର-୨୦୨୬ ସଚେତନତା: ଫୁଟବଲ ମ୍ୟାଚରେ ଉପଖଣ୍ଡ କ୍ରୀଡ଼ା ସଂଘର ବିଜୟ

ଶହୀଦ ମେମୋରିଆଲ ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ

masiha

Leave a Comment

error: Content is protected !!