ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

ରେଣ୍ଡୋ ମାଝୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ଧୁମାଭଟା ଦଳ ବିଜୟୀ

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ରେଣ୍ଡୋ ମାଝୀ ସ୍ପୋର୍ଟସ କ୍ଲବ ବିନ୍ଧାଣୀ ଆନୁକୁଲ୍ୟରେ ହେଉଥିବା ରେଣ୍ଡୋ ମାଝୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିବସରେ ପ୍ରଥମ ମ୍ୟାଚ୍ ତେରେସିଂହା ବନାମ ହାତିଖୋଜ ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଏହି ମ୍ୟାଚ ରେ ତେରେସିଂହା ଦଳ ବିଜୟୀ ହୋଇଥିଲା l ଦ୍ବିତୀୟ ମ୍ୟାଚ ଧୁମାଭଟା ବନାମ ରେଙ୍ଗାଲି ମଧ୍ୟରେ ହୋଇଥିବା ବେଳେ ଧୁମାଭଟା ଦଳ ବିଜୟୀ ହୋଇଥିଲା l ଉକ୍ତ ଦୁଇ ବିଜୟୀ ଦଳ କୁ ନେଇ ହୋଇଥିବା କ୍ବାଟର ଫାଇନାଲ ମ୍ୟାଚରେ ଧୁମାଭଟା ଦଳ ବିଜୟୀ ହୋଇ ସେମିଫାଇନାଲ ରେ ପ୍ରବେଶ କରିଛି l ଉକ୍ତ ମ୍ୟାଚକୁ ମ୍ୟାଚ ରେଫରୀ ସୁରେଶ ଘିଭେଲା, ଯଜ୍ଞ ଭୋଇ ଓ ଅମ୍ପାୟାର ରୁପେ ଠାକୁର, ସୁଧିର, ସତ୍ୟ ରଞ୍ଜନ ଖେଳ ପରିଚାଳନା କରିଥିବା ବେଳେ ସୁମନ୍ତ ମାଝୀ, ମୁନ୍ନା ବେବର୍ତ୍ତା ଧାରା ବିବରଣୀ ପ୍ରଦାନ କରିଥିଲେ l ସଂଘର ସଭାପତି ଶ୍ରୀଯୁକ୍ତ ଚାରଣ ବାଗଙ୍କ ଉପସ୍ଥିତିରେ ଉପସଭାପତି ଅମରଦାସ ହରପାଲ, କୋଷାଧ୍ୟକ୍ଷ ଗିରିଧାରୀ ଭୋଇ, ବିଶ୍ଵାମିତ୍ର ସାହୁ, ପିଙ୍କୁ, ବାପନୁ, ନିଶା, ସୁରେନ୍ଦ୍ର ତଥା କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଅଂଚଳଗୁମ୍ମା ଶିଶୁମନ୍ଦିର ରେ 25 ତମ ବାର୍ଷିକ କ୍ରୀଡାଉତ୍ସଵ ଅନୁଷ୍ଠିତ

masiha

ପ୍ରଗତି ଉତ୍କଳ ସଂଘ ଆୟୋଜିତ ଷଷ୍ଠ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ 

masiha

ମୟୂରଭଞ୍ଜ ଫୁଟବଲ ଏକାଡେମୀ ଟ୍ରଷ୍ଟ ଆନୁକୂଲ୍ୟରେ ୨ୟ ବାର୍ଷିକ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜାମଦା ଏକାଦଶ ଚମ୍ପିୟାନ

masiha

Leave a Comment

error: Content is protected !!