ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ସଫଳତା

ନବରଙ୍ଗପୁର ଜିଲ୍ଲା ଏଥେଲେଟିକ ଦଳର ସଫଳତା

ନବରଙ୍ଗପୁର ( ୨୦|୯ ) (ରବି ନାରାୟଣ ମହାନ୍ତି (୭୦ ତମ ଓଡିଶା ରାଜ୍ୟ ସିନିୟର ଚମ୍ପିୟାନସିପ – ୨୦୨୪ ରେ ନବରଙ୍ଗପୁର ଜିଲା ଏଥେଲେଟିକ ଦଳର ଖେଳାଳି ମାନେ ସର୍ବମୋଟ ୧୬ ଗୋଟି ପଦକ ଆଣି ଜିଲାକୁ ଗୌରବନିତ କରିଛନ୍ତି । ଏଥି ମଧ୍ୟରୁ ୬ ଗୋଟି ସ୍ଵର୍ଣ ପଦକ ,୪ ଗୋଟି ରୋପ୍ୟ ପଦକ ଓ ୬ ଗୋଟି ବ୍ରୋଞ୍ଜ ପଦକ ହାସଲ କରି ପାରିଛନ୍ତି। ୮୦୦ ମିଟର ସ୍ପ୍ରିଣ୍ଟରେ ଏବଂ ୩୦୦୦ ମିଟର ଷ୍ଟେପଲ ଚେଜ ରେ ପୂଜା ବେହେରା ଦୁଇଟି ସ୍ଵର୍ଣ ପଦକ ହାସଲ କରିଥିବା ବେଳେ ୪୦୦ ମିଟର ଏବଂ ୨୦୦ ମିଟର ସ୍ପ୍ରିଣ୍ଟରେ ଶୁଭମ୍ ଜ୍ୟୋତି ସିଂ ଦୁଇଟି ସ୍ଵର୍ଣ ପଦକ ହାସଲ କରିଛନ୍ତି ସେହିପରି ୨୦,୦୦୦ ମିଟର ୱାକ ରେସ ରେ ବେଣୁ ଭତରା ସ୍ଵର୍ଣ , ଜନନୀ ମହାଲିଙ୍ଗ ହାଇ ଜମ୍ପ ରେ ସ୍ଵର୍ଣ ପଦକ ପାଇଛନ୍ତି , ଡେକାଥାଲନ ରେ କୁନାଲ ଖୁଣ୍ଟିଆ , ୩୦୦୦ ମିଟର ଷ୍ଟେପଲ ଚେଜ ରେ ମନାଇ ଭତରା, ୪୦୦ ମିଟର ହାଡାଲସ ରେ ସୁରେନ୍ଦ୍ର ସାନ୍ତା, ୪୦୦୦ ମିଟର ହାଡାଲସ ପ୍ରତିଯୋଗିତା ରେ ଘନ ଭତରା ରୋପ୍ୟ ପଦକ ହାସଲ କରିଛନ୍ତି, ସେହିପରି ୨୦୦୦୦ ୱାକ ରେସରେ ପଦ୍ମାବତୀ ଭତରା , ଜେବ୍ଲିନ ଥ୍ରୋ ରେ ରତନ ମାରାଣ୍ଡି, ୧୫୦୦ ମିଟରରେ ଚୈତନ୍ୟ ସମରଥ, ୩୦୦୦ମିଟର ଷ୍ଟେପଲ ଚେଜ ରେ ଶିବ ପୂଜାରୀ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ଦଳର କୋଚ୍ ଦୁର୍ଯୋ ହରିଜନ ରହିଛନ୍ତି l ଏହି ଖବର ପ୍ରସାରିତ ହେବା ପରେ ନବରଙ୍ଗପୁର ଜିଲ୍ଲାର କ୍ରୀଡାବିତ ମହଲରେ ଖୁସିର ଲହରୀ ଖେଳିଯାଇଛି । ଦଳର ସଫଳତା ନିମନ୍ତେ ଜିଲ୍ଲାପାଳ ତଥା କ୍ରିଡାସଂଘର ସଭାପତି ଡ॰ ଶୁଭଙ୍କର ମହାପାତ୍ର, ଉପସଭାପତି ତଥା ଅରକ୍ଷୀ ଅଦୀକ୍ଷକ ରୋହିତ ବର୍ମା, ଜିଲ୍ଲା କ୍ରୀଡା ସଂଘର ସଂପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉପସଭାପତି ଏମ. ବାଲା କ୍ରୀଷ୍ଣା ରାଓ, ତାରିକ ହାସେନ୍, ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ, କ୍ରିକେଟ ସମ୍ପାଦକ ଅଶୋକ ନାୟକ, ହକି ସମ୍ପାଦକ ଦୁର୍ଗା ମଲ୍ଲିକ, ଇଥେଲେଟିକ ସମ୍ପାଦକ ଜ୍ୟୋତି ପରିଛା, ଇଣ୍ଡର ସମ୍ପାଦକ ବୁନୁ ପଟ୍ଟନାୟକ, ମହିଳା କ୍ରୀଡା ସମ୍ପାଦିକା ଇ. ଚନ୍ଦନା ମଲ୍ଲିକ, ଭଲିବଲ ସମ୍ପାଦକ ଶ୍ରୀ ବୋଇକୁଣ୍ଠ, କ୍ରୀଡାବିତ୍ ସପନ ବୈରାଗୀ, ଏମ. ବିଜୟ କୁମାର , ଶଶାଙ୍କ ଶେଖର ବେହେରା ସମେତ ଜିଲ୍ଲାର ପ୍ରାକ୍ତନ ଏବଂ ବରିଷ୍ଠ କ୍ରୀଡାବିତ ମାନେ ଶୁଭେଚ୍ଛା ଜଣାଇଛନ୍ତି ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବାପୁଜୀ ଯୁବକ ସଂଘ ,କୁଣ୍ଡା ଆନୁକୁଲ୍ୟରେ ୧୧ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

60th All India Railway Ball Badminton Championship Concludes at Waltair

Sunil Chandra Nayak

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ମହା ସମାରୋହ ରେ ଉଦଯାପିତ 

Sunil Chandra Nayak

Leave a Comment

error: Content is protected !!