ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର   

ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତିକ କରାଟେ ପ୍ରତିଯୋଗିତାର ପଦକ ବିଜେତା ଙ୍କୁ ସମ୍ବର୍ଦ୍ଧନା ସମାରୋହ ଓ ଦିନିକିଆ ଆତ୍ମରକ୍ଷା ତାଲିମ ସେମିନାର    ନବରଙ୍ଗପୁର-(ମସିହା)ନବରଙ୍ଗପୁର ସ୍ଥାନୀୟ ବିନାୟକ ନଗର ସ୍ଥିତ “ୟୁଚି ରିୟୋ କରାଟେ ଦୋ ଓ ରେଇହୋକାନ କୋବୁଡ ଆସୋସିଏସନ୍ ଅଫ ଇଣ୍ଡିଆ” ର ଓଡ଼ିଶା ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ର ଏସିଆନ କରାଟେ ସ୍କୁଲର ଇଣ୍ଡୋର୍ ହଲ ଠାରେ ଏକ ଦିବସୀୟ ” ଆତ୍ମ ରକ୍ଷା ତାଲିମ ସେମିନାର ଓ କରାଟେ ଓ କୋବୁଡ଼ ଅସ୍ତ୍ରଶସ୍ତ୍ର ଚାଳନା ର ବେଲ୍ଟ ଗ୍ରେଡିଂ ପରୀକ୍ଷା” ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଵେଲ୍ଟ ଗ୍ରେଡ଼ିଂ ପରୀକ୍ଷା ଓ ଆତ୍ମ ରକ୍ଷା ତାଲିମ ସେମିନାର କୁ ଆନ୍ତର୍ଜାତୀୟ କରାଟେ ଓ କୋବୁଡ଼ ପ୍ରଶିକ୍ଷକ ତଥା ଭାରତ ମୁଖ୍ୟ କ୍ୟୋସି କେ.ଭି. ମନୋହରନ୍ ପରିଚାଳନା କରିଥିଲେ। ଓଡ଼ିଶା ମୁଖ୍ୟ ପ୍ରଶିକ୍ଷକ ତଥା ପ୍ରତିନିଧି ସେନ୍ସେଇ ଶରତ କୁମାର ରାଉତ ସହଯୋଗ କରିଥିଲେ। 

କରାଟେ ସ୍କୁଲ ରେ ତାଲିମ ନେଉଥିବା ଯୋଗ୍ୟତା ପ୍ରାପ୍ତ ୪୦ ଜଣ ଛାତ୍ର ଛାତ୍ରୀ ଉକ୍ତ ପରୀକ୍ଷା ଓ ସେମିନାର ରେ ଭାଗ ନେଇଥିଲେ। ସଫଳ ଛାତ୍ରଛାତ୍ରୀଙ୍କୁ କ୍ୟୋଷି କେ.ଭି. ମନୋହରନ୍ ବେଲ୍ଟ୍ ଓ ମାନପତ୍ର ପ୍ରଦାନ କରିଥିଲେ। ଉକ୍ତ ଅୱାଡିଂ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ର ଜଣାଶୁଣା ସମାଜ ସେବୀ ଓ ଲାୟନସ କ୍ଳବ୍ ସଭାପତି ଶ୍ରୀ ଜଗନ୍ନାଥ ମହାପାତ୍ର ,ଅତିରିକ୍ତ ଏସପି ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ , ଆଇନଜୀବୀ ଶ୍ରୀ ରାମ ପ୍ରସାଦ ପାତ୍ର , ମହିଳା ସମାଜ ସେବୀ ଶ୍ରୀମତୀ କାଦମ୍ବିନୀ ତ୍ରିପାଠୀ, ଜିଲ୍ଲା କ୍ରୀଡ଼ା ସଂଘ ର ଉପ ସଭାପତି ଶ୍ରୀ ବାଲା କ୍ରିଷ୍ଣା ରାଓ , ଜିଲ୍ଲା କ୍ରୀଡ଼ା ସଂଘ ର ଯୁଗ୍ମ ସମ୍ପାଦକ ତଥା ଟେଲି ଫିଲିମ୍ ନିର୍ଦ୍ଦେଶକ ଶ୍ରୀ ମନୋଜ କୁମାର ପଟ୍ଟନାୟକ, ଶ୍ରୀମତୀ ରୋଜା ମନୋହରନ୍, ଅଧ୍ୟାପକ ତଥା ସମାଜ ସେବୀ ଶ୍ରୀ ଅଖିଳ ଭଟ୍ଟ ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ବିଶ୍ଵ କରାଟେ ପ୍ରତିଯୋଗିତା- ୨୦୨୩, ଜାପାନ ରେ ଅନୁଷ୍ଠିତ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ସ୍ଵର୍ଣ୍ଣ ପଦକ ବିଜେତା, ଆଦର୍ଶ ବିଦ୍ୟାଳୟ ନବରଙ୍ଗପୁର ର ଶ୍ରୀ ସନ୍ଦୀପ କୁମାର ରାଉତଙ୍କୁ ବିଶିଷ୍ଟ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଉପଢୌକନ ଓ ପୁଷ୍ପ ଗୁଛ ଦେଇ ସମ୍ବର୍ଦ୍ଧନା କରିଥିବାବେଳେ ଅନ୍ୟ ସାତ ଜଣ ଜାତୀୟ କରାଟେ ରେ ସ୍ଵର୍ଣ୍ଣ ପଦକ ବିଜେତାଙ୍କୁ ଅନ୍ୟ ଅତିଥିଗଣ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ଦେଇ ଥିଲେ ଓ ଆଗାମୀ ୨୭ ଓ ୨୮ ଜାନୁଆରୀ -୨୦୨୪ରେ ଜାପାନ ରେ ଅନୁଷ୍ଠିତ ହେବା କୁ ଥିବା WAKF- ବିଶ୍ଵ କରାଟେ ପ୍ରତିଯୋଗିତା ରେ ଭାଗ ନେବାକୁ ଥିବା ନବରଙ୍ଗପୁର ର ଏହି କରାଟେ ସ୍କୁଲ ର କରାଟେ କ୍ରୀଡାବିତ ମାନଙ୍କୁ ଉତ୍ସାହ ଓ ଆଶୀର୍ବାଦ ଦେଇଥିଲେ। ଏହି କରାଟେ ସ୍କୁଲ ର ସ୍ଵର୍ଣ୍ଣ ପଦକ ବିଜେତା ମାନଙ୍କୁ ଦେଶ,ରାଜ୍ୟ ଓ ନବରଙ୍ଗପୁର ମାଟି ପାଇଁ ଗୌରବ ଆଣିଥିବାରୁ ସମାଜ ସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଆର୍ଥିକ ରାଶି ପୁରସ୍କାର ରୂପେ ପ୍ରଦାନ କରିଥିଲେ ଓ ଅନ୍ୟ ଅତିଥି ଗଣ ଉତ୍ସାହ ଓ ଆଶୀର୍ବାଦ କରିଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଭବାନୀପାଟଣା ଠାରେ ଦ୍ଵିତୀୟ ପ୍ରଶାସନିକ କପ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନ 

Sunil Chandra Nayak

ବାଇଦାପୋଷୀ ଗ୍ରାମରେ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତାର ରୌପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

ଇଣ୍ଟର କଲେଜ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଉଦଯାପିତ

masiha

Leave a Comment

error: Content is protected !!