ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଧରାକୋଟ ବ୍ଲକ ଶିକ୍ଷକ ସଂଘର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମେଚ 

ଧରାକୋଟ ବ୍ଲକ ଶିକ୍ଷକ ସଂଘର ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମେଚ 

ଆସିକା, ୧୬/୪/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକ ଶିକ୍ଷକ ସଂଘ ପକ୍ଷରୁ ସ୍ଥାନୀୟ ଶ୍ରୀ ରାଜ ଉଚ୍ଚ ବିଦ୍ୟାଳୟ ମିନି ଷ୍ଟାଡିୟମରେ ଚତୁର ଦିବସୀୟ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ଖେଳର ଶୁଭାରମ୍ଭ ହୋଇଯାଇଛି । ବି ଇ ଓ ରମେଶ ଚନ୍ଦ୍ର ସାହୁ ଏହାର ଉଦଘାଟନ କରିଥିବା ବେଳେ ଅତିଥି ଭାବରେ ଏ ବି ଇ ଓ ସୌରୀ ଶଙ୍କର ବେହେରା,ବିଭୁତି ଭୂଷଣ ପାତ୍ର,ବ୍ଲକ କ୍ରୀଡ଼ା ସଂଘ ସମ୍ପାଦକ ପାଣ୍ଡବ ସ୍ୱାଇଁ,ସାମ୍ବାଦିକ ହୃଦାନନ୍ଦ ଜେନା, ବି ଆର ଟି ସୀତାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ। ପ୍ରଥମ ଭାଗରେ ସୁପରକିଙ୍ଗ ଓ ଡାଇନାଷ୍ଟିକ ୱାରୀୟର ମଧ୍ୟରେ ହୋଇଥିବା ଖେଳରେ ସୁପରକିଙ୍ଗ ଛଅ ୱିକେଟ ରେ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ଭାଗ ଖେଳରେ ରାଇଯିଂ ଷ୍ଟାର ନଅ ୱିକେଟ ରେ ବିଜୟୀ ହୋଇଥିଲା। ଶିକ୍ଷକ ଅନିଲ ନାୟକ ଓ ଶିକ୍ଷକ ଗଣପତି ଗମାଙ୍ଗ ଦୁଇଟି ମ୍ୟାଚ ରେ ଅଧିନାୟକ ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ଏମ୍ପାୟାର ଭାବରେ ଶିକ୍ଷକ ଶଶୀ ରଞ୍ଜନ ଶଙ୍ଖୁଆ ଓ ଶିକ୍ଷକ ମୃତ୍ୟୁଞ୍ଜୟ ସାହୁ ରହିଥିଲେ । ଏ ବି ଇ ଓ ବିଭୁତି ଭୂଷଣ ପାତ୍ର ଓ ଶିକ୍ଷକ ଶୁକଦେବ ନାୟକ ଧାରା ବିବରଣୀ ପ୍ରଦାନ କରିଥିଲେ। ଆସନ୍ତା ଶୁକ୍ରବାର, ଶନିବାର ,ସୋମବାର,ମଙ୍ଗଳ ବାର ଦିନ ଏହି କ୍ରିକେଟ ମ୍ୟାଚ ଖେଳାଯିବ। ବୁଧବାର ଦିନ ଏହାର ଫାଇନାଲ ଖେଳ ଅନୁଷ୍ଠିତ ହେବ ।

Related posts

20 ତମ ସର୍ଵ ଭାରତୀୟ କେସିଏସ କ୍ରିକେଟ ଫାଇନାଲ ମ୍ୟାଚ

Sunil Chandra Nayak

ପ୍ରଜ୍ଞା ମେମୋରିଆଲ ରାଜ୍ୟ ‌ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ କନ୍ଧମାଳ ବିଜୟୀ

Sunil Chandra Nayak

ବଡ଼ବାଙ୍କି ପଞ୍ଚାୟତ ଲିଗ୍ (BPL) କ୍ରିକେଟ୍ ମ୍ୟାଚରେ ଯତୀନ ୱରିଅର୍ସ ଫାଇନାଲକୁ ପ୍ରବେଶ

Leave a Comment

error: Content is protected !!