ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଆଁ ରୁ ସୁରକ୍ଷା କର୍ମଶାଳା 

ନିଆଁ ରୁ ସୁରକ୍ଷା କର୍ମଶାଳା 

ରାଉରକେଲା: ଶ୍ରୀ ଶ୍ରୀ ରବିଶଙ୍କର ବିଦ୍ୟାମନ୍ଦିର ପରିଚାଳିତ ସେକ୍ଟର ୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଠାରେ ଆରଏସପି ପକ୍ଷରୁ ନିଆଁ ରୁ ସୁରକ୍ଷା ଏକ କର୍ମଶାଳା ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ନିର୍ବାପନ ଅପେକ୍ଷା ଅଗ୍ନି ନିବାରଣ ଶ୍ରେୟସ୍କର ଉକ୍ତି ରୁ ସ୍ପଷ୍ଟ କରିବା ପାଇଁ ଆରଏସପି ଅଗ୍ନି ବିଭାଗ ପକ୍ଷରୁ ଛାତ୍ର ଛାତ୍ରୀଙ୍କ ପାଇଁ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା। ଅକସ୍ମାତ ନିଆଁ ଲାଗିଗଲେ ସେଥିରୁ କିପରି ନିଜକୁ ସୁରକ୍ଷିତ ରଖିବେ ଓ ଅନ୍ୟ କୁ କିପରି ସୁରକ୍ଷା ଦେଇପାରିବେ ତା’ର ବିଭିନ୍ନ କଳାକୈ।ଶଳ ପ୍ରଦର୍ଶିତ କରାଯାଇଥିଲା। ଅଗ୍ନି ଦୁର୍ଘଟଣାରେ ତିନି ତାଲା ଛାତରୁ କିପରି ଆହତଙ୍କୁ ଉଦ୍ଧାର, ନିଆଁ ଲିଭାଇବାର କୈ।ଶଳ ପ୍ରଦର୍ଶିତ କରିବା ସହ ଶିକ୍ଷୟିତ୍ରୀ ଶିକ୍ଷକ ଛାତ୍ରଛାତ୍ରୀ ମାନେ ନିଜେ ଏହାର ପ୍ରୟୋଗ ଶିଖିଥିଲେ। ବିଦ୍ୟାଳୟର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସଙ୍କ ଅଧ୍ୟକ୍ଷତା, ଅଧ୍ୟକ୍ଷା ଡ ଖୁସୁବୁ ଜ୍ୟୋତି ଙ୍କ ଆବାହକତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ଇସ୍ପାତ କାରଖାନା ଅଗ୍ନି ନିର୍ବାପକ ସଂସ୍ଥା ର ମୁଖ୍ୟ ମହାପ୍ରବନ୍ଧକ ହୀରାଲାଲ ମହାପାତ୍ର, ମହାପ୍ରବନ୍ଧକ ପି ଏସ ଠାକରେ, ଡେପୁଟି ମ୍ୟାନେଜର ଶୁଭବ୍ରତ ସାହୁ, ଆସିଷ୍ଟାଣ୍ଟ ମ୍ୟାନେଜର ମୋହିତ ସିଂ, ଟିମ୍ ଲିଡର ଆର ସି ମହନ୍ତ ପ୍ରମୁଖ ଯୋଗଦେଇ ଅଗ୍ନି ବିତ୍ପାତରୁ ସୁରକ୍ଷା ସମ୍ପର୍କରେ ପ୍ରତ୍ୟକ୍ଷ କୈ।ଶଳ ପ୍ରଦର୍ଶିତ କରାଇଥିଲେ। ଏହି କର୍ମଶାଳାରେ ବିଦ୍ୟାଳୟର ବରିଷ୍ଠ ଅଧିକାରୀ ସୁଚିନ୍ଦ୍ରମ ସେନଗୁପ୍ତ, ଯଶବିନ୍ଦର କୈ।ର, ମୀନାକ୍ଷୀ ପାଢ଼ୀ, ଅମ୍ରିତ ନିଲମ, ମନପ୍ରିତ କୈ।ର, ଶିବାନୀ, ମଞ୍ଜୁଲତା, ମଧୁମିତା,ସୁପ୍ରିୟା, ସିଦ୍ଧାର୍ଥ,ବିଶାଲ,ଧୀରଜ, ବନ୍ଦିତା,ପ୍ରଗତୀ ପ୍ରମୁଖ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ଶେଷରେ ଅମ୍ରିତା ନିଲମ ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ପ୍ରେସ୍ ୟୁନିୟନ୍ ରାୟଗଡ଼ା ଜିଲ୍ଳାର ୪ର୍ଥ ବାର୍ଷିକ ଉତ୍ସବ

masiha

ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ସ୍ତରୀୟ ମାନବାଧିକାର କର୍ମୀ ବୈଠକ 

ମାଙ୍କ ଚିତାରେ ମୁଖାଗ୍ନି ଦେଲେ ଝିଅ 

Sunil Chandra Nayak

Leave a Comment

error: Content is protected !!