ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ

ଖଇରା,୧୦/୬/୨୫ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସୁନ୍ଦରପୁର ରଜ ମହୋତ୍ସବ କମିଟି ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀ ଖଇରା ଉପନିବନ୍ଧକଙ୍କ କାର୍ଯ୍ଯାଳୟ ନିକଟ ଜେଭିସିସି କମ୍ପ୍ୟୁଟର କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଥିଲା । କମିଟିର ସଭାପତି ପ୍ରାଧ୍ଯାପକ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମ୍ମିଳନୀରେ କମିଟିର ସମ୍ପାଦକ ଚନ୍ଦ୍ରକାନ୍ତ କୁଅଁର, ବରିଷ୍ଠ ଉପଦେଷ୍ଟା ନରହରି ନାୟକ, ଉପେନ୍ଦ୍ର ପ୍ରସାଦ ଦାସ, ଗଦାଧର ଜେନା, ଦେବେନ୍ଦ୍ର କୁମାର ନାୟକ, ଡାକ୍ତର ହରେକୃଷ୍ଣ ରାଉତ, ବରେନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ହୋଇ ବ୍ଲକ ସ୍ତରୀୟ ରଜ ମହୋତ୍ସବ କମିଟିର ଉଦ୍ଦେଶ୍ୟ ଓ ଲକ୍ଷ୍ୟ ବିଷୟରେ ଆଲୋକପାତ କରିଥିଲେ । ଗତ ୨୦୧୮ ମସିହାରୁ ଆରମ୍ଭ ହୋଇଥିବା ମହୋତ୍ସବ ଏପର୍ଯ୍ୟନ୍ତ ଶାନ୍ତି ଶୃଙ୍ଖଳାର ସହିତ ପାଳିତ ହୋଇ ଆସୁଅଛି । ଏବର୍ଷ ତା ୧୩/୬/୨୫ ରିଖ ଶୁକ୍ରବାର ଠାରୁ ଆରମ୍ଭ ହୋଇ ତା ୧୬/୬/୨୫ ରିଖ ସୋମବାର ପର୍ଯ୍ୟନ୍ତ ଚାଲିବ । ବୁଡ଼ି ଯାଉଥିବା ଓଡ଼ିଆ ସଂସ୍କୃତି ଓ ରଜ ପରମ୍ପରାକୁ ଉଜ୍ଜୀବିତ କରି ରଖିବା ଏ ମହୋତ୍ସବର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବୋଲି ମଞ୍ଚାସୀନ କର୍ମକର୍ତ୍ତା ମାନେ ନିଜସ୍ଵ ମତାମତ ରଖିଥିଲେ । ଏହି ମହୋତ୍ସବ ଦେଖିବା ପାଇଁ ପ୍ରତ୍ୟେକ ବର୍ଷ ଆଖପାଖ ଅଞ୍ଚଳରୁ ଶହଶହ ଲୋକଙ୍କ ସମାଗମ ହେଉଥିବା ବେଳେ ପ୍ରତ୍ୟେକ ଦିନ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ମିନାବଜାର ଦର୍ଶକଙ୍କ ମନମୋହି ଥାଏ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ସ୍ଥାନୀୟ ପୋଲିସ ଓ କ୍ଲବ ପିଲା ସକ୍ରିୟ ରହିଥାନ୍ତି । ପ୍ରତ୍ୟେକ ବର୍ଷ ପରି ଏବର୍ଷ ୪ ଦିନ ଧରି ଅନୁଷ୍ଠିତ ମହୋତ୍ସବକୁ ପୂର୍ଣ୍ଣ ସହଯୋଗ କରିବା ପାଇଁ ସାମ୍ବାଦିକ ବନ୍ଧୁ ମାନଙ୍କୁ କମିଟି ତରଫରୁ ଅନୁରୋଧ କରାଯାଇଥିଲା । କମିଟିର ବହୁ ସଦସ୍ୟ ଉପସ୍ଥିତ ରହି ସମ୍ମିଳନୀକୁ ସଫଳ କରିଥିଲେ ।।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ରେଳ ଓଭରବ୍ରିଜ ନିର୍ମାଣ କାର୍ଯ୍ଯାରମ୍ଭ ପାଇଁ ବରିଷ୍ଠ ନାଗରିକ ସୁରକ୍ଷା ମଞ୍ଚର ଦାବିପତ୍ର 

ଡାବୁଗାଁ ଡ୍ରାଇଭର ମହାସଂଘର ଷ୍ଟେୟରିଂ ଛାଡ଼ ଆନ୍ଦୋଳନ

Sunil Chandra Nayak

ଆରପାରିରେ କଳାହାଣ୍ଡିର ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ସଚ୍ଚିକାନ୍ତ ରଥ

masiha

Leave a Comment

error: Content is protected !!