ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ କେନ୍ଦ୍ରାପଡ଼ା ଗସ୍ତ

ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ପହଞ୍ଚାଅ: ମନ୍ତ୍ରୀ

କେନ୍ଦ୍ରାପଡ଼ା,୧୦/୦୬: କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାରୀ ତଥା ମାନ୍ୟବର ମନ୍ତ୍ରୀ ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟପାର ଏବଂ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ଶ୍ରୀ ସୂର୍ଯ୍ୟଵଂଶୀ ସୂରଜ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ସରକାରଙ୍କ ବିଭିନ୍ନ ଯୋଜନା ଓ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି | ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ମହାକାଳପଡା ବିଧାୟକ ଡ.ଦୁର୍ଗା ପ୍ରସନ୍ନ ନାୟକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ବିଡିଓ, ତହସିଲଦାର ଏବଂ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ବୈଠକରେ ମାନ୍ୟବର ମନ୍ତ୍ରୀ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନାର ସୁଫଳ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ଦେଇଛନ୍ତି | ଅଧିକାରୀ ମାନେ ତୃଣମୂଳ ସ୍ତରକୁ ଯାଇ ଲୋକଙ୍କ ସମସ୍ୟା ବୁଝିବା ସହିତ ତାର ସମାଧାନ ଉପରେ କାର୍ଯ୍ୟ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ମହତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ ନିଯୁକ୍ତି ଯୋଜନା, ସ୍ୱଚ୍ଛଭାରତ, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା, ମାଧୋ ସିଂ ହାତ ଖର୍ଚ୍ଚ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଧାନ ସଂଗ୍ରହ, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ବୋୟବନ୍ଦନ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ବଣ୍ଟନ ସହିତ ଜିଲ୍ଲାର ସମସ୍ତ ଅଙ୍ଗନବାଡିର ସ୍ଥିତ ସମୀକ୍ଷା କରିଥିଲେ | ଅଙ୍ଗନବାଡି ଗୁଡିକର ଆନୁଷଙ୍ଗିକ ବ୍ୟବସ୍ଥା ଗୁଡିକ ତୁରନ୍ତ ସମାଧାନ ଉପରେ ଗୁରୁତ୍ୱ ଦେବାକୁ ମନ୍ତ୍ରୀ କହିଛନ୍ତି | ଜନହିତକାରୀ ଯୋଜନାର ସୁଫଳ ଯେପରି ହିତାଧିକାରୀ ପାଇବାରେ କୌଣସି ଅସୁବିଧା କିମ୍ବା ବିଳମ୍ବ ନ ହୁଏ ସେଥି ପ୍ରତି ଦୃଷ୍ଟି ଦେବାକୁ ମନ୍ତ୍ରୀ କହିଛନ୍ତି | ସାମାଜିକ ନ୍ୟାୟ ସମାଜର ଦର୍ପଣ ହେବା ଉଚିତ, ଏଥିରୁ ବିଚ୍ୟୁତ ହେବା କଥା ନୁହେଁ | ଏହା ସହିତ ମହିଳା ତଥା ସ୍ଵୟଂସହାୟକ ଗୋଷ୍ଠୀଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ନୁଆଁ ସମ୍ଭାବନା ସୃଷ୍ଟି କରି ଜୀବନ ଜୀବିକା ତଥା ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ଉନ୍ନତ କରିବାକୁ ପଡିବ ବୋଲି ମନ୍ତ୍ରୀ କହିଛନ୍ତି | ଅନ୍ତୋଦୟ ଗୃହ ଯୋଜନାରେ ଘର ଯୋଗେଇବା ଏବଂ ହିତାଧିକାରୀ ଚୟନ ପ୍ରକ୍ରିୟା ରେ ସଠିକ ତଦନ୍ତ, ଶଯ୍ୟାଶାୟୀ, ୮୦ ବର୍ଷରୁ ଉର୍ଦ୍ଧ୍ଵ ହିତାଧିକାରୀଙ୍କ ଭତ୍ତା କିପରି ଘରେ ପହଂଚିବ ସେଥି ପ୍ରତି ଯତ୍ନବାନ ହେବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି | ଏକ ଟିମ ହୋଇ କାର୍ଯ୍ୟ ଏବଂ ଜିଲ୍ଲାର ଉନ୍ନତିରେ ନିଜର ଆନ୍ତରିକତା ଓ ଅତ୍ମୀୟତା ରହିଲେ ନିଶ୍ଚିତ ଭାବେ ଜିଲ୍ଲା ଏକ ନମ୍ବର ହେବ ବୋଲି ମନ୍ତ୍ରୀ କହିଛନ୍ତି । ବୈଠକ ପୂର୍ବରୁ ମନ୍ତ୍ରୀ ପ୍ରଭୁ ବଳଦେବଜୀଉଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!

Related posts

ପ୍ରକାଶ ପାଇଲା କବିତା ପ୍ରତିଯୋଗିତାର ଫଳାଫଳ, ପ୍ରଥମ ହେଲେ ଗୀତାଞ୍ଜଳି

Sunil Chandra Nayak

ମାଁ ଗବଡେନ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ ଭାଲୁପିଆକୁ ହରାଇ ଗଜବାହାଲ ଚାମ୍ପିଅନ

Sunil Chandra Nayak

ଜିଲ୍ଲା ସ୍ତରୀୟ ବିଶ୍ଵ ପର୍ଯ୍ୟଟନ ଦିବସ ପାଳିତ 

masiha

Leave a Comment

error: Content is protected !!