ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ଖୁଣ୍ଟିଆ ଙ୍କ ଏକ ଦିବସୀୟ କଳାହାଣ୍ଡି ଜିଲ୍ଲା ଗସ୍ତ 

 କଳାହାଣ୍ଡି ଜିଲ୍ଳାର ବିଭିନ୍ନ ସ୍ଥାନରେ ବିଭିନ୍ନ କାର୍ଯ୍ଯକ୍ରମ ଉଦ୍ଘାଟନ କରିବା ସହ ସରକାରୀ କାର୍ଯ୍ୟକ୍ରମରେ ଯୋଗଦାନ କରିଛନ୍ତି ମାନ୍ୟବର ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ଆଜି ସକାଳେ ଟ୍ରେନ୍ ଯୋଗେ ଭୁବନେଶ୍ବର ରୁ ଭବାନୀପାଟଣା ରେଳ ଷ୍ଟେସନ୍ ରେ ପହଞ୍ଚିବା ପରେ ତାଙ୍କୁ ବିଜେପି ଜିଲ୍ଲା ସଭାପତି ଯୁଗଳ କିଶୋର ପୋଢ଼ ତଥା ବିଜେପି କର୍ମକର୍ତ୍ତା ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହାପରେ ମେଡିକାଲ କଲେଜ, ମେଗା ନର୍ସରୀ ଯାଇ ବୃକ୍ଷ ରୋପଣ ଓ ହାତୀ କେୟାର ସେଣ୍ଟର ଉଦ୍ ଘାଟନ କରିଥିଲେ ଏଥିରେ କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ ତଥା ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡ ଅଧିକାରୀ ଉପସ୍ଥିତ ରହିଥିଲେ । କର୍ଲାପାଟ ସେଞ୍ଚୁରି ଅଞ୍ଚଳ ଗସ୍ତ କରିଥିଲେ । ପରେ ଅପରାହ୍ନ ରେ ସ୍ଥାନିୟ ହୋଟେଲ ଭାଗିରଥୀ ଇନ୍ କନଫରେନ୍ସ ହଲ୍ ଠାରେ କେନ୍ଦ୍ର ରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜି ଙ୍କ ନେତୃତ୍ବ ରେ ସଫଳତା ର ୧୨ ବର୍ଷ  ପୂର୍ତ୍ତି ଓ ଓଡ଼ିଶା ପ୍ରଦେଶ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜି ଙ୍କ ନେତୃତ୍ବ ରେ ରାଜ୍ୟ ସରକାର ଙ୍କ ସଫଳତା ର ୨ ବର୍ଷ ପୁର୍ତ୍ତି ଅବସରରେ ସାମ୍ୱାଦିକ ମାନଙ୍କ ସହ ସମ୍ବାଦ ଚର୍ଚ୍ଚା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 

ଏହି କାର୍ଯ୍ୟକ୍ରମ ରେ  ଜଙ୍ଗଲ ଓ ପରିବେଶ ତଥା ଶ୍ରମ ବିଭାଗ ମନ୍ତ୍ରୀ ମାନ୍ୟବର ଶ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ , ଜିଲ୍ଲା ସଭାପତି ଶ୍ରୀ ଯୁଗଳ କିଶୋର ପୋଡ଼ ,ଧର୍ମଗଡ଼ ବିଧାୟକ  ତଥା ଜିଲ୍ଲା ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ସୁଧିର ରଞ୍ଜନ ପଟ୍ଟଯୋଶୀ , ବିଜେପି ରାଜ୍ୟ ଉପସଭାପତି ଭବେନ୍ଦ୍ର ପଣ୍ଡା , ବରିଷ୍ଟ ଆଇନଜୀବି ଦେବେନ୍ଦ୍ର ମହାନ୍ତି , ପ୍ରମୁଖ ମଞ୍ଚାସିନ ରହି ଥିବା ବେଳେ ନରହରି ପଟ୍ଟନାୟକ, ବିଜେପି କଳାହାଣ୍ଡି ଜିଲ୍ଲା ମିଡିଆ ସଂଯୋଜକ କାର୍ଯ୍ଯକ୍ରମ ପରିଚାଳନା କରିଥିଲେ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ବରିଷ୍ଟ ନେତା ରମେଶ ମାଝୀ, ମନୋଜ ମେହେର,ଜୟ ଶଙ୍କର ନାଏକ, ଅକୁର ହରପାଲ, ଜିଲ୍ଲା ସାଧାରଣ ସମ୍ପାଦକ ସତ୍ୟ ବେହେରା ,ହିମାଂଶୁ ପଣ୍ଡା ,ଅନିରୁଦ୍ଧ ପ୍ରଧାନ, ନମିତା ରାଣୀ ସାହୁ,ଭାରତ ଭୂଷଣ ଦେଓ, ସନ୍ତୋଷ କୁମାର ବିଶି , ସୋଭାଗିନି ପାତ୍ର ,ମହିଳା ମୋର୍ଚ୍ଚା ସଭାପତି କାଞ୍ଚନ ବେମାଲ ପ୍ରମୁଖ ଅନେକ ବିଜେପି କର୍ମକର୍ତ୍ତା ଉପସ୍ଥିତ ରହିଥିଲେ । ଏହା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଟାଉନ୍ ହଲରେ ଠାରେ ବିକାଶ ଉପଲବ୍ଧି କାର୍ଯ୍ଯକ୍ରମ ହୋଇଥିଲା । 

ବିକାଶର ଧାରା, ଓଡ଼ିଶା ସାରା କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ଏହା ପରେ ଭୁବନେଶ୍ୱରରେ ମୁଖ୍ଯମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ବଡ ଭେଟି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଥିଲେ ,ଭବାନୀପାଟଣା ଟାଉନ୍ ହଲ ରେ ମନ୍ତ୍ରୀ ଙ୍କ ଉପସ୍ଥିତିରେ ଭିଡିଓ ବାର୍ତ୍ତା ମାଧ୍ୟମ ରେ ଶୁଭାରମ୍ଭ କରାଯାଇଥିଲା । ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଓ ୧୨ଟି ପ୍ରମୁଖ ଉପଲବ୍ଧି ।

୨୫ କୋଟି ରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଛନ୍ତି । ୪ କୋଟି ରୁ ଅଧିକ ପକ୍କା ଆବାସ ନିର୍ମାଣ କରି ଛନ୍ତି ।୬୦ କୋଟି ରୁ ଅଧିକ ହିତାଧୁକାରୀ ଆୟୁଷ୍ମାନ ଭାରତ ଅଧୀନରେ ସାମିଲ ହୋଇଛନ୍ତି ।୩ କୋଟି ରୁ ଅଧିକ ଲକ୍ଷପତି ଦିଦି ମହିଳା ସଶକ୍ତି କରଣ ହୋଇଛନ୍ତି ।୫୭ କୋଟି ରୁ ମୁଦ୍ରା ଋଣ ଆତ୍ମନିଯୁକ୍ତିକୁ ଆଗେଇ ନେଇଛି ।

୧୨ କୋଟି ରୁ ଅଧିକ ଶୌଚାଳୟ ମର୍ଯ୍ୟାଦା ଓ ସ୍ବଚ୍ଛତା ସୁନିଶ୍ଚିତ କରୁଛି । ୭୯ ଲକ୍ଷ କୋଟି ଟଙ୍କାର ରେକର୍ଡ ପ୍ରତିରକ୍ଷା ରପ୍ତାନି ହୋଇ ପାରିଛି । ସାମାଜିକ ସୁରକ୍ଷା ତିନି ଗୁଣ ହେଇଛି । ୩୮,୪୦୦ କୋଟି ଟଙ୍କାର ରେକର୍ଡ ପ୍ରତିରକ୍ଷା ରପ୍ତାନି ହୋଇଛି।ଆଇଆରଟିଏସ ଏବଂ ବନ୍ଦେ ଭାରତ ଟ୍ରେନରେ ବିଶ୍ୱସ୍ତରୀୟ ଯୋଗାଯୋଗ ହୋଇ ପାରିଛି ।୧୨,୦୦୦ ଗୁଣ ବଢ଼ିଲା ୟୁପିଆଇ ନେଣଦେଣ, ୩୧୪ ଲକ୍ଷ କୋଟି ଟଙ୍କାର ଡିଜିଟାଲ ପେମେଣ୍ଟ ସିଷ୍ଟମ ହେଉଛି । ଦେଶରେ ରେଡ଼ କରିଡର ଥିବା ଅଞ୍ଚଳ ଏବେ ସବୁଜ ବିକାଶ କ୍ଷେତ୍ର ଓ ନକ୍ସଲମୁକ୍ତ ଭାରତ ହୋଇସାରିଛି । କେନ୍ଦ୍ର ମୋଦୀ ସରକାରଙ୍କ ୧୨ ବର୍ଷ ପୂର୍ତ୍ତି ଅବସରରେ ବିକାଶ ପତ୍ର ରେ ଏହା ସୂଚିତ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

                             

Related posts

ମା ମାଣିକେଶ୍ବରୀଙ୍କ ପୀଠ ଥୁ.ରାମପୁର ଠାରୁ ଆରମ୍ଭ ହେଲା “ପ୍ରତିଭା”ର ବ୍ଲକ ସ୍ତରୀୟ ରୌପ୍ୟ ଜୟନ୍ତୀ ସମାରୋହ 

masiha

ବାସନ୍ତୀ ପାଠାଗାରରେ କୃତ୍ରିମ ବୁଦ୍ଧିମତା କାର୍ଯ୍ୟକ୍ରମ

Sunil Chandra Nayak

ରାଇଘରଠାରେ ଜିଳ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!