ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

ଗରିବ କୃଷକ ପରିବାରର  ଝିଅ ଓ ପୁଅ ବ୍ଲକ ଟପର , ଗାଁ ରେ ଖୁସିର ଲହରୀ 

ଆସିକା, ୪/୫/୨୫ // ସରକାରି ବିଦ୍ୟାଳୟରେ ପିଲା ମାନଙ୍କୁ ପାଠ ପଢ଼ାଇବା ପାଇଁ ସରକାରଙ୍କ ତରଫରୁ ମାଗଣା ବହି,ଜୋତା,ପୋଷାକ, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ପ୍ରଣୟନ କରାଯାଇଛି । ଉଦ୍ଦେଶ୍ୟ ରହିଛି ପିଲାଏ ଇଂରାଜୀ ବିଦ୍ୟାଳୟ ଅଭିମୂଖି ନହୋଇ ସରକାରୀ ବିଦ୍ୟାଳୟରେ ପାଠ ପଢିବେ। ସଂପ୍ରତି ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଏଥିରେ ସରକାରୀ ବିଦ୍ୟାଳୟର ଫଳା ଫଳ ଉତ୍ସାହ ଜନକ ହୋଇଥିବାରୁ ଅଭିଭାବକ ମହଲରେ ସନ୍ତୋଷ ପ୍ରକାଶ ପାଇଛି।ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ ଅନ୍ତର୍ଗତ ଶରଧାପୁର ପଂଚାୟତ ର କୁସୁରାବ ଗାଁ ରେ ନିଜ ଗାଁ ର ପିଲାଙ୍କ ମାଟ୍ରିକ ପରୀକ୍ଷାରେ ଆଶାତୀତ ସଫଳତା ପାଇଁ ଏବେ ଉତ୍ସବ ମୁଖରିତ l ସଦ୍ୟ ପ୍ରକାଶିତ ମେଟ୍ରିକ ପରୀକ୍ଷା ଫଳରେ ଗାଁ ର କ୍ଷୁଦ୍ର ତଥା ଗରିବ ଚାଷୀ ସୁରେନ୍ଦ୍ର ଗୌଡ଼ ଓ ନମିତା ଗୌଡ଼ ଙ୍କ ପୁତ୍ର ରୁଦ୍ର ଗୌଡ଼ ୫୬୦ ନମ୍ବର ରଖି ଧରାକୋଟ ବ୍ଲକ ରେ ଟପ୍ପର ହୋଇ ନାମ ରଖିଛନ୍ତି l ସେହି ଗ୍ରାମର ଅନ୍ୟ ଏକ ଗରିବ ଚାଷୀ ଉଜ୍ଜଳ ଗୌଡ଼ ଓ ରୁନୁ ଗୌଡ଼ ଙ୍କ ଝିଅ ବର୍ଷା ଗୌଡ଼ ୫୫୫ ନମ୍ବର ରଖି ବ୍ଲକ ସ୍ତରରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି l ସଂଯୋଗ ବଶତଃ ଦୁହେଁ ମୁଣ୍ଡମାରାଇ ସ୍ଥିତ ଅନନ୍ତ ନାରାୟଣ ନୋଡାଲ ଉଚ୍ଚ ବିଦ୍ୟାପୀଠ ର ଛାତ୍ର ଓ ଛାତ୍ରୀ l ପିଲାଟି ଦିନରୁ ଦୁହେଁ ମେଧାବୀ l ରୁଦ୍ର ୨୦୨୦ ମସିହାରେ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ରେ ବ୍ଲକ ଟପ୍ପର ଓ ୨୦୨୩ ମସିହାରେ ଏନ ଏମ ଏମ ଏସ ପାଇଥିଲେ l ସେହିପରି ବର୍ଷା ମଧ୍ୟ ୨0୨0 ରେ ପଞ୍ଚମ ଶ୍ରେଣୀ ରେ ବୃତ୍ତି ପାଇବା ସହିତ ୨୦୨୧ ରେ ଷଷ୍ଠ ଶ୍ରେଣୀ ରେ ପଠାଣି ସାମନ୍ତ ଗଣିତ ମେଧା ବୃତ୍ତି ପାଇଥିଲେ l ପିଲାଟି ଦିନରୁ ଦୁହେଁ ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ କୁସୁରାବ ଗାଁ ସରକାରୀ ବିଦ୍ୟାଳୟ ରେ ପାଠ ପଢିଥିବା ବେଳେ ଷଷ୍ଠ ଶ୍ରେଣୀ ରୁ ମୁଣ୍ଡମାରାଇ ସ୍ଥିତ ଅନନ୍ତ ନାରାୟଣ ନୋଡାଲ ଉଚ୍ଚ ବିଦ୍ୟାପୀଠ ରେ ପାଠ ପଢୁଥିଲା l ଏହି ସଫଳତା ପାଇଁ ଅଭିଭାବକ ମାନଙ୍କ ତରଫରୁ ଅନନ୍ତ ନାରାୟଣ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅନର୍ଘ ସ୍ୱାଇଁ, ବି ଇ ଓ ଲିଙ୍ଗରାଜ ସ୍ୱାଇଁ, ଏ ବି ଇ ଓ ସୌରୀ ଶଙ୍କର ବେହେରା, ସିମାଞ୍ଚଳ ବେହେରା, ବିଭୂତି ଭୂଷଣ ପାତ୍ର ପ୍ରମୁଖ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଅଛି।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କର୍ଲାପାଟ୍ ଅଭୟାରଣ୍ୟର ଜଙ୍ଗଲୀ ମୂଳକରେ ବଞ୍ଚିବାର ରାହା ଖୋଜୁଛନ୍ତି ଆଦିବାସୀ

Sunil Chandra Nayak

୨୪ କୁଣ୍ଡୀୟ ଗାୟତ୍ରୀ ମହାଯଜ୍ଞ ଆସନ୍ତା ୨୩ ରୁ ୨୬ ……

masiha

“ସୁବର୍ଣ୍ଣରେଖା “ଓ “ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ” ଆନୁକୁଲ୍ୟରେ “ଫକୀରମୋହନ ଜୟନ୍ତୀ ଓ ୨୭ତମ ବାର୍ଷିକ ଉତ୍ସବ” ପାଳନ

masiha

Leave a Comment

error: Content is protected !!