ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ଆସିକା, ୪/୫/୨୫ // ଧରାକୋଟ ବ୍ଲକ ଅନ୍ତର୍ଗତ ବାହାରପୁର ପ୍ରାଥମିକ ବିଦ୍ୟାଳୟରୁ ନିକଟରେ ଚାକିରୀରୁ ଅବସର ଗ୍ରହଣ କରିଥିବା ପୂର୍ବତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶୁରସେନ ସାହୁ ଙ୍କୁ ବାହରପୂର କ୍ଲଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ ସି.ଆର.ସି.ସି. ଙ୍କ ତରଫରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । 

 ଶ୍ରୀ ସାହୁ ତାଙ୍କ ଚାକିରି କାଳରେ ଅନେକ ବିଦ୍ୟାଳୟ ରେ କାର୍ଯ୍ୟ ସମ୍ପାଦନ କରିବା ସହ ଅନେକ ଛାତ୍ରଛାତ୍ରୀଙ୍କ ସୁନ୍ଦର ଭବିଷ୍ୟତ ନିର୍ମାଣ କରିଥିବା ବେଳେ ବାହାରପୁର ପ୍ରାଥମିକ ବିଦ୍ୟାଳୟରେ ୨୦୨୧ ମସିହାରେ କାର୍ଯ୍ୟରେ ଯୋଗ ଦେଇଥିଲେ ଓ ସୁଚାରୁ ରୁପେ ଶିକ୍ଷାଦାନ କରି ଛାତ୍ର ଛାତ୍ରୀ ମାନଙ୍କ ଚରିତ୍ର ଗଠନ ରେ ନିଜକୁ ନିୟୋଜିତ କରିଥିଲେ । ବାସ୍ତବରେ ଶ୍ରୀ ସାହୁ ଜଣେ ଜ୍ଞାନୀ, ଗୁଣୀ, ସିଷ୍ଟାଚାରୀ ଛାତ୍ର ବଛଳ କର୍ମନିଷ୍ଠ,ଦକ୍ଷ ଶିକ୍ଷକ ରୂପେ ଅଞ୍ଚଳରେ ସୁପରିଚିତ ଥିଲେ । ତାଙ୍କ ଅବସରରେ କ୍ଳଷ୍ଟର ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଦୁଃଖ ପ୍ରକାଶ କରିବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତାଙ୍କ ଗୁଣ ଗରିମା ବର୍ଣ୍ଣନା କରିଥିଲେ । ଏହି ଅବସରରେ କ୍ଲଷ୍ଟର ସ୍ତରର ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏବଂ ସହକାରୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କବିତା ମାଧ୍ୟମରେ ପ୍ରଶଂସିତ କରିବା ସହିତ ତାଙ୍କ କେତେକ ଅନୁଭୂତି ବର୍ଣ୍ଣନା କରି ବହୁ ଅମୂଲ୍ୟ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ । ସମ୍ବର୍ଧନା ଉତ୍ସବରେ ପ୍ରଧାନ ଶିକ୍ଷକ ରାଧା ମୋହନ ତ୍ରିପାଠୀ, ପ୍ରମୋଦ କୁମାର ପାଢୀ, ପ୍ରଦୀପ କୁମାର ବେହେରା, ପଦ୍ମ ଚରଣ ପଣ୍ଡା,ଅନିଲ କୁମାର ମହାରଣା, ଗୌତମ ବେହେରା, ସନ୍ତୋଷ କୁମାର ସ୍ବାଇଁ, ସ୍ବପ୍ନା ରାଣୀ ବେହେରା ଓ ସି ଆର ସି ସି ଅଜିତ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଆସିକା ରୁ ଶିବ ଶଙ୍କର ମିଶ୍ର ମସିହା ନ୍ୟୁଜ

Related posts

କଳାହାଣ୍ଡିରେ ପୁସ୍ତକମେଳା ଆୟୋଜନ ପାଇଁ ‘ଲାଇଫ୍‌ରେଚର୍‌’ର ଦାବି

masiha

ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେବ୍ଳକ ସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି : ନବରଙ୍ଗପୁର ପୋଲିସ ପଡ଼ିଆ ଠାରେ “ବିକାଶ ର ଧାରା ଓଡ଼ିଶା ସାରା “କାର୍ଯ୍ୟକ୍ରମ ଉଦ୍‌ଘାଟିତ

Sunil Chandra Nayak

Leave a Comment

error: Content is protected !!