ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏକଦା ଗୃପ ତରଫରୁ ବନ୍ଧୁ ମିଳନ ଓ ନବବର୍ଷ ପାଳନ

ରାଉରକେଲା/ ମହିଳା ସଂଗଠନ ଏକତା ଗୃପ ତରଫରୁ ବନ୍ଧୁମିଳନ ଓ ନବବର୍ଷ ପାଳନ ସେକ୍ଟର ୨ ସ୍ଥିତ ସାହାନାଇ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୃପର ସଭାପତି ବସୁମତି ମହାନ୍ତି ଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଉରକେଲା ବିଧାୟକ ତଥା ସୁନ୍ଦରଗଡ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ସାରଦା ପ୍ରସାଦ ନାୟକ ଓ ରଘୁନାଥପାଲୀ ବିଧାୟକ ସୁବ୍ରତ ତରାଇ ବିଶିଷ୍ଟ ଅତିଥି ଭାବେ ଯୋଗ ଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଆଇନଜୀବୀ ରମେଶ ମହାନ୍ତି, ଡାକ୍ତର ଲଲାଟେନ୍ଦୁ ଆଚାର୍ଯ୍ୟ, ଡାକ୍ତର ଚିନ୍ମୟ ସାହୁ, ସମାଜସେବୀ ଜାହାଙ୍ଗିର ହକ,ବ୍ରଜେଶ ମହତୋ, ଆଫ୍ରୋଜ ଅହମ୍ମଦ, ନୀଲମ ସାହୁ, ସନ୍ଥମା ପିଲାଇ, ଗ୍ରେସି ଡାଭିଡ୍, ଅନିତା ଅଗ୍ରୱାଲ,କମଲ ଅଗ୍ରୱାଲ ଓ ସ୍ବତନ୍ତ୍ର ଅତିଥି ଭାବେ ମୋହନ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଥିଲେ। ଯଶୋବନ୍ତ ମହାନ୍ତି ଓ ରାହୁଲ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ଅନୁଷ୍ଠାନ ସହରରେ ଥିବା ସମସ୍ୟା ଗୁଡ଼ିକର ସମାଧାନ ପାଇଁ ସହଯୋଗ ର ହାତ ବଢାଇବା ସହ ଆଗାମୀ ବିଶ୍ବକପ ହକି ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ହକି ପରେ ରାଉରକେଲା ଶୋଇଯିବ ନାହଁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏହି ଅବସରରେ କେକ୍ କଟିଯିବା ସହ ସମସ୍ତେ ନାଚଗୀତରେ ମସଗୁଲ ହୋଇଥିଲେ। ଏହି କାର୍ଯ୍ୟକ୍ରମ ପରିଚାଳନାରେ ଶାନ୍ତିଲତା ବେହେରା, ଅଞ୍ଜଳି ବିଶ୍ବାଳ,ବନଜା ବିଶ୍ବାଳ,ଅଂଶୁପା ଦଳାଇ, ସ୍ନେହଲତା ବାରିକ, ମନୋରମା ଧଳ,ନିରୁପମା ଜେନା,ଅନିତା ମହାନ୍ତି, ଅସ୍ମିତା ମହାନ୍ତି, ସୁମତି ନାୟକ,ଜୋୟା ତ୍ରିପାଠୀ, ସୁଷମା ଡାଙ୍ଗ,ବୀଣାପାଣି ଦାଶ,ମୀନାକ୍ଷୀ ପାଢୀ, ସୁଚିସ୍ମିତା ପଣ୍ଡା ଓ ବିଶାଖା ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ସଭାପତି ଶ୍ରୀମତୀ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପ୍ରଥମ ଥର ପାଇଁ ଓଡ଼ିଶା ବିଧାନସଭାର ସାଧାରଣ ଉଦ୍ୟୋଗ କମିଟୀର ଅଧ୍ୟକ୍ଷ ହେଲେ କଣ୍ଟାମାଳ ବିଧାୟକ ମହୀଧର ରଣା

masiha

ନବରଙ୍ଗପୁର ଓକିଲ ସଂଘ ନିର୍ବାଚନ : ପାଞ୍ଚ ପ୍ରାର୍ଥୀ ଙ୍କ ନାମାଙ୍କନ ପତ୍ର ଦାଖଲ 

ଅଙ୍ଗନୱାଡ଼ି କେନ୍ଦ୍ର ସ୍ଥାନାନ୍ତର ଘଟଣାରେ ସାହିବାସିନ୍ଦାଙ୍କ ସିଡିପିଓ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

Leave a Comment

error: Content is protected !!