ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖଟଖୁରା -ଭଏରପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

ଖଟଖୁରା -ଭଏରପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ

କାମାକ୍ଷାନଗର (ମନିସ )4/5/25 // ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଖଟଖୁରା -ଭଏରପୁର ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଟଖୁରା ଗାଁ ନିକଟରେ ସ୍ଥାନୀୟ ବିଧାୟକ ଶତୃଘ୍ନ ଜେନାଙ୍କ କରକମଳରେ ପ୍ରାୟ ୧୬ କିଲୋମିଟର ରାସ୍ତା ପାଇଁ ୨୬ କୋଟି ଟଙ୍କା ବ୍ୟୟ ବରାଦରେ ରାସ୍ତା ନିର୍ମାଣ ହେବ। ଯାହା ୧୫ ମାସ ଭିତରେ ଶେଷ ହେବ ବୋଲି ବିଧାୟକ ପ୍ରକାଶ କରିଛନ୍ତି। ଏଥିସହିତ ରାସ୍ତା ନିର୍ମାଣ ହେଲେ ଆଖ ପାଖର ପ୍ରାୟ ୪ଟି ପଞ୍ଚାୟତର ଲୋକମାନେ ଉପକୃତ ହେବେ। ଏହି କାର୍ଯ୍ୟକ୍ରମରେ ସହକାରୀ ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ସେଠି, କନିଷ୍ଠ ଯନ୍ତ୍ରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ଏବଂ ବହୁ ଲୋକପ୍ରତିନିଧି ଉପସ୍ଥିତ ଥିଲେ। ଲୋକଙ୍କ ଯାତାୟାତ କ୍ଷେତ୍ରରେ ଏହି ରାସ୍ତା ବେଶ ଉପଯୋଗୀ ହୋଇପାରିବ ବୋଲି ବିଧାୟକ ପ୍ରକାଶ କରିଛନ୍ତି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଁ ତାରିଣୀ ଅଷ୍ଟଚଣ୍ଡୀ ଶୈବଶକ୍ତି ପୀଠରେ ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ

masiha

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

ମୃତକଙ୍କ ପରିବାରକୁ ଭେଟିଲେ ଆସିକା ବିଧାୟକ

Leave a Comment

error: Content is protected !!