ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜାମଦାରେ ବିଜେଡି ସାଂସଦ ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 

ଜାମଦାରେ ବିଜେଡି ସାଂସଦ ଓ ରାଇରଙ୍ଗପୁର ବିଧାୟକ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା 

 ମୟୂରଭଞ୍ଜ- ୧୧/୦୪ ( ମସିହା)ମୟୂରଭଞ୍ଜ ଲୋକସଭା ପ୍ରାର୍ଥୀ ସୁଦାମ ମାରାଣ୍ଡି ଏବଂ ରାଇରଙ୍ଗପୁର ବିଧାୟକ ରାଇସେନ ମୁର୍ମୁ ଙ୍କୁ ଜାମଦା ବ୍ଳକର କଇଁପୁର ନିକଟସ୍ଥ ପାକଣାପାଟ ମନ୍ଦିର ପାଖରେ ଜନସାଧାରଣ ଓ ଦଳୀୟ କର୍ମୀ ବୁଧବାର ଦିନ ସଂନ୍ଧ୍ୟାରେ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି ।ପରେ ହରିଲାବେଡା ହାଟ ପଡିଆ ପର୍ଯ୍ୟନ୍ତ ଦଳୀୟ କର୍ମୀ ଉଭୟ ନେତୃବୃନ୍ଦଙ୍କୁ ହରିଲାବେଡା ହାଟ ପଡ଼ିଆ ନିକଟସ୍ଥ ସଭା ମଣ୍ଡପ ପର୍ଯ୍ୟନ୍ତ ବିଶାଳ ବାଇକ୍ ରାଲିରେ ପାଛୋଟି ନେଇଥିଲେ । ସେଠାରେ ଯାମଦା ବ୍ଳକ ସ୍ତରୀୟ ନିର୍ବାଚନ ପ୍ରସ୍ତୁତି ବୈଠକ ମୟୂରଭଞ୍ଜ ସଦର ବିଜେଡ଼ି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ବହୁ ସଂଖ୍ୟାରେ ଦଳୀୟ କର୍ମୀଙ୍କୁ,ମହିଳା,ଯୁବ, ଛାତ୍ର,କୃଷକ,ଶ୍ରମିକ, ବହୁ ଜନ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି ଉଭୟଙ୍କୁ ପୁଷ୍ପଗୁଚ୍ଛ ଓ ପୁଷ୍ପମାଲ୍ୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଥିରେ ମୟୂରଭଞ୍ଜ ସଦର ବିଜେଡି ଜିଲ୍ଲା ସଭାପତି କାଶୀନାଥ ହେମ୍ବ୍ରମ ସଭାପତିତ୍ବ କରି ନବୀନ ପଟ୍ଟନାୟକ ଜନ କଲ୍ୟାଣ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିବା ସହ ଆଗାମୀ ସାଧାରଣ ନିର୍ବାଚନରେ ଉଭୟ ପ୍ରାର୍ଥୀଙ୍କୁ ବିପୁଳ ପରିମାଣର ଭୋଟ ଦେଇ ଜୟଯୁକ୍ତ କରି ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇବା ପାଇଁ ନିବେଦନ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିକାଶଧାରାକୁ ସମଗ୍ର ମୟୂରଭଞ୍ଜ ଜିଲ୍ଲାରେଜାରି ରଖିବା ପାଇଁ ଉଭୟ ପ୍ରାର୍ଥୀ ପ୍ରତିଶ୍ରୁତି ଦେଇଥିଲେ । ସମସ୍ତ ନେତୃବୃନ୍ଦ,କର୍ମୀ,ଯୁବ, ଛାତ୍ର, ମହିଳା ଏକାଠି ହୋଇ କାମ କଲେ ବିଜୟ ସୁନିଶ୍ଚିତ ହେବ ବୋଲି କହିଥିଲେ ।ଉକ୍ତ କାର୍ଯ୍ୟକ୍ରମରେ ବ୍ଳକ ସଭାପତି ଡୁମୁକା ହେମ୍ବ୍ରମ ,ସଂଯୋଜକ ଦିବ୍ଯକାନ୍ତ ଖୁଣ୍ଟିଆ,ଯୁବ ବିଜେଡ଼ି ସଭାପତି ଅଭିଷେକ ପଟ୍ଟନାୟକ,ସଂଯୋଜକ ,ମହିଳା ସଭାନେତ୍ରୀ ତନୁଜା ମହାନ୍ତ,ଉପ ସଭାପତି ସୁବାସ ମଣ୍ଡଳ,ଉପ ସଭାପତି ସ୍ବରୂପ ବେହେରା,ସଂପାଦକ ଶ୍ଯାମ ଦାସ,ଜିଲ୍ଲା ପରିଷଦ ସଦସ୍ଯ ପୁର୍ଣ ମାର୍ଣ୍ଡୀ, ଜିଲ୍ଲା ପରିଷଦ ସଦସ୍ୟ ବାବୁଲା ଟୁଡୁ,ପ୍ରାକ୍ତନ ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ହୋ ସମାଜ ରାଜ୍ୟ ସଭାପତି ମଟକା ବିରୁଆ ଵରିଷ୍ଠ ନେତା ଦୁର୍ଗା ଚରଣ ହେମ୍ବ୍ରମ, ,ନିମାଇଁ ସରକାର ସୋରେନ,ବ୍ଳକ ଯୁବ ସଭାପତି ପ୍ରଭାସ ସର୍ଦ୍ଦାର, ଛାତ୍ର ସଭାପତି ଶିବ ବେହେରା ,, ମହିଳା ବ୍ଳକ ସଭାନେତ୍ରୀ ପାର୍ବତୀ ବିରୁଆ, କାର୍ଯ୍ୟକାରୀ ସଭାନେତ୍ରୀ ସାବିତ୍ରୀ ହେମ୍ବ୍ରମ,୧୬ ନମ୍ବର ଜୋନ ସଂଯୋଜକ ଏମ ଡି ଭୁଟୋ ,୧୬ ନମ୍ବର ଜୋନ କାର୍ଯ୍ୟକାରୀ ସଭାପତି ସମାୟ ମାରାଣ୍ଡି,୧୭ ନମ୍ବର ଜୋନ କାର୍ଯ୍ୟକାରୀ ସଭାପତି ହରିହର ଟୁଡୁ,ଜାମଦା ପଞ୍ଚାୟତ ସଭାପତି ବାଵୁଲା ବେହେରା,ତାରଣା ପଞ୍ଚାୟତ ସଭାପତି ସୁରେଶ ବେଶ୍ରା,ତେଣ୍ଡ୍ରା ପଞ୍ଚାୟତ ସଭାପତି ଶତ୍ରୁଘନ ଦଳାଇ,ହେସଡା ପଞ୍ଚାୟତ ସଭାପତି ଲକ୍ଷ୍ମଣ ସୋରେନ,ପାସନା ପଞ୍ଚାୟତ ସଭାପତି ଭାସ୍କର ମଣ୍ଡଳ,ଜାରକାଣି ପଞ୍ଚାୟତ ସଭାପତି ସାଇରାମ ସର୍ଦ୍ଦାର,ବଡକୁଲେଇବିରା ପଞ୍ଚାୟତ ସଭାପତି ସୁରଜ ମଣ୍ଡଳ,ମୋରଣ୍ଡା ପଞ୍ଚାୟତ ସଭାପତି ରାମ ମହାନ୍ତ,ଦୁନ୍ଦୁ ପଞ୍ଚାୟତ ସଭାପତି ଏମଡି ତହଵୀର ଏବଂ ସମସ୍ତ ପଞ୍ଚାୟତର ଦଳୀୟ ଯୁବ ଛାତ୍ର ମହିଳା ନେତୃବୃନ୍ଦ ଯୋଗଦେଇ କାର୍ଯ୍ୟକ୍ରମ ସଫଳ କରିଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଇନ୍ଦ୍ରାବତୀ ର ଅସ୍ତିତ୍ୱ ବଞ୍ଚାଇବା ପ୍ରୟାସ ରେ ଆଉ ଏକ ପାଦ : ଇନ୍ଦ୍ରାବତୀ ନାଗରିକ ମଞ୍ଚ ବିଧାୟକ ଙ୍କୁ ଦେଲେ ସ୍ମାରକପତ୍ର

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳକ ଵିଦ୍ଯାଳୟ ପରିସରରେ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ଜିଲ୍ଲା କର୍ମକର୍ତ୍ତା ଙ୍କ ଏକତା ମଞ୍ଚ 

Leave a Comment

error: Content is protected !!