ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ: ଏକ ସପ୍ତାହ ମଧ୍ୟରେ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): ଦୁଇଦିନିଆ କନ୍ଧମାଳ ଜିଲା ଗସ୍ତରେ ୫ -ଟି ସଚିବ ଭି.କେ.ପାଣ୍ଡିଆନ ଆସିଥିବା ବେଳେ ଦିତୀୟ ଦିନରେ ମଧ୍ୟାହ୍ନରେ ହେଲିକପ୍ଟର ଯୋଗେ ଦାରିଙ୍ଗବାଡ଼ି ହେଲିପ୍ୟାଡ଼ ପଡ଼ିଆଠାରେ ଓହ୍ଲାଇଥିଲେ। ସେଠାରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା। ସେହିପରି ସଚିବ ସମସ୍ତ ମହିଳା ସ୍ବୟଂ ସହାୟିକା ଗୋଷ୍ଠୀଙ୍କୁ ଭେଟି ଶହ ଶହ ଅଭିଯୋଗ ଗ୍ରହଣ କରିଥିଲେ। ମହିଳାମାନଙ୍କୁ ବିଜୁ ସ୍ବାସ୍ଥ୍ୟ ଯୋଜନା ସମ୍ପର୍କରେ ପ୍ରଶ୍ନ କରିବା ସହ ସ୍ବତନ୍ତ୍ର ଡ୍ରାଇଭ ଦ୍ୱାରା ଯେଉଁମାନେ ଏହି ସ୍ବାସ୍ଥ୍ୟ କାର୍ଡ ପାଇନାହାନ୍ତି ସେମାନଙ୍କୁ ୬ ମାସ ମଧ୍ୟରେ ଯୋଗାଇ ଦିଆଯିବ ବୋଲି କହିଥିଲେ। ସେହିପରି ସମସ୍ତ ମନ୍ଦିର, ଚର୍ଚ୍ଚ ଆଦି ମରାମତି, ପୁନରୁଦ୍ଧାର ପାଇଁ ହୋଇଥିବା ଅଭିଯୋଗର ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ଅନୁଦାନ ଘୋଷଣା କରିବେ ବୋଲି କହିଥିଲେ। ଦାରିଙ୍ଗବାଡ଼ିର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (୧ ଶହ ୧୩ କୋଟି) କେବଳ ଶୁଦ୍ଧ ପିଇବା ପାଣି ଘରେ ଘରେ ପହଞ୍ଚାଇବା ପାଇଁ ଅନୁଦାନ ପ୍ରଦାନ କରିଥିବା କହିଥିଲେ। ଉକ୍ତ ବ୍ଲକର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ରୂପାନ୍ତରୀକରଣ କରାଯିବ। ଏଥିପାଇଁ ୨ କୋଟି ୩୭ଲକ୍ଷ ଖର୍ଚ୍ଚ କରାଯିବ ବୋଲି କହିଥିଲେ। ସେହିପରି ଦାରିଙ୍ଗବାଡ଼ିରେ ବସ୍‌ଷ୍ଟାଣ୍ଡ ନିର୍ମାଣ ସହ ପାଟାବାନ୍ଧା, ମିଡିୟୁ ବାନ୍ଦା ଜଳ ପ୍ରପାତ, ହିଲଭିୟୁ ପାର୍କ ନିର୍ମାଣ, ପର୍ଯ୍ୟଟନକ୍ଷେତ୍ରର ବିକାଶ ପାଇଁ ପଦକ୍ଷେପ ନିଆଯିବ ବୋଲି କହିଥିଲେ। ଅଞ୍ଚଳରେ ମୁଖ୍ୟ ସମସ୍ୟା ବିଶେଷ କରି ବିଦ୍ୟୁତ ବିଭ୍ରାଟ ହେଉଥିବାରୁ ତୁରନ୍ତ ସିର୍ତ୍ତିଗୁଡ଼ା ଗ୍ରୀଡ୍‌ କାର୍ଯ୍ୟ ସମ୍ପୂର୍ଣ୍ଣ କରି କାର୍ଯ୍ୟକାରୀ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।vକାର୍ଯ୍ୟକ୍ରମରେ କନ୍ଧମାଳ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଅତିତିକ୍ତ ଜିଲାପାଳ ବସନ୍ତ ସାହୁ, ସ୍ଥାନୀୟ ବିଡିଓ ଗଦାଧର ପାତ୍ର, ତହସିଲଦାର ଡ. ଅଶୋକ କୁମାର ଦାସ, ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ମଧୁସୂଦନ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ୫-ଟି ସଚିବଙ୍କ ସହ ତତ୍କାଳ ବାଲିଗୁଡ଼ା ଉପଜିଲାପାଳ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଭିନିଲ କ୍ରିଷ୍ଣା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ଧର୍ମଗଡ ବ୍ଲକ ରେ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ସିକେରକୁପା ଓ ବିଜେପୁର ସେକ୍ସନରେ ମହାଦୁର୍ନୀତି ଅଭିଯୋଗ  ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ନିକଟରେ ଫେରାଦ ହେଲେ ଲୋକେ 

masiha

ଓଡ଼ିଆ ପକ୍ଷ ର ଚତୁର୍ଥ ଦିବସରେ ଓଡ଼ିଆ ରେ ନାମଫଳକ ପାଇଁ ସଚେତନତା ପଦଯାତ୍ରା ଅନୁଷ୍ଠିତ

masiha

Leave a Comment

error: Content is protected !!