ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଭିଳାଷ ଜି ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ପରିଷଦ ମୂଖ୍ୟ ଉନ୍ନୟନ ଅଧିକାରୀ ଏବଂ ନିର୍ବାହୀ ଅଧିକାରୀ ଶ୍ରୀ ସଚିନ ପାୱାର,ଉପ ଜିଲ୍ଲାପାଳ ଭବାନୀପାଟଣା ଡ ବିଶ୍ଵଜିତ ଦାସ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।

ଏହି ଜନ ଶୁଣାଣି ଶିବିରରେ ମୋଟ ୧୫୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୧୩୩ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୧୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୮ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଭବାନୀପାଟଣା ବ୍ଲକ ର ନୁପୁର ନାଏକ ୨୦୦୦ ଟଙ୍କା, ଜୁନାଗଡ ବ୍ଲକର ଅଶୋକ ବାରିକ ଙ୍କୁ ୫୦୦୦ ଟଙ୍କା, ଗୋଲାମୁଣ୍ଡା ବ୍ଲକ ର ମୃଦେଶ୍ୱରି ଶା ଙ୍କୁ ୫୦୦୦ ଟଙ୍କା ,କୋକସରା ବ୍ଲକ ର ଚତୁରୀ ବେଶ୍ରା ଙ୍କୁ ୫୦୦୦ ଟଙ୍କା,କେସିଙ୍ଗା ବ୍ଲକର ରାଜେନ୍ଦ୍ର ସାହୁଙ୍କୁ ୫୦୦୦ ଟଙ୍କା, କେଗାଁ ର ଅକ୍ଷୟ ଭୋଇ ଙ୍କୁ ୧୦,୦୦୦ ଟଙ୍କା ଏବଂ ରେଡକ୍ରସ୍ ତରଫରୁ ଭବାନୀପାଟଣା ବ୍ଲକ୍ ର ଉମାକାନ୍ତି ସୁନାନିଙ୍କୁ ୨୦୦୦ ଟଙ୍କା ବିଭିନ୍ନ ସାହାଯ୍ୟ ବାବଦରେ ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅବ୍ୟବସ୍ଥା ଘେରରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର

ମୌସୁମୀ ବିଳମ୍ବ,ମୁଣ୍ଡରେ ହାତ ଦେଲେଣି ଚାଷୀ 

Sunil Chandra Nayak

ରାଜନଗରରେ ଆମ୍ବେଦକର ଲୋହିଆ ବିଚାର ମଞ୍ଚ ପକ୍ଷରୁ “ସମ୍ବିଧାନ ଦିବସ” ପାଳିତ

masiha

Leave a Comment

error: Content is protected !!