ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ୟା ପ୍ରପୀଡ଼ିତ ପାଇକସିଦା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

ବନ୍ୟା ପ୍ରପୀଡ଼ିତ ପାଇକସିଦା ପଞ୍ଚାୟତରେ କଂଗ୍ରେସ ପକ୍ଷରୁ ରିଲିଫ୍ ସାମଗ୍ରୀ ବଣ୍ଟନ

ଜଳେଶ୍ଵର,୨୩/୮(ମନିସ)-ସମ୍ପ୍ରତି ବନ୍ୟାରେ ଜଳେଶ୍ୱର ବ୍ଲକର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଥିବାବେଳେ ପାଇକସିଦା ପଞ୍ଚାୟତର ବନ୍ୟା ପ୍ରପୀଡ଼ିତ ପରିବାରମାନଙ୍କ ସହ କଂଗ୍ରେସ ଦଳ ଠିଆ ହୋଇଛି । ଆଜି ପାଇକସିଦା ପଞ୍ଚାୟତର ବନ୍ୟା ପ୍ରଭାବିତ ଲୋକମାନଙ୍କୁ କଂଗ୍ରେସ ପକ୍ଷରୁ ଆବଶ୍ୟକୀୟ ରିଲିଫ୍ ସାମଗ୍ରୀ ବଣ୍ଟନ କରାଯାଇଛି।ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲେଶ୍ୱର ଲୋକସଭାର ସାଂସଦ ପ୍ରାର୍ଥୀ ନବ ଜ୍ୟୋତି ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ପୂର୍ବତନ ବ୍ଲକ କଂଗ୍ରେସ ସଭାପତି ରାଜୀବ ପରିଡ଼ାଙ୍କ ନେତୃତ୍ୱରେ ଏହି ରିଲିଫ୍ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବନ୍ୟା ଯୋଗୁଁ ଅନେକ ପରିବାରଙ୍କ ଜୀବନ ଦୁର୍ବିସହ ହୋଇ ପଡ଼ିଥିବା ବେଳେ ଏଭଳି ବିପଦ ସମୟରେ ଲୋକଙ୍କ ପାଖରେ ରହି ସେମାନଙ୍କ ଦୁଃଖରେ ସାମିଲ ହେବା କଂଗ୍ରେସର ଦାୟିତ୍ୱ ବୋଲି ନେତା ଓ କର୍ମୀମାନେ ପ୍ରକାଶ କରିଥିଲେ। ରାଜନୀତିରୁ ଊର୍ଦ୍ଧ୍ୱରେ ମାନବିକତା—ବିପଦ ସମୟରେ ଲୋକଙ୍କ ସହ ରହିବା ହିଁ ପ୍ରକୃତ ଜନସେବା ବୋଲି ସେମାନେ କହିଥିଲେ।ଏହି ଅବସରରେ ପୂର୍ବତନ ନଗର କଂଗ୍ରେସ ସଭାପତି ଗିରିଜା ଶଙ୍କର ଦାସ, ମନୋଜ ପରିଡ଼ା, ଜଗନ୍ନାଥ ରାଉଳ, ଅଙ୍କିତ କୁମାର ପରିଡ଼ା, ଅଜିତ୍ କୁମାର ସେଠୀ, ବୁଦ୍ଧିଆ ଦଳେଇ, ଜଗନ୍ନାଥ ଜେନା, ମନ୍ମଥ ଦଳେଇ, ଶିବ ପ୍ରଧାନ, ସୁରତ ନାୟକ, ବରେନ୍ଦ୍ର ବେହେରା, ପ୍ରଭାକର ପାଳ, ଦିବାକର ପାଳଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ବନ୍ୟା ପ୍ରପୀଡ଼ିତ ପରିବାରଙ୍କୁ ରିଲିଫ୍ ସାମଗ୍ରୀ ବଣ୍ଟନରେ ସହଯୋଗ କରିଥିଲେ।କଂଗ୍ରେସ ପକ୍ଷରୁ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ଉପରେ ନଜର ରଖିବା ସହ ଆବଶ୍ୟକ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସମ୍ଭବ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ଉପସ୍ଥିତ ନେତୃବୃନ୍ଦ ପ୍ରକାଶ କରିଛନ୍ତି।

“ବିପଦରେ ଲୋକଙ୍କ ସାଥୀ—କଂଗ୍ରେସ।”

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ପୋଢ଼ବଳି ସହ ଶେଷ ହେଲା ନିୟମରଜା ପରବ  ୧୧୨ ଆଦିବାସୀ ଗାଁରୁ ସାମିଲ ହେଲେ ଶହ ଶହ ଡଙ୍ଗରିଆ କନ୍ଧ ପରିବାର

masiha

ବିପଦ ସଙ୍କୁଳନ ରେ ତସୁ(କୁଣ୍ଡା)ଚାଲାଣ

masiha

ନୂଆପଡା ରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା , ଦେଶପ୍ରେମ ଧ୍ୱନି ରେ ସହର ମୁଖରିତ 

masiha

Leave a Comment

error: Content is protected !!