ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ନିର୍ବାଚନ ସମ୍ପନ୍ନ: ରାକେଶ କୁମାର ଗୁପ୍ତା ସଭାପତି ଓ ଲିଙ୍ଗରାଜ ମହାନ୍ତି ସମ୍ପାଦକ ନିର୍ବାଚିତ 

ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ ନିର୍ବାଚନ ସମ୍ପନ୍ନ: ରାକେଶ କୁମାର ଗୁପ୍ତା ସଭାପତି ଓ ଲିଙ୍ଗରାଜ ମହାନ୍ତି ସମ୍ପାଦକ ନିର୍ବାଚିତ 

ନବରଙ୍ଗପୁର: (୨୩ ଅଗଷ୍ଟ)(ରବି ନାରାୟଣ ମହାନ୍ତି): ନବରଙ୍ଗପୁର ଜିଲ୍ଲା ବ୍ୟାଡମିଣ୍ଟନ ସଂଘ (NDBA)ର ନୂତନ କର୍ମକର୍ତ୍ତା ନିର୍ବାଚନ ଆଜି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ୪ ବର୍ଷ ପାଇଁ ସର୍ବସମ୍ମତିକ୍ରମେ ନୂତନ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଛି। ଏଥିରେ ସଭାପତି ଭାବେ ରାକେଶ କୁମାର ଗୁପ୍ତା, ଉପସଭାପତି ଭାବେ ଅଶୋକ ସାହୁ, ସମ୍ପାଦକ ଭାବେ ଲିଙ୍ଗରାଜ ମହାନ୍ତି, ସହ-ସମ୍ପାଦକ ଭାବେ ଚନ୍ଦନ ମହାରଣା ଓ ବ୍ୟାସଦେବ ବେହେରା ଏବଂ କୋଷାଧ୍ୟକ୍ଷ ଭାବେ ଉମାକାନ୍ତ ରାଉଳ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହୋଇଛନ୍ତି।ଏହା ସହିତ ରବି ନାରାୟଣ ବେହେରା, ଟି. ଶ୍ରୀପତି ଓ ଧର୍ମେନ୍ଦ୍ର ସିଂହ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ଏବଂ ଉମାକାନ୍ତ ଷୋଡ଼ଙ୍ଗୀ ପରାମର୍ଶଦାତା ଭାବେ ମନୋନୀତ ହୋଇଛନ୍ତି।ଅଧିବକ୍ତା ସୋମରେଶ ଗନ୍ତାୟତ ନିର୍ବାଚନ ଅଧିକାରୀ ଭାବେ ସମଗ୍ର ନିର୍ବାଚନ ପ୍ରକ୍ରିୟା ପରିଚାଳନା କରିଥିଲେ। ଓଡ଼ିଶା ରାଜ୍ୟ ବ୍ୟାଡମିଣ୍ଟନ ସଂଘ(OSBA)ର ରାଜ୍ୟ ସହ ସମ୍ପାଦକ ଶୈଳେନ୍ଦ୍ର ଚୌଧୁରୀ ପର୍ଯ୍ୟବେକ୍ଷକ ଭାବେ ଯୋଗ ଦେଇଥିବା ବେଳେ ଆଇଟିଡିଏ (ITDA)ର ପିଏ ରାଜୀବ ସାହୁ ଏବଂ ଭାରପ୍ରାପ୍ତ ଜିଲ୍ଲା କ୍ରୀଡ଼ା ଅଧିକାରୀ ଶୋଭନ ପଟ୍ଟନାୟକ ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଉପସ୍ଥିତ ରହି ନବନିର୍ବାଚିତ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।ଏହି ସାଧାରଣ ବୈଠକରେ ଜିଲ୍ଲାର କୋଣଅନୁକୋଣରୁ ଏସ୍. ଜଗଦୀଶ କୁମାର, ଅଜୟ କୁମାର ନାୟକ, ଚକ୍ରଧର ପଣ୍ଡା, ଏସ୍. ପ୍ରହଲ୍ଲାଦ, ବିଶ୍ୱନାଥ ସିଂହ, ସୁରଜ ମହାରଣା ଓ ଅତୁଲ ଅଗ୍ରୱାଲ, ମୁରଲୀ ଭୁଷଣ, ପ୍ରବୀଣ ପଟନାୟକ, ଶି୍ଧେଶ୍ୱର ବେହେରା ଙ୍କ ସମେତ ବହୁ କ୍ରୀଡ଼ାପ୍ରେମୀ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଗୁଡାହାଣ୍ଡି ମଞ୍ଚରେ କୋକସରା ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ

Sunil Chandra Nayak

ଜମି ମରାମତି ନାରେ ଖାଇଗଲେ ଟଙ୍କା ! ଜମି ମାଲିକଙ୍କ ଅଭିଯୋଗ

ଖୁର୍ସେଲଗୁଡା ଗ୍ରାମ୍ୟ ଜଙ୍ଗଲ ରେ ନିଆଁ,  ନିଆଁ ଲିଭାଇଲେ ଅଗ୍ନିଶମ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!