ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭିନ୍ନକ୍ଷମଙ୍କୁ ଦିଆଯାଇଥିବା ଟ୍ରାଇ ସାଇକେଲ, ଜୋର କରି ଛାଡେଇନେଲେ ସୁରକ୍ଷା ଅଧିକାରୀ 

ଜଗତସିଂହପୁର :-08/03/23:– ସରକାରଙ୍କ ସ୍ୱତନ୍ତ୍ର ଯୋଜନା କାର୍ଯ୍ୟକାରୀ ହେଉଛି ଭିନ୍ନକ୍ଷମ ମାନଙ୍କ ପାଇଁ ! ଲକ୍ଷାଧିକ ଟଙ୍କା ଖର୍ଚ କରାଯାଇ ଭିନ୍ନକ୍ଷମ ଚି଼ହ୍ନଟ ଶିବିର ମାନ ଆୟୋଜନ ହେଉଛି ! ବାସ୍ତବ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯାଇ ସ୍ୱାବଲମ୍ବୀ କରାଯିବାର ଯୋଜନା ମଧ୍ୟ ରହିଛି ! ଏଥିପାଇଁ ଜଗତସିଂହପୁର ଜ଼ିଲ୍ଲାରେ କାର୍ଯ୍ୟକରୁଛି ସାମାଜିକ ସୁରକ୍ଷା ବିଭାଗ | କିନ୍ତୁ ଅତି ଦୁଃଖ ଓ ପରିତାପର ବିଷୟ ଏହି ଯେ,ଜ଼ିଲ୍ଲା ସାମାଜିକ ଅଧିକାରୀ ଭାବେ ସୁନୀଲ କୁମାର ନାୟକଙ୍କ ଭିନ୍ନକ୍ଷମ ମାନଙ୍କ ପ୍ରତି ହୀନମାନ୍ୟତା, ଅମାନବୀୟ କାର୍ଯ୍ୟକଳାପ ଏବଂ ହିଂସ୍ର ସ୍ଵଭାଵ ଲୁଚି ରହିନାହିଁ | ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି ||ଖବର ଅନୁସାରେ ଗତ ଫେବୃଆରୀ ଚବିଶି ତାରିଖ ଦିନ ଜଗତସିଂହପୁର ବ୍ଲକ ଓଡିଶୋ ଗ୍ରାମର ଷାଠିଏ ପ୍ରତିଶତ ଭିନ୍ନକ୍ଷମ ଥିବା ଅରକ୍ଷିତ ଚାନ୍ଦ ନାମକ ଜଣେ ଭିନ୍ନକ୍ଷମ ଙ୍କୁ,ଜ଼ିଲ୍ଲା ର ଅଗ୍ରଣୀ ସ୍ଵେଛାସେବୀ ସଂଗଠନ ର ସୁପାରିଶ କ୍ରମେ,ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଏକ ଟ୍ରାଇ ସାଇକେଲ ପ୍ରଦାନ କରିଥିଲେ। ଅରକ୍ଷିତ ଅତ୍ୟନ୍ତ ଆନନ୍ଦିତ ହୋଇ ଦୈନ ଦିନ ଟ୍ରାଇ ସାଇକେଲ ଜରିଆରେ ବିଭିନ୍ନ ଗନ୍ତବ୍ୟ ସ୍ଥଳକୁ ଯାତାୟତ କରିବା ସହିତ ଭୁଲି ଯାଇଥିଲେ ଯେ ସେ ଜଣେ ଭିନ୍ନକ୍ଷମ ବୋଲି | କେତେକ ହୀନମନ୍ତ୍ରଣାକାରୀ ହିର୍ଷା ପରାୟଣ ବ୍ୟକ୍ତି ଙ୍କ ପ୍ରରୋଚନାରେ ପ୍ରଭାବିତ ହୋଇ,ଜ଼ିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକ ଚତୁରତାର ସହିତ ମାର୍ଚ୍ଚ ଚାରି ତାରିଖ ଅପରାହ୍ନ ରେ, ଅରକ୍ଷିତ ଙ୍କୁ ନିଜ କାର୍ଯ୍ୟାଳୟ କୁ ଛଳନା ପୂର୍ବକ ଡାକି ଜୋରଜବରଦସ୍ତ ଟ୍ରାଇ ସାଇକେଲ କୁ ଛଡାଇ ନେଇ ଯାଇଥିଲେ | ଅଧିକାରୀ ଙ୍କ ଦାଦାଗିରି କୁ ମୁଣ୍ଡ ପାତି ସହିନେଇ ଅନେକ ଗୁହାରି ମଧ୍ୟ୍ୟ କରିଥିଲେ ଅରକ୍ଷିତ |ହେଲେ ନିଷ୍ତୁର ଅଧିକାରୀ ଅରକ୍ଷିତ ଙ୍କ ଗୁହାରିକୁ କର୍ଣ୍ଣପାତ କରିନଥିଲେ | ଶେଷରେ ଅରକ୍ଷିତ ଭାଗ୍ୟ କୁ ଆଦରି ଲୁହ ଛଳ ଛଳ ଆଖିରେ ଛୋଟେଇ ଛୋଟେଇ ଘରକୁ ପ୍ରତ୍ୟାବର୍ତନ କରିଥିଲେ | ଅତି ଦୁଃଖଦ ଓ ସମ୍ବେଦନଶୀଳ ବିଷୟ ବିରୁଦ୍ଧରେ, ସଂକୀର୍ଣ୍ଣମନା ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଅନେକ ସାମାଜିକ ଅନୁଷ୍ଠାନ ! ଭିନ୍ନକ୍ଷମ ଅରକ୍ଷିତ ଙ୍କ ପ୍ରତି ଜ଼ିଲ୍ଲା ସାମାଜିକ ଅଧିକାରୀ ଙ୍କ ଦାଦାଗିରି ସମ୍ପର୍କରେ ଆରକ୍ଷିତ ଲିଖିତ ଭାବେ ଜ଼ିଲ୍ଲାପାଳ ଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି |ଦେଖିବାକୁ ବାକି ରହିଲା, ଜିଲ୍ଲାପାଳ ମହୋଦୟା କରୁଛନ୍ତି କଣ ???

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

କ୍ବାଲିଟି ସର୍କଲ ଫୋରମ ଅଫ ଇଣ୍ଡିଆ ର ଦ୍ବଦିବସୀୟ କାର୍ଯ୍ୟକ୍ରମ ଆସନ୍ତା ୨୩ରୁ….

masiha

ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ 5T ସ୍କୁଲ ପରିଦର୍ଶନ

Sunil Chandra Nayak

ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ସମାରୋହ

Sunil Chandra Nayak

Leave a Comment

error: Content is protected !!