ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ଦୃଷ୍ଟିହୀନ ଙ୍କର ବଞ୍ଚିବାର କଣ ଅଧିକାର ନାହିଁ?

ନାଉଗାଁ :- 25/01/23 / ଦୀର୍ଘ ଦିନ ଧରି ଶାସନ କରୁଥିବା ଶାସକଦଳ ମାଳ ମାଳ ଯୋଜନା କାର୍ଯ୍ୟକାରୀ କରୁଥିଲେ ବି ଏବେ ସୁଦ୍ଧା ଅନେକ ଯୋଜନାରୁ ବଞ୍ଚିତ ରହିଛନ୍ତି ବହୁତ ଅସହାୟ, ନିରାଶ୍ରୟ, ରୋଜଗାର ଶୂନ୍ୟ ମଣିଷ ! ଏଇ ଯେମିତି ଜଗତସିଂହପୁର ଜିଲ୍ଳାର ନାଉଗାଁ ବ୍ଲକ ଅଧୀନ ଅଲଣା ପଞ୍ଚାୟତର ଅରଖପାରି ଗ୍ରାମର ରାଜେନ୍ଦ୍ର ବେହେରା, ବୟସ ମାତ୍ର 45 ବର୍ଷ ଛୋଟ ବେଳୁ ଆଖିର ଜ୍ୟୋତି କମ ଥିବାରୁ ଧୀରେ ଧୀରେ ସମ୍ପୂର୍ଣ୍ଣ ଦୃଷ୍ଟିହୀନ ହୋଇଗଲେ ! ବାପା ମାଆ ଆରପୂରକୁ ଚାଲିଯିବା ପରେ, ଭାଇ ଭାଉଜଙ୍କ ପାଖରେ ପଡିରହିଛନ୍ତି ! କେବେ କେବେ ଘରେ ଖାଆନ୍ତି ତ କେବେ ବେଲବଣ ଆଶ୍ରମରେ ଖାଆନ୍ତି ! ତାଙ୍କ ନାମରେ ଆଧାରକାର୍ଡ଼ ନାହିଁ କି ରାସନ ଦୋକାନୀ ରାସନ ଦେବାକୁ ଅଯୋଗ୍ୟ ଭାବୁଛନ୍ତି ! ମୁଣ୍ଡ ଗୁଞ୍ଜିବାକୁ ବଖରାଏ ଆବାସ ଘରଟିଏ ବି ନାହିଁ ! ସରକାରୀ ଯୋଜନାରେ କୌଣସି ବି ସହାୟତା ମିଳିପାରିନି ରାଜେନ୍ଦ୍ରକୁ ! ସେଇ ଗ୍ରାମର ଆଶାଲତା ସାହୁ, ବୟସ ପାଖାପାଖି 60 ବର୍ଷ ହେବ ! ସେ ଜଣେ ଗରିବ ଅସହାୟ ଭିନ୍ନକ୍ଷମ ମହିଳା !ତାଙ୍କ ପାଇଁ ବି ଆବାସ ଘରଟିଏ ମିଳିନାହିଁ ! ଏଇ ଦୁଇଜଣଙ୍କର ବୋଧହୁଏ ସମାଜରେ ବଞ୍ଚିବାର ଅଧିକାର ନାହିଁ ! ସେଇଥିପାଇଁ ବଡ ଲୋକଙ୍କ ଠାରୁ ଲାଞ୍ଚ ନେଇ ଆବାସ ଘର ଦେଉଥିବା ବେଳେ ଏଇ ଦୁଇଜଣଙ୍କ କଥା ପଚାରେ କିଏ ? ଅତି ଦୟନୀୟ ଅବସ୍ଥାରେ କାଳ ଅତିବାହିତ କରୁଥିବା ଏଇ ଦୁଇ ଅସହାୟଙ୍କ ପାଖରେ ପହଂଚିଥିଲେ, ଅଗ୍ରଣୀ ସ୍ଵେଛାସେବୀ ଅନୁଷ୍ଠାନ ଆଶୀର୍ବାଦ ସଂଗଠନର ସଭାପତି ଜଗନ୍ନାଥ ବେହେରା, ସକ୍ରିୟ ସଭ୍ୟ ହିମାଂଶୁ ଶେଖର ଆଚାର୍ଯ୍ୟ, ଦୈତାରୀ ଭୋଇ,ଶ୍ରୁତକିର୍ତ୍ତୀ ମିଶ୍ର, ପ୍ରଦୀପ ଦାସ,କୁନିଲତା ଦାସ,ସୌମ୍ୟକାନ୍ତ ଦାସ ! ସହାୟତାର ହାତ ବଢେଇବା ସହିତ ସମସ୍ତ ସାମାଜିକ ଅନୁଷ୍ଠାନ ଗୁଡିକୁ ସହାୟତା ନିମନ୍ତେ ନିବେଦନ କରିଥିଲେ ! ସରକାର ଯୋଉଠି ଗଭୀର ନିଦ୍ରାରେ ଶୋଇଯାଇଛି, ସେଇଠି ସାମାଜିକ ଅନୁଷ୍ଠାନ କିଂଚିତ ସହାୟତାରେ ଅସହାୟ ମଣିଷଙ୍କ ପାଇଁ ଆଶାର ଆଲୋକ ପାଲଟି ଯାଉଛନ୍ତି !

ଜଗତସିଂହପୁରରୁ ଭାଗବତ ପ୍ରସାଦଙ୍କ ରିପୋର୍ଟ ମସୀହା ନ୍ୟୁଜ ଓଡିଶା !

Related posts

ମୋଟରସାଇକେଲ ଦୁର୍ଘଟଣା ଜଣେ ଗୁରୁତ୍ତର, ଜଣେ ଆହତ 

masiha

ସରକାର ଙ୍କ ଉପରେ ତାତିଲେ : ବାଣପୁର ବ୍ଲକ ଶାଖା ଡ୍ରାଇଭର ମହାସଙ୍ଘ

Sunil Chandra Nayak

୨୦୨୪ ବର୍ଷ ପାଇଁ କବି ଡ. ପ୍ରୀତିଧାରା ସାମଲ ଓ ୨୦୨୫ ବର୍ଷ ପାଇଁ କଥାକାର ଡ. ନୃପରାଜ ସାହୁ

Sunil Chandra Nayak

Leave a Comment

error: Content is protected !!