ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜନପ୍ରତିନିଧିଙ୍କ ଇଛା ଶକ୍ତିର ଅଭାବ, ବିକାଶରୁ ବଞ୍ଚିତ ବିଭିନ୍ନ ଅଞ୍ଚଳ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ମିଳୁନି ଗୁରୁତ୍ୱ, ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ,

ଜନପ୍ରତିନିଧିଙ୍କ ଇଛା ଶକ୍ତିର ଅଭାବ, ବିକାଶରୁ ବଞ୍ଚିତ ବିଭିନ୍ନ ଅଞ୍ଚଳ

ଲୋକଙ୍କ ଆଶା ଓ ଆକାଂକ୍ଷାକୁ ମିଳୁନି ଗୁରୁତ୍ୱ, ମୌଳିକ ସୁବିଧାରୁ ବଞ୍ଚିତ ଉପାନ୍ତ ଅଞ୍ଚଳବାସୀ,

 ଥୁଆମୂଳ ରାମପୁର:୨୩/୧୧ – (ମନିସ) :- ସ୍ଥାନୀୟ ଅଞ୍ଚଳର ବିକାଶ ଦାୟିତ୍ୱ ଜନପ୍ରତିନିଧିଙ୍କ କାନ୍ଧରେ ନ୍ଯସ୍ତ ଥିବାବେଳେ ସେମାନଙ୍କ ଆନ୍ତରିକ ଇଛାଶକ୍ତି, ଦୂରଦୃଷ୍ଟି ଓ ଦୃଢ ପଦକ୍ଷେପର ଘୋର ଅଭାବ ଯୋଗୁଁ ଅନେକ ଅଞ୍ଚଳରେ ବିକାଶ ଆଜି ବାଟବଣା ହୋଇପଡିଛି। ନିର୍ବାଚନ ସମୟରେ ବିଭିନ୍ନ ପ୍ରତିଶ୍ରୁତି ଦେଇ ଜନସମର୍ଥନ କରୁଥିବା ନେତାମାନେ ନିର୍ବାଚନ ପରେ ଅଞ୍ଚଳର ମୌଳିକ ସମସ୍ୟା ପ୍ରତି ଆବଶ୍ୟକ ଧ୍ଯାନ ଦେଉନଥିବା ଯୋଗୁଁ ଅଞ୍ଚଳର ବିକାଶ ହୋଇପାରୁନାହିଁ ବୋଲି ଲୋକମାନେ କହୁଛନ୍ତି। ଆଜି ମଧ୍ୟ ଗ୍ରାମାଞ୍ଚଳରେ ରାସ୍ତାଘାଟ ଦୂରାବସ୍ଥା, ପାନୀୟ ଜଳ ସମସ୍ୟା, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଅବସ୍ଥା ଭଳି ଅନେକ ସମସ୍ୟା ଦୀର୍ଘଦିନ ଧରି ଲାଗିରହିଛି। ଅନେକ ଯୋଜନା କାଗଜପତ୍ରରେ ସୀମିତ ରହୁଥିବା ବେଳେ ଆରମ୍ଭ ହୋଇଥିବା କିଛି କାର୍ଯ୍ୟ ଅଧାପନ୍ତରିଆ ପଡିରହୁଛି। ଜନସାଧାରଣଙ୍କ ଅଭିଯୋଗ ଓ ଦାବିକୁ ଗୁରୁତ୍ୱ ଦେଇ ସମ୍ପୃକ୍ତ ବିଭାଗ ସହ ସମନ୍ୱୟ ରକ୍ଷା କରିବା, ଉନ୍ନୟନ ମୂଳକ କାର୍ଯ୍ୟର ନିୟମିତ ସମୀକ୍ଷା କରିବା ଏବଂ ଆବଶ୍ୟକ ପାଣ୍ଠି ଯୋଗାଡ କରିବା ଜନପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ। କିନ୍ତୁ ଏଦିଗରେ ଆବଶ୍ୟକ ତତ୍ପରତା ନଥିଲେ ବିକାଶ କେବଳ ପ୍ରଚାର ଓ ପ୍ରତିଶ୍ରୁତିରେ ସୀମିତ ରହିଯିବ। ଏଭଳି ଉଦାହରଣ ପାଲଟିଛି କଳାହାଣ୍ଡି ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଥୁଆମୂଳ ରାମପୁର ବ୍ଳକ। ୨୪ ଗୋଟି ଗ୍ରାମପଞ୍ଚାୟତକୁ ନେଇ ଗଠିତ ଆଦିବାସୀ ବହୁଳ ଓ ଅନୁନ୍ନତ ଅଞ୍ଚଳ ଭାବରେ ପରିଚିତ ଥିବା ଏହି ବ୍ଳକ ପାଇଁ ସରକାରଙ୍କ ଅଜସ୍ର ଟଙ୍କାର ଯୋଜନା ଏହି ବ୍ଳକକୁ ଆସୁଛି ଆସିଲେ କଣ ହେବ ଯୋଜନା ବାଟବଣା ହୋଇଯାଉଛି। ଜନପ୍ରତିନିଧି ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଯୋଜନା ଯୋଜନ ଯୋଜନ ଦୂରକୁ ଚାଲିଯାଉଛି। ସେହିଭଳି କୌଣସି ଆଖିଦୃଶିଆ ବିକାଶ ହୋଇପାରୁନାହିଁ। ସମସ୍ୟା ହିଁ ସମସ୍ୟା ମଧ୍ୟରେ ଉବୁଟୁବୁ ହୋଗଚାଲି ଏହି ବ୍ଳକ। ଯେଉଁ ଅଞ୍ଚଳରେ ଦେଶ ସ୍ବାଧୀନତାର ୮୦ ବର୍ଷରେ ପଦାର୍ପଣ କରିଥିଲେ ମଧ୍ୟ ଲୋକମାନେ ରାସ୍ତାଘାଟ, ସ୍ବାସ୍ଥ୍ୟ, ଶିକ୍ଷା, ପାନୀୟ ଜଳ, ନେଟୱର୍କ ଭଳି ବିଭିନ୍ନ ସମସ୍ୟା ମଧ୍ୟରେ ରହିଛି ଥୁଆମୂଳ ରାମପୁର ବ୍ଳକ। ଏବେ ପ୍ରଶ୍ଳ ଉଠୁଛି, ଯେଉଁ ଅଞ୍ଚଳର ଜନସାଧାରଣ ନିଜର ଅମୁଲ୍ୟ ଭୋଟ ଦେଗ ପ୍ରତିନିଧି ନିର୍ବାଚିତ କରୁଛନ୍ତି, ସେହି ଅଞ୍ଚଳର ବିକାଶ ପାଇଁ ଯଦି ଆବଶ୍ୟକ ଉଦ୍ୟମ ହେଉନାହିଁ। ତେବେ ଜନପ୍ରତିନିଧିଙ୍କ ଉତ୍ତର ଦାୟିତ୍ବ କେଉଁଠି ବୋଲି ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି। ତେବେ ବିକାଶ କେବଳ ଭାଷଣ, ଫଳକ ଓ ଶିଳାନ୍ୟାସରେ ସୀମିତ ନରହି ବାସ୍ତବରେ ଲୋକଙ୍କ ପାଖରେ ପହଞ୍ଚିବା ଆବଶ୍ୟକ। ନଚେତ ଜନସାଧାରଣଙ୍କ ମନରେ ଜନପ୍ରତିନିଧିଙ୍କ ପ୍ରତି ଥିବା ବିଶ୍ବାସ ଧିରେ ଧିର ହ୍ରାସ ପାଇଯାଉଛି ବୋଲି ଜନସାଧାରଣ କହୁଛନ୍ତି।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ଆଜି ଉତ୍କଳ ଦିବସ ଅବସରରେ ବରପୁତ୍ରମାନଙ୍କୁ ମାଲ୍ୟାର୍ପଣ

Sunil Chandra Nayak

ନବରଙ୍ଗପୁର ଆଇନଜୀବୀ ସଂଘ ନିର୍ଵାଚନ: ସନ୍ତୋଷ ମିଶ୍ର ସଭାପତି, ତପନ କୁମାର ସିଂ ସମ୍ପାଦକ 

ମହାମହିମ ରାଷ୍ଟ୍ରପତିଙ୍କ ହାତରୁ ରାୟଗଡ ଜିଲ୍ଲାପାଳ ଗ୍ରହଣ କଲେ ଭୂମି ସମ୍ମାନ

Sunil Chandra Nayak

Leave a Comment

error: Content is protected !!