ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ା ଜିଲ୍ଲାପାଳଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ, ଗୁଣବତ୍ତା ବଜାୟ ରଖିବାକୁ ଗୁରୁତ୍ୱାରୋପ

ନୂଆପଡ଼ା ଜିଲ୍ଲାପାଳଙ୍କ ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ, ଗୁଣବତ୍ତା ବଜାୟ ରଖିବାକୁ ଗୁରୁତ୍ୱାରୋପ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ଅନ୍ୟା ଦାସ ଆଜି କୋମନା ବ୍ଲକ ଅନ୍ତର୍ଗତ ଶିବମନ୍ଦିର ପଡ଼ାସ୍ଥିତ ମହାଲକ୍ଷ୍ମୀ ମହିଳା ସମିତିର ଛତୁଆ ପ୍ରସ୍ତୁତି କେନ୍ଦ୍ର ପରିଦର୍ଶନ କରି ଏହାର କାର୍ଯ୍ୟପ୍ରଣାଳୀ ଓ ପ୍ରସ୍ତୁତି ପ୍ରକ୍ରିୟା ସମ୍ପର୍କରେ ଅନୁଧ୍ୟାନ କରିଥିଲେ।

ପରିଦର୍ଶନ ସମୟରେ କୋମନା ବ୍ଲକ ଅଧ୍ୟକ୍ଷା ଅନୁସୂୟା କୁମ୍ଭାର, ଉପଜିଲ୍ଲାପାଳ ସୁର୍ମି ସୋରେନ, କୋମନା ବିଡିଓ ପବିତ୍ର କୁମାର ସାମଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ପ୍ରେମଲତା ସେଠୀ ଏବଂ ସିଡିପିଓଙ୍କ ସମେତ ସମ୍ପୃକ୍ତ କ୍ଷେତ୍ର ପରିଦର୍ଶିକା ଓ ସ୍ୱୟଂ ସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ଉପସ୍ଥିତ ଥିଲେ।ଜିଲ୍ଲାପାଳ ଛତୁଆ ପ୍ରସ୍ତୁତି ପାଇଁ ବ୍ୟବହୃତ କଞ୍ଚାମାଲର ମାନ, ମିଶ୍ରଣ ପ୍ରକ୍ରିୟା, ପ୍ୟାକିଂ ଓ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ପଚାରି ବୁଝିବା ସହ ଏହାର ଗୁଣବତ୍ତା ଯାଞ୍ଚ କରିଥିଲେ। ସରକାରଙ୍କ ନିର୍ଦ୍ଧାରିତ ମାନଦଣ୍ଡ ଓ ନିର୍ଦ୍ଦେଶାବଳୀ ଅନୁଯାୟୀ ଛତୁଆର ଗୁଣବତ୍ତା ବଜାୟ ରଖିବା, ପ୍ରସ୍ତୁତି ସମୟରେ ପରିଚ୍ଛନ୍ନତା ଓ ସ୍ୱାସ୍ଥ୍ୟକର ପରିବେଶ ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ। ହିତାଧିକାରୀଙ୍କୁ ନିର୍ଦ୍ଧାରିତ ମାନର ପୁଷ୍ଟିକର ଛତୁଆ ଠିକ୍ ସମୟରେ ଯୋଗାଇଦେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ।ସମିତି ପକ୍ଷରୁ ପ୍ରତି ମାସ ୨୩ ତାରିଖରେ ସମ୍ପୃକ୍ତ ସେକ୍ଟର ସୁପରଭାଇଜରଙ୍କ ଉପସ୍ଥିତିରେ ଛତୁଆ ମିଶ୍ରଣ କରାଯାଉଥିବା ସୂଚନା ଦିଆଯାଇଥିଲା। ଏଥିସହ ନିର୍ଦ୍ଧାରିତ ସମୟସାରଣୀ ଅନୁଯାୟୀ କଞ୍ଚାମାଲ ପ୍ରକ୍ରିୟାକରଣ, ଛତୁଆ ପ୍ରସ୍ତୁତି, ପ୍ୟାକିଂ ଓ ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଉଥିବା ସମ୍ପର୍କରେ ସମିତିର ସଦସ୍ୟାମାନେ ଅବଗତ କରାଇଥିଲେ।ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ୱାରା ଛତୁଆ ପ୍ରସ୍ତୁତି ଓ ଯୋଗାଣ କାର୍ଯ୍ୟ କେବଳ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗାଇବାରେ ସହାୟକ ହେଉନାହିଁ, ବରଂ ମହିଳାମାନଙ୍କ ଆର୍ଥିକ ସ୍ୱାବଲମ୍ବନ ଓ ସଶକ୍ତିକରଣରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଛି।

Related posts

ରାଇହରି-ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ମରଣଯନ୍ତା ! କାଦୁଅ ପଚ୍ ପଚ୍ କଂକ୍ରିଟ ରାସ୍ତା ନିର୍ମାଣ ଦାବି

Sunil Chandra Nayak

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

କଳାହାଣ୍ଡିର ବିରଜା ପ୍ରସାଦ ପଣ୍ଡାଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଓ ‘ଭାରତ ଗୌରବ ସମ୍ମାନ’

Sunil Chandra Nayak

Leave a Comment

error: Content is protected !!