ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇହରି-ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ମରଣଯନ୍ତା ! କାଦୁଅ ପଚ୍ ପଚ୍ କଂକ୍ରିଟ ରାସ୍ତା ନିର୍ମାଣ ଦାବି

ରାଇହରି-ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ମରଣଯନ୍ତା ! କାଦୁଅ ପଚ୍ ପଚ୍ କଂକ୍ରିଟ ରାସ୍ତା ନିର୍ମାଣ ଦାବି

ମୟୂରଭଂଜ – ୧୯/୦୮ — ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକ ଅଧିନ ରାଇହରି ପଞ୍ଚାୟତର ରାଇହରି ଠାରୁ ଜାମୁଡ଼ାଳି ଗାଁ ରାସ୍ତା ବର୍ଷାଦିନେ ଢେ଼ାଲ ତ ଖରାଦିନେ ଖାଲ ଢିପ । ଏହି ରାସ୍ତାର ଶୋଚନୀୟ ଅବସ୍ଥା ସମ୍ପର୍କରେ ବାରମ୍ବାର ଗଣମାଧ୍ୟମରେ ପ୍ରକାଶିତ ହୋଇଆସୁଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ପ୍ରଶାସନର ଦୃଷ୍ଟି ପଡ଼ିନାହିଁ | ସୂଚନାଯୋଗ୍ୟ ଯେ ରାଇହରି -ଜାମୁଡ଼ାଳି ଗ୍ରାମ୍ୟ ରାସ୍ତା ଦୀର୍ଘ ବର୍ଷ ହେଲା ଖାଲଖମାଲ ହୋଇ ପଡିରହିଛି | ଗ୍ରାମବାସୀ ପଞ୍ଚାୟତ ଏବଂ ବ୍ଲକ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଆସୁଥିଲେ ମଧ୍ୟ କିଛି କାମ ହେଉନ ଥିବା ଯୋଗୁଁ ଅଂଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ପ୍ରତିଶ୍ରୁତି ଓ କଥା କୁହା ଜନପ୍ରତିନିଧି ଙ୍କ ଵାକ୍ଯବାଣ ସବୁ ପାଣିରେ ଗାର ।

 ରାଇହରି ଗ୍ରାମପଞ୍ଚାୟତ କାର୍ଯ୍ୟାଳୟକୁ ଯିବା ଆସିବା ପାଇଁ ପନ୍ଦର ବର୍ଷ ତଳେ ରାଇହରି ଓ ଜାମୁଡାଳିର କିଛି ଲୋକେ ନିଜସ୍ୱ ମାଲିକାନାରେ ଥିବା ଜମି ଦାନ କରି ଏହି ଦୁଇ କିଲୋମିଟର ବିଶିଷ୍ଟ ରାସ୍ତା ନିର୍ମାଣ କରିଥିଲେ | କିନ୍ତୁ ପରିତାପର ବିଷୟ ସେହି ଦିନଠାରୁ ଏପର୍ଯ୍ୟନ୍ତ ସରକାରୀ ଭାବେ ରାସ୍ତାର ଉନ୍ନତିକରଣ ପାଇଁ କୌଣସି ଅର୍ଥରାଶି ବ୍ୟୟବରାଦ ହୋଇନାହିଁ | କେବଳ ନାଳ ଉପରେ ପୋଲ ଏବଂ ପୋଲର ଉଭୟ ପାର୍ଶ୍ୱରେ ପଚାଶ ମିଟର ବିଶିଷ୍ଟ ନିମ୍ନମାନର କଂକ୍ରିଟ ରାସ୍ତା ବ୍ୟତୀତ ଆଉ କୌଣସି କାମ ହୋଇନାହିଁ | ଫଳରେ ରାସନ ସାମଗ୍ରୀ ଆଣିବା ପାଇଁ,ସ୍କୁଲ ,ଡାକ୍ତରଖାନା,ବ୍ଳକ କାର୍ଯ୍ଯାଳୟ ,ବ୍ଯାଙ୍କ,ଲ୍ଯାମ୍ପକୁ ଯିବା କଷ୍ଟକର‌ହୋଇପଡିଛି ।ଏହି ରାସ୍ତା ଦେଇ ୩/୪ ଟି ପଞ୍ଚାୟତର ଲୋକେ ନିର୍ଭର କରିଥାନ୍ତି । ତେଣୁ ଖୁବଶୀଘ୍ର ଏହି ରାସ୍ତାକୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ଦାବି ପୂରଣ ନ ହେଲେ ସଡ଼କରେ ପରିଣତ ନକଲେ ଅଂଚଳବାସୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଆସିକା ଉପ କାରାଗାରରେ ବିଶ୍ଵ ତମ୍ବାଖୁ ବର୍ଜନ ଦିବସ ପାଳିତ

ଜାମଦା ଡିଗ୍ରୀ ମହାବିଦ୍ୟାଳୟରେ ସ୍ବଛତା ହିଁ ସେବା କାର୍ଯ୍ୟକ୍ରମ

masiha

ବ୍ରଜରାଜ ସିଂହ ଦେବଙ୍କ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!