ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

ମୟୂରଭଂଜ – ୧୯/୦୮ — ରାଜସ୍ବ ଅମଲା ସଂଘର ୧୦ ଦଫା ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତି ଯୋଗୁଁ ଅଗଷ୍ଟ ୧୧ ତାରିଖରୁ ରାଜସ୍ବ ଅମଲା ମାନେ ଦାବି ପୂରଣ ନ ହେଲା ପର୍ଯ୍ୟନ୍ତ ସାମୂହିକ ଛୁଟି ସହ ଧାରଣା ଜାରି ରଖିଛନ୍ତି ।ରାଜସ୍ବ ଅମଲା ସଂଘର ନ୍ଯାୟୋଚିତ ଦାବି ପୂରଣ ପରିବର୍ତ୍ତେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ କାର୍ଯ୍ୟାଳୟ ପକ୍ଷରୁ ଗତ ୧୨ ତାରିଖରେ ୩୦୪୩୧ ନମ୍ବର ବିଭାଗୀୟ ଚିଠି ମାଧ୍ୟମରେ ସମସ୍ତ ରାଜସ୍ବ ଅମଲାଙ୍କୁ କାର୍ଯ୍ୟରେ ଯୋଗଦାନ କରିବାକୁ ଧମକ ଦେବା ଘଟଣା ସମ୍ପୁର୍ଣ ହାସ୍ୟାସ୍ପଦ ଅଟେ ।ରାଜସ୍ଵ ଅମଲା ସଂଘ ସରକାରଙ୍କ ଧମକ କୁ ଖାତିର ନ କରି ଆନ୍ଦୋଳନକୁ ଆହୁରି ତିବ୍ରତର କରାଯିବ ବୋଲି ସଂଘ ନେତୃଵୃନ୍ଦ କହିଛନ୍ତି ‌ ।ତଦସହ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ସେମାନଙ୍କ ଦାବିକୁ ସହାନୁଭୁତି ସହ ବିଚାରକୁ ନେଇ ଏହାକୁ ସହୃଦୟର ସହ ସମାଧାନ କରନ୍ତୁ ।ଆଜି ରାଇଙ୍ଗପୁର ଯୁବ ବିଧାୟକ ଜଲେନ ନାଏକ ଅମଲା ସଂଘ ଙ୍କ ଧାରଣାରତ ସ୍ଥାନକୁ ଯାଇଥିଲେ ।ରାଜସ୍ବ ଅମଲା ସଂଘ ତରଫରୁ ଵିଧାୟକଙ୍କୁ ପୁଷ୍ପଗୁଛ ଦିଆଯାଇ ସ୍ବାଗତ କରାଯାଇଥିଲା ।ଅମଲା ମାନେ ସେମାନଙ୍କ ୧୦ ଦଫା ଗୁଡ଼ିକୁ ବିଧାୟକଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇବା ସହ ଏକ ଦାବିପତ୍ର ପ୍ରଦାନ କରିଥିଲେ ।ବିଧାୟକ ଜଲେନ ନାଏକ ସେମାନଙ୍କୁ ଆଶ୍ଵସନା ଦେଇଥିଲେ କହିଥିଲେ ଡବଲ ଇଞ୍ଜିନ ସରକାର ଚାଲିଛି ।ମୋହନ ସରକାର ଲୋକଙ୍କର ସରକା ଓ କର୍ମଚାରୀଙ୍କୁ ସରକାର ତେଣୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଉଚ୍ଚ ସ୍ତରରେ ବିଚାରବିମର୍ଶ ଚାଲିଛି ।ଖୁବ୍ ଶିଘ୍ର ଶୁଭ ଖବର ଆସିବ ।ବିଧାୟକଙ୍କୁ ଦାବିପତ୍ର ପ୍ରଦାନ ସମୟରେ ବାମନଘାଟୀ ରାଜସ୍ବ ଅମଲା ସଂଘ ଉପ ସଭାପତି ଗୌରୀଶଙ୍କର ସାମନ୍ତରାୟ,ରଞ୍ଜିତ ରଜକ,ଦେବଦତ୍ତ ମହାନ୍ତ,ଆକାଶ ଜ୍ୟୋତି ମହାନ୍ତ,ସୁନିଲ ଶଙ୍କର ପାତ୍ର,ମହେଶ୍ବର ସି,ପ୍ରଶାନ୍ତ ପଣ୍ଡା,ବାଦଲ ମହାନ୍ତ,ବସନ୍ତ ମହାନ୍ତି,ରାମେଶ୍ବର ଟୁଡୁ,ଦେବ ଶ୍ରୀ ମଣ୍ଡଳ,ଦେବସ୍ମିତା ମଣ୍ଡଳ,ଅନନ୍ୟା ଗିରି,ଅମ୍ବିକା ମାଝୀ,ଲକ୍ଷ୍ମିପ୍ରିୟା ମହାନ୍ତ,ମାନସୀ ସୋରେନ ସମେତ ଶତାଧିକ ଅମଲା ସାଥି ଉପସ୍ଥିତ ଥିଲେ ।

ମୟୂଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଏଥଲେଟିକ୍ସ ଚାମ୍ପିୟନସିପରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଶୋକ ବିଶ୍ବାଳଙ୍କୁ ଅର୍ଜିନାଲ ପାଓ୍ବାର କ୍ଲବ ପକ୍ଷରୁ ସମ୍ମାନିତ

Sunil Chandra Nayak

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ, ଦଲୀୟ କର୍ମିଙ୍କୁ ନିର୍ବାଚନ ରଣନୀତି ପାଇଁ ଗୁରୁମନ୍ତ୍ର ଦେଲେ ବିଜେଡି ମାଷ୍ଟର ଟ୍ରେନର

masiha

ଚିଲିଗୁଡା ସ୍କୁଲରେ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!